ରାଶିଫଳ

ଏ ସପ୍ତାହର ଭାଗ୍ୟଫଳ !

ମେଷ : ରବିବାର ଓ ସୋମବାର ଆର୍ଥିକ ଲାଭବାନ ହେବେ। ମଙ୍ଗଳବାର ପ୍ରତିଷ୍ଠା ଲାଭ କରିବେ। ବୁଧବାର ଓ ଗୁରୁବାର କାର୍ଯ୍ୟସିଦ୍ଧି ହେବ। ଶୁକ୍ରବାର ନୂତନ ନିଯୁକ୍ତି ମିଳିପାରେ। ଶନିବାର ଜଗି ରଖି ଚଳନ୍ତୁ।

ବୃଷ : ରବିବାର ଓ ସୋମବାର ପରିବାର ଓ ପିଲାଙ୍କ ସହ ବାହାରକୁ ବୁଲିବାକୁ ଯିବେ। ମଙ୍ଗଳବାର ଓ ବୁଧବାର ଆୟ ବଢ଼ିବ। ଗୁରୁବାର ମହାଲକ୍ଷ୍ମୀଙ୍କ ନାଁ ଜପନ୍ତୁ। ଶୁକ୍ରବାର ଓ ଶନିବାର ନୂତନ ନିଯୁକ୍ତି ମିଳିପାରେ।

ମିଥୁନ : ରବିବାର ଖୁସି ରହିବେ। ସୋମବାର ଦିନ ଘରୁ କେହି ବାହାରକୁ ଯାଉଥିବାରୁ ମନ ଦୁଃଖ ରହିବ। ମଙ୍ଗଳବାର ଓ ବୁଧବାର ମନ ପ୍ରଫୁଲ୍ଲ ରହିବ। ଗୁରୁବାର ଭଗବାନଙ୍କୁ ଆରାଧନା କରିବାରେ ମନ ଦେବେ। ଶୁକ୍ରବାର ଓ ଶନିବାର ପରିବାର ସହ ଖୁସିରେ ସମୟ କାଟିବେ।

କର୍କଟ : ରବିବାର ପରିବାର ସହ ସମୟ କାଟିବେ। ସୋମବାର ଓ ମଙ୍ଗଳବାର କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ବୁଧବାର ଓ ଗୁରୁବାର ଅଫିସରେ କାମ ବୋଝ ବଢ଼ିବ। ଏଥିସହ ଘରେ ମଧ୍ୟ ଅସନ୍ତୋଷ ଦେଖା ଦେଇପାରେ। ଶୁକ୍ରବାର ଓ ଶନିବାର ବାହାରକୁ ଯାତ୍ରା କରିପାରନ୍ତି।

ସିଂହ : ରବିବାର ଓ ସୋମବାର ପାରିବାରିକ ଶାନ୍ତି ପାଇବେ। ମଙ୍ଗଳବାର ଓ ବୁଧବାର ଦ୍ରବ୍ୟ ଲାଭ ହେବ। ଗୁରୁବାର ଓ ଶୁକ୍ରବାର ଶତ୍ରୁକୁ ପରାସ୍ତ କରିବେ। ଶନିବାର ଦିନ ନୂଆ ଜିନିଷ କିଣିବେ।

କନ୍ୟା : ରବି ଓ ସୋମବାର ଖୁସିରେ ସମୟ କଟିବ। ମଙ୍ଗଳବାର ଓ ବୁଧବାର ଅଫିସରେ ବ୍ୟସ୍ତ ରହିବେ। ଗୁରୁବାର ଲକ୍ଷ୍ମୀଙ୍କ ପୂଜାରେ ମନ ନିବେଶ କରିବେ। ଶୁକ୍ରବାର ଓ ଶନିବାର ଦୂର ଯାତ୍ରା କରିବେ।

