ଜାଣନ୍ତୁ କେମିତି କଟିବ ଏ ସପ୍ତାହ, କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ !

ଆପଣଙ୍କ ରାଶି ହିଁ ଆପଣଙ୍କ ଭବିଷ୍ୟତ ବିଷୟରେ କହି ପାରିବ । ଏହା ଦ୍ଵାରା ଆପଣ ସେହି ସମସ୍ତ ଘଟଣାର ପୂର୍ବାନୁମାନ କରି ସେଥିରୁ ସତର୍କ ବି ହୋଇ ପାରିବେ । ଏମିତିରେ ବହୁତ ଲୋକମାନଙ୍କ ମନରେ ଏହି ପ୍ରଶ୍ନ ଆସିଥାଏ କି ଆମର ଆସନ୍ତା ସପ୍ତାହ କେମିତି ରହିବ ? ଏହି ସପ୍ତାହ ଆମ ଜୀବନରେ କଣ କଣ ପରିବର୍ତ୍ତନ ଆଣି ପାରିବ ? ତେବେ ଆସନ୍ତୁ ଜାଣିବା ଏହି ସପ୍ତାହର ସାପ୍ତାହିକ ରାଶିଫଳ ସମ୍ବନ୍ଧରେ ।

ମେଷ : ଏହି ସପ୍ତାହ ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିପାରେ। ଆପଣ ନୂତନ ଯୋଜନା ଉପରେ କାମ କରିବେ ଓ ଆପଣଙ୍କ କାମର ପ୍ରଶଂସା ହେବ। ସହକର୍ମୀ ଓ ବରିଷ୍ଠଙ୍କ ଠାରୁ ମିଳିଥିବା ସାହଯୋଗ ଆପଣଙ୍କ ଉତ୍ସାହ ବୃଦ୍ଧି କରିବ। କାର୍ଯ୍ୟକୁ ନେଇ ଆପଣଙ୍କ ଆଲୋଚନା ହୋଇପାରେ । କାମର ବୋଝ ମଧ୍ୟ ଅଧିକ ହୋଇପାରେ । କୌଣସି ପ୍ରକାର ଲାଭ ପ୍ରାପ୍ତ ହୋଇପାରେ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହେବେ ।

ବୃଷ : କର୍ମ କ୍ଷେତ୍ରରେ ଦକ୍ଷତାକୁ ନେଇ ପ୍ରତିଷ୍ଠା ଓ ପ୍ରଶଂସା ପାଇବେ l ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ବିବାଦୀୟ ଘଟଣା ଟିକେ ଜଟିଳ ଆଡକୁ ଗତି କରିବ । ବନ୍ଧୁଙ୍କ ସହୟତାରେ ପାରିବାରିକ ସ୍ଥିତିରେ ଉନ୍ନତି ଘଟିବ । ତରବରିଆ ହୋଇ କାମ କରିଲେ ଠିକ କାମକୁ ଭୁଲ କରି ବସିବେ । ଯାତ୍ରା ସମୟରେ କିଛି ଜିନିଷ ହରାଇବାକୁ ପଡିବ ।ରାଜନୀତିରେ କୂଟନୀତି ପ୍ରୟୋଗ କରି କାର୍ଯ୍ୟ ସାଧନ କରିବେ । ବ୍ୟବସାୟରେ ଲାଭବାନ୍ ହେବେ ।

ମିଥୁନ : ଜୀବନସାଥିଙ୍କ ଠାରୁ ସହଯୋଗ ଓ ସମର୍ଥନ ମିଳିବ। ପ୍ରେମ ସମ୍ବନ୍ଧ ପାଇଁ ସମୟ ବିପରୀତ ରହିପାରେ | କ୍ୟାରିଆର ବିଷୟରେ ଓ ବ୍ୟବସାୟରେ ସାବଧାନ ରୁହନ୍ତୁ। କାହାକୁ ପଇସା ଉଧାର ଦିଅନ୍ତୁ ନାହିଁ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହ ସାମାନ୍ୟ ରହିବ। କିନ୍ତୁ ପୁରାତନ ରୋଗ ଅସୁବିଧା କରିପାରେ। ବନ୍ଧୁଙ୍କ ସହୟତାରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ଆଜିର ପ୍ରତ୍ୟୁକ୍ଷ ଯାତ୍ରା ଓ ଆନିଷ୍ଠାନିକ କାମରୁ ଖୁସି ରହିବେ । ପରିବାରରେ ଅଧିକାଂଶ ସମୟ ଆର୍ଥିକ ଅନଟନରେ ରହିବେ ।

