ସାପ୍ତାହିକ ରାଶିଫଳ: ଜାଣନ୍ତୁ, ମେଷଠୁ ମୀନ ଯାଏଁ କାହାର ଦିନ କେମିତି କଟିବ

ମେଷ : ରବି, ସୋମ ରାଜନୀତିରେ ସଫଳତା ପାଇବେ। ମଙ୍ଗଳବାର ନୂଆ କାମ ହାତକୁ ନେବେ। ମନ ପ୍ରଫୁଲ୍ଲ ରହିବ। ବୁଧବାର ବିଶ୍ରାମ ନେବେ। ଗୁରୁବାର ଦିନ ଦୂର ଯାତ୍ରା ଯୋଗ ଅଛି। ସୁସମ୍ବାଦ ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ପରିବାର ସହ ଖୁସିରେ ସମୟ କାଟିବେ।

ବୃଷ : ରବି ଓ ସୋମବାର ପରିବାର ସହ ଭଲରେ ସମୟ ବିତିବ। ଆର୍ଥିକ ଲାଭବାନ ହେବେ।ନୂତନ ବନ୍ଧୁ ଲାଭ କରିବେ। ମଙ୍ଗଳବାର କାମ ବୋଝ ବଢ଼ିବ। ବୁଧ ଓ ଗୁରୁବାର କାର୍ଯ୍ୟସିଦ୍ଧି ହେବ। ଶୁକ୍ରବାର ନୂତନ ନିଯୁକ୍ତି ମିଳିପାରେ। ଶନିବାର ଜଗି ରଖି ଚଳନ୍ତୁ। ଭାବିଚିନ୍ତି କାର୍ଯ୍ୟ କରିବା ଉଚିିତ୍‌।

ମିଥୁନ : ରବିବାର ଧନ ପ୍ରାପ୍ତି ହେବ। ସୋମବାର ପ୍ରବଳ କାର୍ଯ୍ୟ ଚାପରେ ରହିବେ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ମଙ୍ଗଳବାର କାମର ବୋଝ ଟିକେ ହାଲ୍‌କା ହେବ। ବୁଧବାର ଓ ଗୁରୁବାର ଅଫିସରେ କାମ ବୋଝ ବଢ଼ିବ। ଏଥିସହ ଘରେ ମଧ୍ୟ ଅସନ୍ତୋଷ ଦେଖା ଦେଇପାରେ। ଶୁକ୍ରବାର ଓ ଶନିବାର ବାହାରକୁ ଯାତ୍ରା କରିପାରନ୍ତି।

କର୍କଟ: ରବିବାର ବ୍ୟବସାୟରେ ଧିରେ ଧିରେ ଉନ୍ନତି ହେବ । ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କ ଠାରେ ପ୍ରିୟ ଭାଜନ ହେବେ ।ସୋମବାର କର୍ମ କ୍ଷେତ୍ରରେ ସଂଯମ ଅବଲମ୍ବନ କରନ୍ତୁ । କୈାଣସି କାର୍ଯ୍ୟରେ ସଫଳତାରେ ବିଘ୍ନ ଆସିପାରେ । ମଙ୍ଗଳ ଓ ବୁଧବାର ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ । ଗୁରୁବାର ବନ୍ଧୁ ବର୍ଗରେ କଳହ ଓ ମତାନ୍ତର ଦେଖାଦେଇ ପାରେ । ଶୁକ୍ର ଓ ଶନି ମହିଳା ମାନେ ପରିବାରରେ ପୃଷ୍ଟି ସାଧନ ପାଇଁ ପ୍ରୟାସ କରିବେ ।

ସିଂହ : ରବି ଓ ସୋମବାର ସରକାରୀ କର୍ମ କ୍ଷେତ୍ରରେ ଆୟ ବୃଦ୍ଧି ପାଇବ । ଅଧିକ ପରିଶ୍ରମ ଦ୍ୱାରା କାର୍ଯ୍ୟ ସଫଳ ହେବ ।ମଙ୍ଗଳବାର କୈାଣସି ଅସୁବିଧାର ସମ୍ମୁଖିନ ହୋଇ ପାରନ୍ତି । ସମୟ ସମୟରେ ଅସୁସ୍ଥତା ଅନୁଭବ କରିବେ । ବୁଧ ଓ ଗୁରୁବାର ପାରିବାରିକ ଜୀବନରେ ଆବଦ୍ଧ ରହିବେ । ଶୁକ୍ରବାର ଚାକିରିରେ ପ୍ରାଧାନ୍ୟ ବୃଦ୍ଧି ପାଇବ । ମନ ଭଲ ରହିବା କାରଣରୁ ବନ୍ଧୁଙ୍କ ସହିତ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି ।ଶନିବାର ମହିଳା ମାନେ ପୂଜାପୂଜିରେ ମନୋନିବେଶ କରିବେ ।

