ଆଜିର ରାଶିଫଳ : ଏସବୁ ରାଶି ହେବେ ମାଲାମାଲ , ହଠାତ୍‌ ମିଳିବ ଧନ 

ମେଷ : ଆଜିର ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ରହିବ । ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ । ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାାରନ୍ତି । ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବାର ଯୋଗ ରହିଛି ।
ବୃଷ :ଆଜିର ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ ରହିପାରେ । ଶିଳ୍ପ, ବ୍ୟବସାୟ, ଓ ପରିବହନରେ ସଫଳତା ପାଇବେ । ଅଫିସ ତରଫରୁ ବାହାରକୁ ଯିବାର ସୁଯୋଗ ରହିଛି । ଦୀର୍ଘଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ  । ବୈବାହିକ ଜୀବନରେ ମଧୁରତା ବଢିପାରେ ।
ମିଥୁନ : ଶୁଭ କାର୍ଯ୍ୟର ବାତାବରଣ ରହିଛି । ମନୋବଳ ଦୃଢ଼ ରହିବ । ସୁସ୍ଥ ଓ ନିରାମୟ ରହିବେ । ଘରକୁ ଅତିଥି ଆସିପାରନ୍ତି । ଭିନ୍ନ ଭିନ୍ନ ସରକାରୀ ଓ ବେସରକାରୀ ସୂତ୍ରରୁ ଅର୍ଥପ୍ରାପ୍ତି ହୋଇପାରେ । ପିଲାମାନଙ୍କ ପାଇଁ ଦିନଟି ବେଶ୍‌ ଭଲ ରହିବ ।
କକର୍ଟ : ଆଜି ଆପଣଙ୍କ ପାରିବାରିକ ସ୍ଥିତି ଭଲ ରହି ନ ପାରେ । ଶିଳ୍ପ, ଓ ପରିବହନରେ ସମସ୍ୟା ଲାଗିରହିବ । କୌଣସି ନୂଆ ଲୋକଙ୍କ ସହ ବନ୍ଧୁତା କରିପାରନ୍ତି । ନୂତନ ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ ।
 ସିଂହ : ଆଜି ଆପଣଙ୍କୁ ମାନସିକ ଶାନ୍ତି ମିଳିବ । ଉଧାର ଦେଇଥିବା ଟଙ୍କା  ଅଚାନକ ଫେରସ୍ତ ପାଇପାରନ୍ତି । ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହୋଇପାରେ । ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ ।
କନ୍ୟା : ଆଜି ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ । ମହିଳାମାନେ କୌଣସି ଶୁଭ କାମରେ ଯୋଗ ଦେଇ ଖୁସି ହେବେ । ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡ଼ିପାରନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅନୁକୂଳ ରହିପାରେ ।
ତୁଳା : ନିଜ ଉପରେ ବିଶ୍ୱାସ ରଖନ୍ତୁ । କେବଳ ନିଜ କାମରେ ମନଯୋଗ ଦିଅନ୍ତୁ । ଆର୍ଥିକ ସ୍ଥିତି ରେ ଉନ୍ନତି ହୋଇପାରେ । ଦେହ ଭଲ ରହିବା ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ପ୍ରତିବନ୍ଧକ କାରଣରୁ ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲରେ ନ କଟି ପାରେ ।
ବିଛା : ଆଜି  ଯାହା ପାଇବା ସକାଶେ ଆଶା ରଖିଛନ୍ତି ତାହା ପାଇପାରନ୍ତି । ବ୍ୟବସାୟରେ ବିଶେଷ ଅସୁବିଧା ହେବ ନାହିଁ । ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ନୀରବ ରହିବା ଆପଣଙ୍କ ପାଇଁ ଭଲ । ନୂଆ ବ୍ୟବସାୟ ପାଇଁ ନୂଆ ଯୋଜନା କରିପାରନ୍ତି ।
ଧନୁ : ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିନ୍ତୁ । ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ ବିବାଦରେ ପଡ଼ନ୍ତୁ ନାହିଁ । ବୁଲିବା, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନଟି ବିତିପାରେ । ପ୍ରେମ ସମ୍ବନ୍ଧରେ ସଫଳତା ପାଇପାରନ୍ତି । ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ ।
ମକର :  ଆଜି ଆପଣଙ୍କର ଆତ୍ମବିଶ୍ୱାସ  ପ୍ରତ୍ୟେକ କାର୍ଯ୍ୟକୁ ସଫଳତା ସହ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ । ଗୃହସ୍ଥ ଜୀବନରେ ସୁଖ ଓ ଶାନ୍ତି ରହିବ । ଅନ୍ୟମାନଙ୍କ ସାହାଯ୍ୟ ସହଯୋଗ ପାଇବେ । ଗୁରୁଜନମାନଙ୍କର  ଆର୍ଶୀବାଦ ଲାଭ ହୋଇପାରେ ।
କୁମ୍ଭ : ପାରିବାରିକ ଜୀବନରେ ଉଥାନ ପତନ ଲାଗିରହିବ । ଅଟକି ରହିଥିବା କାମଗୁଡ଼ିକ ସମ୍ପନ୍ନ ହେବା କଷ୍ଟକର ହୋଇପାରେ । ମହିଳାମାନେ  ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖି ଆଗରେ ରଖି କାମ କରିଲେ ଭଲ ହେବ ।
ମୀନ : ବ୍ୟବସାୟୀମାନେ ନୂତନ ବାଣିଜ୍ୟରେ ପ୍ରଚୁର ଲାଭ କରିପାରନ୍ତି । ଚାକିରି କ୍ଷେତ୍ରରେ ନୂତନ ନିଯୁକ୍ତିର ଯୋଗ ରହିଛି । କର୍ମକ୍ଷେତ୍ରରେ କୃତକାର୍ଯ୍ୟ ହୋଇପାରନ୍ତି । ଆଜି ଆପଣ କୌଣସି ମୂଲ୍ୟବାନ ଜିନିଷ କିଣି ପାରନ୍ତି । ଯାନବାହାନରେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like