୧୨ଟି ଯାକ ରାଶି ପାଇଁ କେମିତି ରହିବ ଚଳିତ ସପ୍ତାହ? ପଢ଼ନ୍ତୁ , ସାପ୍ତାହିକ ଭାଗ୍ୟଫଳ

ମେଷ:

ମେଷ ରାଶିର ଲୋକ ସପ୍ତାହ ଆରମ୍ଭରେ ସାବଧାନ ରୁହନ୍ତୁ। ଏହି ସମୟରେ କାମ ଶେଷ କରିବାକୁ ଚାପ ରହିପାରେ। ଭୂମି-ଭବନ ପାଇଁ ଦୌଡ଼ାଦୌଡ଼ି କରିବାକୁ ପଡ଼ିପାରେ। ବ୍ୟବସାୟ ପାଇଁ ଯାତ୍ରା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ହନୁମାନଙ୍କ ଚାଳିଶା ପାଠ କରନ୍ତୁ।

ବୃଷ:

ବୃଷ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଶୁଭ। ସପ୍ତାହ ଆରମ୍ଭରେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ସୁଯୋଗ ମିଳିବ। ଅଫିସରେ ସିନିୟର ପ୍ରଶଂସା କରିବେ। ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତିଙ୍କ ପାଇଁ ସପ୍ତାହଟି ଅତ୍ୟନ୍ତ ଭଲ। ଘରେ ପରିବାର ଲୋକଙ୍କ ସହ ଖୁସିରେ ସମୟ କାଟିବେ। ପ୍ରତିଦିନ ଦେବୀ ଦୁର୍ଗାଙ୍କୁ ପୂଜା କରନ୍ତୁ।

ମିଥୁନ:

ଏହି ସପ୍ତାହ ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ତଥା ଖୁସିପୂର୍ଣ୍ଣ ରହିବ। ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବ। ସବୁ କାମରେ ସଫଳତା ମିଳିବ। ସମ୍ପତ୍ତିଗତ ମାମଲାରେ ବିଜୟ ଲାଭ କରିବେ। ଲଭ-ପାର୍ଟନରଙ୍କ ସହ କ୍ୱାଲିଟି ସମୟ ବିତାଇବେ। ପ୍ରତିଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ।

କର୍କଟ:

କର୍କଟ ରାଶିର ଲୋକଙ୍କ ପାଇଁ ସପ୍ତାହଟି ବେଶ୍‌ ହସଖୁସି ଭରା ରହିବ। ବ୍ୟବସାୟ ପାଇଁ ଦୂର ଯାତ୍ରା କରିପାରନ୍ତି। କେହି ନିଜ ଲୋକ ସାହାଯ୍ୟ କରିପାରନ୍ତି। ପ୍ରେମ ମାମଲାରେ ଏହି ସପ୍ତାହରେ ଜମା ପଶନ୍ତୁ ନାହିଁ। ବିପରୀତ ଲିଙ୍ଗର ଲୋକଙ୍କ ପ୍ରତି ଆକର୍ଷଣ ବଢ଼ିବ। ପ୍ରତିଦିନ ଶିବଲିଙ୍ଗରେ ଜଳ ଅର୍ପଣ କରନ୍ତୁ।

ସିଂହ:

ସିଂହ ରାଶିର ଲୋକଙ୍କ ପାଇଁ ସପ୍ତାହଟି ସକାରାତ୍ମକ ରହିବ। ବିଭିନ୍ନ ସ୍ରୋତରୁ ଆୟ କରିବେ। ସାଙ୍ଗଙ୍କ ସହ ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁ ଯାଇପାରନ୍ତି। ପ୍ରେମ ସମ୍ପର୍କରେ ଆସୁଥିବା ବାଧା ଦୂର ହେବ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତାଳମେଳ ଦେଖିବାକୁ ମିଳିବ। ପ୍ରତିଦିନ ଭଗବାନ ସୂର୍ଯ୍ୟ ନାରାୟଣଙ୍କୁ ଅର୍ଘ୍ୟ ଦିଅନ୍ତୁ।

କନ୍ୟା:

ଗତ ସପ୍ତାହ ତୁଳନାରେ ଏହି ସପ୍ତାହ ଅଧିକ ଶୁଭ ଓ ଫଳଦାୟୀ ରହିବ। ବ୍ୟବସାୟରେ ଫସିଥିବା ଅର୍ଥ ଏହି ସପ୍ତାହରେ ହିଁ ମିଳିବ। ପ୍ରେମ ସମ୍ବନ୍ଧରେ ଥିବା ଲୋକଙ୍କୁ ଲାଭ ମିଳିବ। ଏକୁଟିଆ ଥିବା ଲୋକଙ୍କ ଜୀବନରେ କେହି ସାଥୀ ପ୍ରବେଶ କରିବେ। ପ୍ରତିଦିନ ଭଗବାନ ଶ୍ରୀ ଗଶେଣଙ୍କୁ ଦୁବ ଅର୍ପଣ କରନ୍ତୁ।

