ଏହି ସପ୍ତାହ ଆପଣଙ୍କ ପାଇଁ କେମିତି ରହିବ, ଜାଣନ୍ତୁ କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ !

ଆପଣଙ୍କ ରାଶି ହିଁ ଆପଣଙ୍କ ଭବିଷ୍ୟତ ବିଷୟରେ କହି ପାରିବ । ଏହା ଦ୍ଵାରା ଆପଣ ସେହି ସମସ୍ତ ଘଟଣାର ପୂର୍ବାନୁମାନ କରି ସେଥିରୁ ସତର୍କ ବି ହୋଇ ପାରିବେ । ଏମିତିରେ ବହୁତ ଲୋକମାନଙ୍କ ମନରେ ଏହି ପ୍ରଶ୍ନ ଆସିଥାଏ କି ଆମର ଆସନ୍ତା ସପ୍ତାହ କେମିତି ରହିବ ? ଏହି ସପ୍ତାହ ଆମ ଜୀବନରେ କଣ କଣ ପରିବର୍ତ୍ତନ ଆଣି ପାରିବ ? ତେବେ ଆସନ୍ତୁ ଜାଣିବା ଏହି ସପ୍ତାହର ସାପ୍ତାହିକ ରାଶିଫଳ ସମ୍ବନ୍ଧରେ ।

ମେ​ଷ :​‌ ରବିବାର ଓ ସୋମବାର ମନାନ୍ତର ଘଟିପାରେ। ମଙ୍ଗଳବାର ଓ ବୁଧବାର କାର୍ଯ୍ୟରେ ପ୍ରତିଷ୍ଠା ପାଇବେ। ଯଶ, ମାନ, ଗୌରବ ଲାଭ ହେବ। ଗୁରୁବାର ଓ ଶୁକ୍ରବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶନିବାର ଧନପ୍ରାପ୍ତି ହେବ। ଦୂରଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀମାନେ ସଫଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ତ୍ର ଜପ କରନ୍ତୁ।

ବୃଷ : ରବିବାର କାର୍ଯ୍ୟସିଦ୍ଧି ହେବ। ସୋମବାର ଓ ମଙ୍ଗଳବାର ଆର୍ଥିକ ଉନ୍ନତି ହେବ। ବୁଧବାର ଓ ଗୁରୁବାର ଭାବିଚିନ୍ତି କାର୍ଯ୍ୟ ନ କଲେ ବିପଦରେ ପଡ଼ିପାରନ୍ତି। ଶୁକ୍ରବାର ଓ ଶନିବାର ବ୍ୟବସାୟ ବାଣିଜ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ।

ମିଥୁନ : ରବିବାର ଓ ସୋମବାର ସୁସମ୍ବାଦ ପ୍ରାପ୍ତ କରିବେ। ସମସ୍ୟା ଦୂରୀଭୂତ ହେବ। ମଙ୍ଗଳବାର ଓ ବୁଧବାର ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ଆର୍ଥିକ ଅନଟନ ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ୍‌। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ବିଷ୍ଣୁଙ୍କ ସହସ୍ର ନାମ ମନ୍ତ୍ର ଜପ କରନ୍ତୁ।

କର୍କଟ: ରବିବାର ଓ ସୋମବାର କର୍ମକ୍ଷେତ୍ରରେ ପ୍ରଗତିର ପଥରୋଧ ହେବ। ସମସ୍ୟାଯୁକ୍ତ ହେବେ। ମଙ୍ଗଳବାର ଓ ବୁଧବାର ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ନୂତନ ନିଯୁକ୍ତି ମିଳିପାରେ। ଗୁରୁବାର ଓ ଶୁକ୍ରବାର ମାନସିକ ଅବସାଦ ଦେଖାଦେବ। ଶନିବାର ଭ୍ରମଣ ପ୍ରିୟ ହେବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀରୁଦ୍ରାଷ୍ଟକ ପାଠ କରନ୍ତୁ।

ସିଂହ : ରବିବାର ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ହେବେ। ସୋମବାର ଓ ମଙ୍ଗଳବାର ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ଦୂରଯାତ୍ରା ସ୍ଥଗିତ ରହିବା ଭଲ। ଶୁକ୍ରବାର ଓ ଶନିବାର ସମୟର ସଦୁପଯୋଗ କରିବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ କବଚ ପାଠ କରନ୍ତୁ।

