ସାପ୍ତାହିକ ରାଶିଫଳ! ଜାଣନ୍ତୁ, କେମିତି କଟିବ ପୂରା ସପ୍ତାହ

ମେଷ :

ମେଷ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ପୂର୍ବ ସପ୍ତାହ ଅପେକ୍ଷା ଅଧିକ ଶୁଭ ରହିବ। କ୍ୟାରିୟର-ବ୍ୟବସାୟ ମାମଲାରେ କାହାକୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ। ନଚେତ୍ ଠକାମୀର ଶିକାର ହୋଇପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ପୁରୁଣା ରୋଗ ଅସୁବିଧାର ବଡ଼ କାରଣ ହୋଇପାରେ।

ବୃଷ :

ବୃଷ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ଅନେକ ଶୁଭଫଳ ଆଣିବ। ସପ୍ତାହ ଆରମ୍ଭରେ ଭଲ ବନ୍ଧୁଙ୍କ ସାହାଯ୍ୟରେ ବଡ଼ ସମସ୍ୟା ଦୂର ହେବ। ଦୀର୍ଘ ସମୟ ଧରି ଚାକିରି ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ। ଭଲ ସୁଯୋଗ ମିଳିବ। କୌଣସି ମାଙ୍ଗଳିକ କିମ୍ବା ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ବହୁତ ଦିନ ପରେ ପ୍ରିୟ ବ୍ୟକ୍ତିଙ୍କ ସହିତ ଭେଟ ହେବ। ପରୀକ୍ଷା-ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନଙ୍କ ପାଇଁ ଏହି ସମୟ ଶୁଭ।

ମିଥୁନ:

ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସପ୍ତାହ ବ୍ୟସ୍ତବହୁଳ ରହିବ। ସପ୍ତାହ ଆରମ୍ଭରେ କର୍ମ କ୍ଷେତ୍ର ସହ ଜଡ଼ିତ ସମସ୍ୟାକୁ ସମାଧାନ କରିବା ପାଇଁ ଅଧିକ ପରିଶ୍ରମ କରିବେ। ଏହି ସମୟରେ ସିନିୟରଙ୍କ ସହଯୋଗ ପାଇବେନି। ଫଳରେ ଦୁଃଖିତ ହେବେ। ସପ୍ତାହ ମଝିରେ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିପାରନ୍ତି। ବୈବାହିକ ଜୀବନ ସୁଖମୟ ହେବ।

କର୍କଟ :

କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସପ୍ତାହ ମଧ୍ୟମ ରହିବ। ସପ୍ତାହ ଆରମ୍ଭରେ କାମ ବିଗିଡ଼ିଯିବ। ଚାକିରିଆଙ୍କୁ ଇଚ୍ଛା ମୁତାବକ ଜାଗାକୁ ଯିବାକୁ ସୁଯୋଗ ମିଳିବ। ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯିବେ। ସପ୍ତାହ ଶେଷରେ ସନ୍ତାନଙ୍କ ସହ ଜଡ଼ିତ ବଡ଼ ଖୁସି ଖବର ମିଳିବ। ସାଥୀଙ୍କ ଠାରୁ କୌଣସି ବଡ଼ ସରପ୍ରାଇଜ୍‌ ମିଳିପାରେ।

ସିଂହ :

ସିଂହ ରାଶିର ଲୋକଙ୍କୁ ଚଳିତ ସପ୍ତାହରେ ଆଗକୁ ବଢ଼ିବାକୁ ସୁଯୋଗ ମିଳିବ। କାମ ପାଇଁ ଦୂର ଯାତ୍ରା କରିପାରନ୍ତି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ପାଇଁ ଶରୀରର ଅଧିକ ଯତ୍ନ ନିଅନ୍ତୁ। ସପ୍ତାହ ମଝିରେ କାମ ବୋଝ ବଢ଼ିବ। ପ୍ରେମ ସମ୍ପର୍କରେ ଭାବି ଚିନ୍ତି ଆଗକୁ ବଢ଼ନ୍ତୁ। ସପ୍ତାହ ଶେଷରେ ପରିବାର ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ପ୍ରତିଦିନ ଗଣପତିଙ୍କୁ ଦୁବ ଅର୍ପଣ କରନ୍ତୁ।

କନ୍ୟା :