କର୍କଟ : ମନ ଭୁଲାଣିୟା କଥା କହି ସହକର୍ମୀଙ୍କ ଦ୍ୱାରା କାମଟି କରାଇ ନେବେ । ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ । ଚେଷ୍ଟା କରୁଥିବା କାମଟି ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ଲେଖାପଢା ପ୍ରଭୃତିରୁ ସୁଫଳ ମିଳିବ l ସନ୍ତାନ ମାନଙ୍କ ଦ୍ୱନ୍ଦ୍ୱ ଏବଂ ସମସ୍ୟା ମଧ୍ୟରେ ଅଶାନ୍ତିରେ ରହିବେ । ପରିବହନ ସମସ୍ୟା ଯୋଗୁ ବ୍ୟସ୍ତ ହୋଇପଡିବେ । ପଡୋଶୀଙ୍କ ସହ ସୁ-ସମ୍ପର୍କ ରକ୍ଷା କରିବେ ।

ସିଂହ : ଏହି ସପ୍ତାହ ଭୂମି ପ୍ରତି କିମ୍ବା ଆକସ୍ମିକ ଧନଲାଭର ପ୍ରବଳ ଯୋଗ ଅଛି। ଯାହା ସକାରାତ୍ମକ ନଜର ଆସିବ , ତାହାକୁ ଆପଣ ବର୍ତ୍ତମାନ କାହାକୁ କୁହନ୍ତୁ ନାହିଁ। ଶିକ୍ଷା-ପ୍ରତିଯୋଗିତା ଯୋଗୀତା ନିମନ୍ତେ ସମୟ ଅନୁକୂଳ ଅଟେ ଓ ସଫଳତା ସୂଚକ ଅଟେ। ସମ୍ପତ୍ତି ଦେବାନେବାରେ ସାବଧାନ ରୁହନ୍ତୁ । ବ୍ୟବସାୟରେ କରାଯାଇଥିବା କୌଣସି ଚୁକ୍ତି ବହୁତ ଲାଭ ଦେଇପାରେ। ନିଜର ପ୍ରେମପୂର୍ଣ୍ଣ ଗୁଣ ଯୋଗୁ ଆପଣମାନଙ୍କର ବହୁତ ଚାହିଦା ରହିବ ।

କନ୍ୟା : ବାଣିଜ୍ୟ ବ୍ୟବସାୟ,ଶେୟାର ବଜାର ଓ ପରିବହନରେ ଲାଭବାନ୍ ହେବେ । ନିଜ ଲୋକ ମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି । ପାରିବାରିକ ମତଭେଦ ଦେଖାଦେବ । ପୂର୍ବରୁ ଲାଗିଥିବା ରୋଗରେ ସ୍ୱାସ୍ଥ୍ୟହାନି କାରଣରୁ ଦୁଶ୍ଚିନ୍ତାଗ୍ରସ୍ତ ରହିପାରନ୍ତି । ଯେଉଁ କାମରେ ହାତ ଦେବେ ସୁବିଧାରେ କାମଗୁଡିକ ସମ୍ପନ୍ନ ହୋଇଯିବ । ଦୀର୍ଘଦିନର ବକେୟ ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି ।

ତୁଳା : ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ। ଆପଣଙ୍କ ପ୍ରେମ ସମ୍ବନ୍ଧ ବହୁତ ଗଭୀର ହୋଇପାରେ । କ୍ୟାରିଆର ବିଷୟରେ: ଚାକିରି ଦୃଷ୍ଟିରୁ ଏହି ସପ୍ତାହ ଆପଣଙ୍କ ନିମନ୍ତେ ଭଲ ରହିବ। କାର୍ଯ୍ୟ ଠିକ ସମୟରେ ପୂର୍ଣ୍ଣ ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ: ଋତୁ ଅନୁଯାୟୀ ରୋଗ ଆପଣଙ୍କୁ ଅସୁବିଧା କରିପାରେ, ସାବଧାନ ରୁହନ୍ତୁ । ଅଫିସ୍‌ରେ ଏକାଧିକ କାମକୁ ନେଇ ବ୍ୟସ୍ତ ରହିପାରନ୍ତି । ସମ୍ପର୍କୀୟଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ସମାଲୋଚିତ ହୋଇପାରନ୍ତି । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ।