କନ୍ୟା : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମବାୟ କ୍ଷେତ୍ରରୁ ଲାଭବାନ ହେବେ। ଶୁକ୍ରବାର ଓ ଗୁରୁବାର ପଡ଼ୋଶୀଙ୍କ ସହିତ ମତଭେଦ ଦେଖାଦେବ। ଶୁକ୍ରବାର ଓ ଶନିବାର ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ମନନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।

ତୁଳା : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ନୂତନ ଯାନବାହନ କିଣିପାରନ୍ତି। ବୁଧବାର ଓ ଗୁରୁବାର ଶତ୍ରୁ ଦ୍ବାରା ପରାସ୍ତ ହେବେ। ଶୁକ୍ରବାର ଓ ଶନିବାର ସମ୍ବର୍ଦ୍ଧିତ ହେବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ମା’ ଦୁର୍ଗାଙ୍କ ମନ୍ତ୍ର ଜପ କରନ୍ତୁ।

ବିଛା : ରବିବାର ଓ ସୋମବାର ସଫଳତା ପାଇବେ। ବ୍ୟକ୍ତିତ୍ବର ବିକାଶ ଘଟିବ। ସୃଜନଶୀଳ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ସାମାଜିକ ପ୍ରତିଷ୍ଠା ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ଆଘାତପ୍ରାପ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ସାବଧାନତା ଅବଲମ୍ବନ କରନ୍ତୁ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ନାରାୟଣ କବଚ ପାଠ କରନ୍ତୁ।

ଧନୁ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଜମିବାଡ଼ି ଗଣ୍ଡଗୋଳ ଦେଖାଦେଇ ପାରେ। ବୁଧବାର ଓ ଗୁରୁବାର ଭ୍ରମଣପ୍ରିୟ ହେବେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଶୁକ୍ରବାର ଓ ଶନିବାର ପ୍ରେମରେ ସଫଳତା ପାଇବେ। ପ୍ରତିଷ୍ଠାଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

ମକର : ରବିବାର ଓ ସୋମବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ମଙ୍ଗଳବାର ଓ ବୁଧବାର ଯାତ୍ରାଜନିତ ସମସ୍ୟା ଦେଖାଦେଇପାରେ। ଗୁରୁବାର ଓ ଶୁକ୍ରବାର ପ୍ରଗତିଶୀଳ ହେବେ। ଆୟ ବୃଦ୍ଧି ହେବ। ଶନିବାର ଆଚାର ଓ ବ୍ୟବହାରରେ ସଂଯମୀ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିକ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ‘ମହାମୃତ୍ୟୁଞ୍ଜୟ’ ମନ୍ତ୍ର ପାଠ କରନ୍ତୁ।

କୁମ୍ଭ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ବୁଧବାର ଓ ଗୁରୁବାର ଶତ୍ରୁକୁ ପରାସ୍ତ କରିବେ। ଶୁକ୍ରବାର ଓ ଶନିବାର ଧନଲାଭ ହୋଇପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଦୁଂ ଦୁର୍ଗାୟେ ନମଃ ମନ୍ତ୍ର ଜପ କରନ୍ତୁ।

ମୀନ : ରବି ଓ ସୋମବାର ସରକାରୀ କର୍ମ କ୍ଷେତ୍ରରେ ଆୟ ବୃଦ୍ଧି ପାଇବ । ମଙ୍ଗଳବାର କୈାଣସି ଅସୁବିଧାର ସମ୍ମୁଖିନ ହୋଇ ପାରନ୍ତି । ସମୟ ସମୟରେ ଅସୁସ୍ଥତା ଅନୁଭବ କରିବେ । ବୁଧ ଓ ଗୁରୁବାର ପାରିବାରିକ ଜୀବନରେ ଆବଦ୍ଧ ରହିବେ । ଶୁକ୍ରବାର ଚାକିରିରେ ପ୍ରାଧାନ୍ୟ ବୃଦ୍ଧି ପାଇବ । ମନ ଭଲ ରହିବା କାରଣରୁ ବନ୍ଧୁଙ୍କ ସହିତ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି ।ଶନିବାର ମହିଳା ମାନେ ପୂଜାପୂଜିରେ ମନୋନିବେଶ କରିବେ ।ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.