କନ୍ୟା: ରବିବାର ବ୍ୟବସାୟରେ ଲାଭ, କ୍ଷତି ସମାନ୍ ରହିବ । କୈାଣସି ବ୍ୟକ୍ତିର ସାହାର୍ଯ୍ୟରେ ବ୍ୟବସାୟରେ ଆର୍ôଥକ ଲାଭ ହୋଇପାରେ । ସୋମବାର ଅଧିନସ୍ଥ କର୍ମଚାରୀଙ୍କ ସହ ବିବାଦ ଦେଖା ଦେଇପାରେ । ମଙ୍ଗଳ ଓ ବୁଧ ପାରିବାରିକ ଜୀବନରେ ସହଯୋଗ ମିଳିବ । ମହିଳା ମାନେ ଚିନ୍ତିତ ରହିବେ । ଗୁରୁବାର ଗମନା ଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଶୁକ୍ର ଓ ଶନିବାର ବିଦ୍ୟାର୍ଥୀ ମାନେ ପଢାପଢି ଓ କ୍ରୀଡା କ୍ଷେତ୍ରରେ ସମ୍ମାନିତ ହେବେ ତଥା ପ୍ରସନ୍ନ ରହିବେ ।

ତୁଳା : ରବିବାର ପିଲାଙ୍କୁ ନେଇ ଚିନ୍ତିତ ହେବେ। ସୋମବାର ଓ ମଙ୍ଗଳବାର ବନ୍ଧୁ ସହଯୋଗ ଲାଭ କରିବେ। ବୁଧବାର ଓ ଗୁରୁବାର ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟିତ ହେବ। ଶୁକ୍ରବାର ଓ ଶନିବାର ଆୟ ବୃଦ୍ଧି ହେବ। ଦ୍ରବ୍ୟ କ୍ରୟ କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ଇଷ୍ଟଦେବୀଙ୍କ କବଚ ପାଠ କରନ୍ତୁ।

ବିଛା : ରବିବାର ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ସୋମବାର ଓ ମଙ୍ଗଳବାର ଦୁର୍ଘଟଣାଜନିତ ସମସ୍ୟା ଦେଖାଦେବ। ବୁଧବାର ଓ ଗୁରୁବାର ବୈବାହିକ ସମସ୍ୟା ଦୂର ହେବ। ଶୁକ୍ରବାର ଓ ଶନିବାର କାମ ବୋଝ ବଢ଼ିବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ।

ଧନୁ : ରବିବାର ପାରିବାରିକ ଅଶାନ୍ତିର ସମ୍ମୁଖୀନ ହେବେ। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ମାଲିମକଦ୍ଦମାରେ ବିଜୟୀ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ପ୍ରତିଷ୍ଠାଯୁକ୍ତ ହେବେ। ଆର୍ଥିକ ଅନଟନ ଦୂର ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ।

ମକର : ରବିବାର ଓ ସୋମବାର ନୂତନ ବନ୍ଧୁ ଲାଭ କରିବେ। ମଙ୍ଗଳବାର ଓ ବୁଧବାର ଶତ୍ରୁଦ୍ବାରା ପରାସ୍ତ ହେବେ। ଦ୍ରବ୍ୟ ଚୋରି ହୋଇପାରେ। ମାନସିକ ଅବସାଦ ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସଫଳତା ପ୍ରାପ୍ତ ହେବ। ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ।

କୁମ୍ଭ : ରବିବାର କର୍ମ କ୍ଷେତ୍ରରେ ମହିଳା କର୍ମିଙ୍କ ଦ୍ୱାରା ପ୍ରଶଂସିତ ହେବେ। ସୋମ ମଙ୍ଗଳବାର ଜମି କିଣା ବିକା ବ୍ୟବସାୟରେ ଲାଭବାନ୍ ହେବେ। ବିଦେଶ ଗମନର ସୂଚନା ମିଳିବ। ବୁଧବାର ବହୁ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରି ପାରନ୍ତି । ଗୁରୁବାର ଭ୍ରମଣର ସୁଯୋଗ ଆସିପାରେ । ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ । ଶୁକ୍ର ଓ ଶନିବାର ପାରିବାରିକ ସୁଖ ଶାନ୍ତି ନଷ୍ଟ ହୋଇପାରେ । ଆର୍ଥୀକ ସମସ୍ୟା କିଛି ମାତ୍ରାରେ ଲାଘବ ହେବ ।

ମୀନ : ରବିବାର କୌଣସି ଅସ୍ଥାୟୀ କାର୍ଯ୍ୟ ସ୍ଥାୟୀ ହୋଇପାରେ । ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ । ସୋମବାର ଅନ୍ୟର ସହଯୋଗ ମିଳିବ ବ୍ୟବସାୟରେ ଲାଭ , କ୍ଷତି ସମାନ ରହିବ । ଜମିଜମାକୁ ନେଇ ଶତ୍ରୁ ଉପୁଜିବେ । ମଙ୍ଗଳ ଓ ବୁଧବାର ସହ କର୍ମଚାରୀଙ୍କ ସହିତ ବଚସା ଲାଗିପାରେ । ଗୁରୁବାର ଧର୍ମ ଭାବନାରୁ ମନ ଦୂରେଇ ରହିବ । ଶାରୀରିକ କଷ୍ଟ ଅନୁଭବ କରିବେ , ଅଧିକ ଖର୍ଚ୍ଚ କରିବାକୁ ପଡିପାରେ । ଶୁକ୍ରବାର ପାରିବାରିକ ମନମାଳିନ୍ୟ ଦେଖାଦେବ । ମହିଳା ମାନେ ଧର୍ମପରାୟଣ ହେବେ । ଶନିବାର ଛାତ୍ରଛାତ୍ରି ମାନେ ବିଦ୍ୟାରେ ମନୋନିବେଶ କରି କୃତିତ୍ୱ ହାସଲ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.