ତୁଳା:

ତୁଳା ରାଶିର ଲୋକଙ୍କ ପାଇଁ ସପ୍ତାହଟି ଶୁଭ ରହିବ। ଚାକିରି କରୁଥିବା ଲୋକଙ୍କୁ ଅନ୍ୟ ଆଡ଼ୁ ମଧ୍ୟ ଅର୍ଥ ମିଳିବ। ଯୁବକ ଓ ମହିଳାଙ୍କ ପାଇଁ ସମୟ ଅନୁକୂଳ ରହିବ। କାହା କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। ପ୍ରତିଦିନ ଧଳା ଚନ୍ଦନ ଲଗାଇ ପାରଦ ଶିବଲିଙ୍ଗଙ୍କୁ ପୂଜା କରନ୍ତୁ।

ବିଛା:

ଏହି ସପ୍ତାହରେ ଅନେକ ଶୁଭ ଫଳ ମିଳିବ। ସରକାର ବନାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସିନିୟରମାନେ ସହଯୋଗ କରିବେ। ବିବାହ ପ୍ରସ୍ତାବ ଆସିପାରେ। ବୈବାହିକ ଜୀବନରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଅଧିକ ବଢ଼ିବ। ପ୍ରତିଦିନ ହନୁମାନଙ୍କୁ ପୂଜା କରନ୍ତୁ।

ଧନୁ:

ଧନୁ ରାଶିର ଲୋକଙ୍କ ପାଇଁ ସପ୍ତାହଟି ବ୍ୟସ୍ତତାଭରା ରହିବ। କାମର ବୋଝ ଆସିପାରେ। କୌଣସି କିଣାବିକା କରିବାକୁ ନିବୃତ୍ତ ରୁହନ୍ତୁ। ସ୍ୱାସ୍ଥ୍ୟର ଅଧିକ ଯତ୍ନ ନିଅନ୍ତୁ। ସାଥୀଙ୍କ ସହ ସମ୍ପର୍କ ଭଲ ରହିବ। ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ।

ମକର:

ଏହି ସପ୍ତାହରେ ପୁରୁଣା ରୋଗ କଷ୍ଟ ଦେବ। ଶରୀରର ଯତ୍ନ ନ ନେଲେ ହସ୍ପିଟାଲ ଯାଇପାରନ୍ତି। ପ୍ରତିଦିନ ହନୁମାନଙ୍କୁ ପୂଜା କରନ୍ତୁ। କୋର୍ଟ କଚେରୀ ଯିବା ପରିବର୍ତ୍ତେ ନିଜ ଭିତରେ ମାମଲା ସମାଧାନ କରନ୍ତୁ। ସ୍ତ୍ରୀ ରାଗିପାରନ୍ତି। ପ୍ରତିଦିନ ବିଧିବିଧାନ ପୂର୍ବକ ହନୁମାନଙ୍କୁ ଆରାଧନା କରନ୍ତୁ।

କୁମ୍ଭ:

ଏହି ସପ୍ତାହ ମଧ୍ୟମ ଧରଣର ରହିବ। ବଡ଼ ସମସ୍ୟା ଟଳିଯିବ। ଭଲ ଦାମ୍‌ରେ ଭୂମି କିମ୍ବା ଘର କିଣି ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ବିରୋଧୀ ଆପଣଙ୍କ ବିରୋଧରେ ମିଛ କଥା ପ୍ରଚାର କରିବେ। ସ୍ତ୍ରୀ ସାଥ୍‌ ଦେବେ। ଶିବଲିଙ୍ଗଙ୍କୁ ତମ୍ବା ଲୋଟାରେ ଜଳ ଅର୍ପଣ କରନ୍ତୁ।

ମୀନ:

ତରତର ହୋଇ କୌଣସି କାମ କରନ୍ତୁ ନାହିଁ। ଅନ୍ୟ କଥାରେ ମୁଣ୍ଡ ପୂରାଇଲେ ଗାଳି ଖାଇପାରନ୍ତି। ବ୍ୟବସାୟରେ ଲାଭ ପାଇଁ ଭୁଲ ବାଟ ଆପଣାନ୍ତୁ ନାହିଁ। ଦମ୍ପତ୍ୟ ଜୀବନରେ ଖଟା ମିଠା ଝଗଡ଼ା ହୋଇପାରେ। ପ୍ରତିଦିନ ଭଗବାନ ଶ୍ରୀବିଷ୍ଣୁଙ୍କୁ ପୂଜା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.