ବିଛା : ବନ୍ଧୁଙ୍କ ନିକଟରୁ ପାଇବାକୁ ଥିବା ଜିନିଷଟି ନପାଇ ନିରାଶ ହେବେ । ପାଖ ପଡୋଶୀଙ୍କ ହସ୍ତକ୍ଷେପ ଫଳରେ ପରିବାରରେ ଅଶାନ୍ତି ଦେଖାଯିବ । ସରକାରୀ ସ୍ତରରେ ଆର୍ଥିକ ସାହାଯ୍ୟ ପାଇବାର ସୂଚନା ମନକୁ ଉଲ୍ଲସିତ କରିପାରେ । ମାନସିକ ଅସୁସ୍ଥତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଭୁଲ୍ ବୁଝାମଣା ଲାଗି ରହିବ । ସଭାସମିତିର ଆଲୋଚନାରେ ଦ୍ୱନ୍ଦରେ ପଡିପାରନ୍ତି ।

ଧନୁ : ଏହି ସପ୍ତାହ ଆପଣ ନିଜର କାର୍ଯ୍ୟ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିବେ। ଚାକିରି ସ୍ଥିତି ଉନ୍ନତ କରିବା ଉପରେ ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସହିତ ବିଚାର ବିମର୍ଶ ହୋଇପାରେ । ପ୍ରତି କାର୍ଯ୍ୟରେ ଆପଣଙ୍କୁ ଆଶା ଠାରୁ ଅଧିକ ସଫଳତା ମିଳିବ । ଏହି ସପ୍ତାହ ପୂର୍ଣ୍ଣ ରୂପେ ନିଶ୍ଚିତ ରୁହନ୍ତୁ । କାରଣ ଆପଣଙ୍କ ଭଲ ସମୟ ଏବେ ଚାଲିଛି। ବିଦେଶ ଯିବାକୁ ଇଚ୍ଛୁକ ଲୋକଙ୍କ ପାଇଁ ଅନୁକୂଳ ସମୟ ଅଛି ।

ମକର : କୈାଣସି ଅସୁବିଧା ନଥିଲେ ମଧ୍ୟ ଅଯଥାରେ ଏଣୁ ତେଣୁ ଗୁଡାଏ ଚିନ୍ତାକରି ବିବ୍ରତ ହୁଅନ୍ତୁ ନାହିଁ । ବିବାଦୀୟ ପରିସ୍ଥିତିରେ ସଫଳତା ଯୋଗୁଁ ମନ ଖୁସି ରହିବ । ବାଧ୍ୟ, ବାଧକତାରେ ଦୂରଯାତ୍ରା କରିବାକୁ ପଡିପାରେ । କର୍ମକ୍ଷେତ୍ରରେ ସନ୍ଦେହଜନକ ବାତାବରଣ ମଧ୍ୟରେ ଅଣନିଶ୍ୱାସୀ ହେବାକୁ ପଡିପାରେ । କେତେକ କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ଦୃଢ ମୁକାବିଲା କରିବାକୁ ପଡିପାରେ ।

କୁମ୍ଭ : ଆପଣଙ୍କ ରଚନାତ୍ମକତା ବନ୍ଧୁ ମାନଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରିପାରେ।ବିଦେଶ ଯାତ୍ରା ନିମନ୍ତେ ସମୟ ଉତ୍ତମ ଅଟେ। ଅଚାନକ ଆସିଥିବା ଦାୟିତ୍ଵ ଆପଣଙ୍କ ଯୋଜନାରେ ବାଧା ଉପୁଯାଇ ପାରେ। ନୂତନ ସୁଯୋଗ ଆପଣଙ୍କୁ ମିଳିପାରେ । ଅଚାନକ କୌଣସି ବଡ ଦାୟିତ୍ଵ ମଧ୍ୟ ଆପଣଙ୍କ ସମ୍ମୁଖକୁ ଆସିପାରେ । ନିଜର ଖରାପ ସମ୍ପର୍କ କୁ ସୁଧାରିବାରେ ସକ୍ଷମ ହେବେ।

ମୀନ : ନିଜ ପରିସରରେ ସବୁ କିଛିକୁ ହାଲୁକା ଭାବେ ଗ୍ରହଣ କରିଲେ ଅସୁବିଧାରେ ପଡିପାରନ୍ତି । ଆବଶ୍ୟକତା ପୂରଣ କରିବା ସକାଶେ ଟଙ୍କା,ପଇସା ଧାର କରିପାରନ୍ତି । ଘରକୁ ସଜାଡିବାରେ ବହୁତ ସମୟ ନେଇପାରନ୍ତି । ପିଲା ମାନଙ୍କ ପଢା ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ ରହିପାରେ । ରାଜନୈତିକ ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କରିବେ ।କ୍ୟାରିଆର ବିଷୟରେ: ଭାଗ୍ୟ ଆପଣଙ୍କ ପକ୍ଷରେ ରହିବ । ବ୍ୟବସାୟରେ ଭଲ ଲାଭ ହୋଇପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.