କନ୍ୟା ରାଶିର ବ୍ୟକ୍ତିଙ୍କୁ ସୌଭାଗ୍ୟ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ସିନିୟର ଓ ଜୁନିଅରଙ୍କ ସହଯୋଗ ମିଳିବ। ଭୂମି, ଭବନ ଓ ବାହନର ସୁଖ ପ୍ରାପ୍ତି ହେବ। ଆୟର ସ୍ରୋତ ବଢ଼ିବ। ପ୍ରେମ ବ୍ୟପାର ପାଇଁ ସପ୍ତାହଟି ଖୁବ୍‌ ଭଲ। ବିବାହ ପାଇଁ ପ୍ରସ୍ତାବ ଆସିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରତିଦିନ ଶିବଲିଙ୍ଗରେ ତମ୍ବା ଲୋଟାରେ ଜଳ ଅର୍ପଣ କରନ୍ତୁ।

ତୁଳା :

ତୁଳା ରାଶିର ଲୋକଙ୍କୁ ସଫଳତା ମିଳିବ। ମାନ-ସମ୍ମାନ ମିଳିବ। ଏହି ସପ୍ତାହରେ ବଡ଼ ଅନୁଷ୍ଠାନ ଆପଣଙ୍କୁ ସମ୍ମାନିତ କରିପାରେ। ବିଦେଶରେ ରହି ଅଧ୍ୟୟନ କରୁଥିବା ପିଲାଙ୍କ ପାଇଁ ସପ୍ତାହଟି ଖୁବ୍‌ ଉତ୍ତମ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଖାଦ୍ୟପେୟ ଓ ଦିନଚର୍ଯ୍ୟା ଠିକ୍‌ ରଖନ୍ତୁ।

ବିଛା :

ସପ୍ତାହ ଆରମ୍ଭରେ କାମ ଚାପ ଅଧିକ ରହିବ। ଭୂମି- ଭବନ ମାମଲା ତୁଟାଇବାକୁ ସାଙ୍ଗଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ। କାମ କରିବା ପୂର୍ବରୁ ଏ ନେଇ କାହାକୁ କିଛି କୁହନ୍ତୁ ନାହିଁ। ନିଜ ଭବିଷ୍ୟତର ପ୍ଲାନ୍‌ ନିଜ ଭିତରେ ହିଁ ସୀମିତ ରଖନ୍ତୁ। ବିପରୀତ ଲିଙ୍ଗଙ୍କ ପ୍ରତି ଆକର୍ଷଣ ବଢ଼ିବ। ଜୀବନସାଥୀଙ୍କ ସହ ପ୍ରେମ ବଢ଼ିବ। ନାରାୟଣ କବଚ ପାଠ କରନ୍ତୁ।

ଧନୁ :

ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ସପ୍ତାହଟି ବହୁତ ଭଲ। ବହୁ ଦିନରୁ ଟଙ୍କା ବାକି ରଖିଥିବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।

ମକର :

ଏ ସପ୍ତାହରେ ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଭଲ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଶତ୍ରୁ ନିଜର ଦୁଷ୍କର୍ମର ଫଳ ପାଇବେ।

କୁମ୍ଭ :

ଏହି ସପ୍ତାହରେ ଲୋକମାନେ ସମସ୍ୟାରୁ ମୁକୁଳିବାକୁ ଆପଣଙ୍କ ଠାରୁ ଉପଦେଶ ନେଇପାରନ୍ତି। ଧାର୍ମିକ ଓ ଆଧ୍ୟାତ୍ମିକ କାମରେ ମନ ନିବେଶ କରିବେ। ଭାଇ ଭଉଣୀ, ବନ୍ଧୁ ବାନ୍ଧବଙ୍କ ସହ ବିଚାରରେ ତାଳମେଳ ରହିବ ନାହିଁ। ସହକର୍ମୀଙ୍କ ସହ ବିବାଦ ଦେଖା ଦେବ।

ମୀନ :

ଚଳିତ ସପ୍ତାହରେ କର୍ମକ୍ଷେତ୍ରରେ ଆକସ୍ମିକ କେତେକ ସମସ୍ୟା କାରଣରୁ ପୂର୍ବସ୍ଥିରୀକୃତ କାର୍ଯ୍ୟ ସ୍ଥଗିତ ରହିପାରେ। ବନ୍ଧୁଙ୍କ ସାହାଯ୍ୟ, ସହଯୋଗର ଅଭାବ ନ ଥିଲେ ମଧ୍ୟ ପାରିବାରିକ ମନାନ୍ତର କାମକୁ ବିଗାଡ଼ି ଦେଇପାରେ। ରାଜନୀତିରେ ନୈତିକ ସମର୍ଥନ ହାସଲ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.