ତୁଳା : ରବିବାର ଓ ସୋମବାର ଶରୀର ଅସୁସ୍ଥ ରହିବ। ମଙ୍ଗଳବାର ଓ ବୁଧବାର ସାବଧାନତା ଲୋଡ଼ା। ଗୁରୁବାର ଓ ଶୁକ୍ରବାର ନୂତନ ଭୂମି କିଣି ପାରନ୍ତି। ଶନିବାର ରିଷ୍ଟ ଖଣ୍ଡନ ପାଇଁ ହନୁମାନଙ୍କୁ ପୂଜା କରନ୍ତୁ।

ବିଛା : ରବିବାର ଖୁସିରେ କଟିବ। ସୋମବାର କାର୍ଯ୍ୟ ବ୍ୟସ୍ତ ରହିବେ। ମଙ୍ଗଳବାର ଓ ବୁଧବାର ପରିବାର ସହ ଭଲରେ ସମୟ ବିତିବ। ଗୁରୁବାର ଓ ଶୁକ୍ରବାର ବନ୍ଧୁ ମିଳନ ଯୋଗ ରହିଛି। ଶନିବାର ଘରକୁ ଅତିଥିଙ୍କ ଆଗମନ ହେବ।

ଧନୁ : ରବିବାର, ସୋମବାର ଓ ମଙ୍ଗଳବାର ମନ ପ୍ରଫୁଲ୍ଲ ରହିବ। ନୂଆ କାମ ହାତକୁ ନେବେ। ବୁଧବାର ବିଶ୍ରାମ ନେବେ। ଗୁରୁବାର ଦିନ ଦୂର ଯାତ୍ରା ଯୋଗ ଅଛି। ଶୁକ୍ରବାର ଓ ଶନିବାର ପରିବାର ସହ ଖୁସିରେ ସମୟ କାଟିବେ।

ମକର : ରବିବାର ଓ ସୋମବାର କାର୍ଯ୍ୟ ବ୍ୟସ୍ତ ରହିବେ। ମଙ୍ଗଳବାର ପ୍ରିୟ ଜନଙ୍କ ସହ ଦୂର ଯାତ୍ରା କରିବେ। ବୁଧବାର ନୂଆ ସମ୍ଭାବନା ଆସିବ। ଗୁରୁବାର ଯାତାୟାତ କରିବେ। ଶୁକ୍ରବାର ଓ ଶନିବାର ପରିବାର ସହ ସମୟ କାଟିବେ। ରବିବାର ନୂଆ କାମ ହାତକୁ ନେବେ।

କୁମ୍ଭ : ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ସପ୍ତାହଟି ବହୁତ ଭଲ। ବହୁ ଦିନରୁ ଟଙ୍କା ବାକି ରଖିଥିବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।

ମୀନ : ରବିବାର ଧନ ପ୍ରାପ୍ତି ହେବ। ସୋମବାର ପ୍ରବଳ କାର୍ଯ୍ୟ ଚାପରେ ରହିବେ। ମଙ୍ଗଳବାର କାମର ବୋଝ ଟିକେ ହାଲ୍‌କା ହେବ। ବୁଧବାର ଓ ଗୁରୁବାର ଅଫିସରେ କାମ ବୋଝ ବଢ଼ିବ। ଏଥିସହ ଘରେ ମଧ୍ୟ ଅସନ୍ତୋଷ ଦେଖା ଦେଇପାରେ। ଶୁକ୍ରବାର ଓ ଶନିବାର ବାହାରକୁ ଯାତ୍ରା କରିପାରନ୍ତି।

WCW 11

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

36 seconds ago

ଆଜିର ରାଶିଫଳ: ଖର୍ଚ୍ଚ ବଢ଼ିବ, ସଞ୍ଚୟ କମିବ; ଜାଣନ୍ତୁ ଆଜି କେଉଁ ରାଶି କ’ଣ କହୁଛି

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଉତ୍ତମ ରହିବ । ସୃଜନଶୀଳ କାର୍ଯ୍ୟରେ ଭଲ ପ୍ରଦର୍ଶନ କରିବେ । ନିଜ…

2 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

2 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

16 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

17 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago