ଜାଣନ୍ତୁ କେମିତି କଟିବ ଏ ସପ୍ତାହ, କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ !

ମେଷ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ଲାଭବାନ ହେବେ। ବୁଧବାର ଓ ଗୁରୁବାର ଯୋଗାଯୋଗ କ୍ଷେତ୍ରରୁ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ପାରିବାରିକ ଶାନ୍ତି ପ୍ରାପ୍ତ ହେବ। ନୂତନ ନିଯୁକ୍ତି ମିଳିପାରେ। ମହିଳା ଓ ବିଦ୍ୟାର୍ଥୀ କର୍ମାଶ୍ରୟୀ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ର ନାମ ପାଠ କରନ୍ତୁ।

ବୃଷ : ରବିବାରଠାରୁ ବୁଧବାର ପର୍ଯ୍ୟନ୍ତ ମଧ୍ୟମଫଳ ଲାଭ କରିବେ। ଗୁରୁବାର ବୈବାହିକ ସମସ୍ୟା ଦୂର ହେବ। ପାରିବାରିକ ସହଯୋଗ ଲାଭ ହେବ। ଶୁକ୍ରବାର ଓ ଶନିବାର ପଡ଼ୋଶୀଙ୍କ ସହିତ ମତଭେଦ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀନାରାୟଣ କବଚ ପାଠ କରନ୍ତୁ।

ମିଥୁନ : ରବିବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଶୁକ୍ରବାର ଋଣଯୁକ୍ତ ହୋଇପାରନ୍ତି। ଶନିବାର ସୌଖୀନ ଦ୍ରବ୍ୟ କ୍ରୟ କରିବେ। ପାରିବାରିକ ସହଯୋଗ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ।

କର୍କଟ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ନିଜ କର୍ମ ପ୍ରତି ଅନୁରକ୍ତି ହେବେ। ବୁଧବାର ଓ ଗୁରୁବାର ବ୍ୟବସାୟରେ ଲାଭବାନ ହେବେ। ନୂତନ ନିଯୁକ୍ତି ମିଳିପାରେ। ଶୁକ୍ରବାର ଓ ଶନିବାର ଆଘାତ ଲାଗିପାରେ। ଯାତ୍ରାଜନିତ କ୍ଳେଶ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।

ସିଂହ : ରବିବାର ସମୟ ଅନୁକୂଳ ରହିବ। ନୂତନ ନିଯୁକ୍ତି ମିଳିପାରେ। ମଙ୍ଗଳବାରଠୁ ଗୁରୁବାର ପାରିବାରିକ ଅଶାନ୍ତି ସୃଷ୍ଟି ହେବ। ମନନଶୀଳ ହେବେ। ଶୁକ୍ରବାର ଓ ଶନିବାର ଆନନ୍ଦ ଉଲ୍ଲାସରେ ସମୟ କଟାଇବେ। ସୁସମ୍ବାଦ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗଣେଶ ଅଷ୍ଟକ ପାଠ କରନ୍ତୁ।

କନ୍ୟା : ରବିବାର ଆନନ୍ଦରେ ନିରାନନ୍ଦ ସୃଷ୍ଟି ହେବ। ବାକ୍‌ସଂଯମତା ଲୋଡ଼ା। ସୋମବାର ଓ ମଙ୍ଗଳବାର ଭ୍ରମଣ ପ୍ରିୟ ହେବେ। ବୁଧବାର ଓ ଗୁରୁବାର ନିଜର ଆଚରଣରେ ଶୁଦ୍ଧତା ଆଣିବା ଦରକାର। ଶୁକ୍ରବାର ଓ ଶନିବାର ପରିବାରରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ କର୍ମପ୍ରିୟ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ତୁଳା : ରବିବାର ଅସୁବିଧାରେ ପଡ଼ିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସୋମବାର ଓ ମଙ୍ଗଳବାର କର୍ମକ୍ଷେତ୍ରରେ ସଫଳତା ମିଳିବ। ଆୟ ବୃଦ୍ଧି ହେବ। ବୁଧବାର ଓ ଗୁରୁବାର ଅଧିକ ଖର୍ଚ୍ଚାନ୍ତର ସମ୍ମୁଖୀନ ହେବେ। ଶୁକ୍ରବାର ଓ ଶନିବାର ନୂତନ ବନ୍ଧୁଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।

ବିଛା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପୈତୃକ ସମ୍ପତ୍ତିକୁ ନେଇ ବିବାଦର ସମାଧାନରେ ବ୍ରତୀ ହେବେ। ବୁଧବାର ଓ ଗୁରୁବାର ଆର୍ଥିକସ୍ଥିତି ସ୍ବଚ୍ଛଳ ରହିବ। ଆୟ ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ଶତ୍ରୁଠାରୁ ଦୂରେଇ ରହିବା ଭଲ। ମହିଳା ଓ ବିଦ୍ୟାର୍ଥୀ ନୂତନ କାର୍ଯ୍ୟରେ ଯୋଗଦାନ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବଗଳାମୁଖୀ ମନ୍ତ୍ର ଜପ କରନ୍ତୁ।

ଧନୁ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ବିବାଦରେ ପଡ଼ିପାରନ୍ତି। ବୁଧବାର ଓ ଗୁରୁବାର କର୍ମ ଅନୁରୂପ ଫଳପ୍ରାପ୍ତି ହେବ। ଶୁକ୍ରବାର ଓ ଶନିବାର ପ୍ରତିଷ୍ଠା ଲାଭ କରିବେ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଓଁ ହଂ ପବନ ନନ୍ଦନାୟ ସ୍ବାହା ମନ୍ତ୍ର ଜପ କରନ୍ତୁ।

ମକର : ରବିବାରଠାରୁ ବୁଧବାର ପର୍ଯ୍ୟନ୍ତ ଜମିବାଡ଼ି ଗଣ୍ଡଗୋଳ ଦେଖାଦେଇ ପାରେ। ଗୁରୁବାର ଭ୍ରମଣପ୍ରିୟ ହେବେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଶୁକ୍ରବାର ଓ ଶନିବାର ପ୍ରେମରେ ସଫଳତା ପାଇବେ। ପ୍ରତିଷ୍ଠାଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

କୁମ୍ଭ : ରବିବାର ଓ ସୋମବାର ଶତ୍ରୁ ଦମନରେ ସଫଳତା ଲାଭ କରିବେ। ମଙ୍ଗଳବାର ଓ ବୁଧବାର ସନ୍ତାନ ହେତୁକ ସମସ୍ୟା ସୃଷ୍ଟି ହେବ। କାର୍ଯ୍ୟଦକ୍ଷତା ବୃଦ୍ଧି ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଇପାରେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।

ମୀନ : ରବିବାର ଶ୍ରୀଚନ୍ଦ୍ର ଲାଭ ହେବ। ଶୁଭଫଳ ପ୍ରାପ୍ତି ହେବ। ସୋମବାର ଓ ମଙ୍ଗଳବାର ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ବୁଧବାର ଓ ଗୁରୁବାର ପରମ୍ପରାବାଦୀ ହେବେ। କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ପରିଶ୍ରମଜନିତ କ୍ଳାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଶିବ ତାଣ୍ଡବ ସ୍ତୋତ୍ର ପାଠ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.