ଚଳିତ ସପ୍ତାହର ରାଶିଫଳ ! ଜାଣନ୍ତୁ, କାହା ଭାଗ୍ୟରେ କ’ଣ ଅଛି

ମେଷ:

ସପ୍ତାହ ଆରମ୍ଭରେ କାମ ଚାପ ଅଧିକ ରହିବ। ଭୂମି- ଭବନ ମାମଲା ତୁଟାଇବାକୁ ସାଙ୍ଗଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ। କାମ କରିବା ପୂର୍ବରୁ ଏ ନେଇ କାହାକୁ କିଛି କୁହନ୍ତୁ ନାହିଁ। ନିଜ ଭବିଷ୍ୟତର ପ୍ଲାନ୍‌ ନିଜ ଭିତରେ ହିଁ ସୀମିତ ରଖନ୍ତୁ। ବିପରୀତ ଲିଙ୍ଗଙ୍କ ପ୍ରତି ଆକର୍ଷଣ ବଢ଼ିବ। ଜୀବନସାଥୀଙ୍କ ସହ ପ୍ରେମ ବଢ଼ିବ। ନାରାୟଣ କବଚ ପାଠ କରନ୍ତୁ।

ବୃଷ:

ଏହି ରାଶିର ବ୍ୟକ୍ତିଙ୍କୁ ସୌଭାଗ୍ୟ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ସିନିୟର ଓ ଜୁନିଅରଙ୍କ ସହଯୋଗ ମିଳିବ। ଭୂମି, ଭବନ ଓ ବାହନର ସୁଖ ପ୍ରାପ୍ତି ହେବ। ଆୟର ସ୍ରୋତ ବଢ଼ିବ। ପ୍ରେମ ବ୍ୟପାର ପାଇଁ ସପ୍ତାହଟି ଖୁବ୍‌ ଭଲ। ବିବାହ ପାଇଁ ପ୍ରସ୍ତାବ ଆସିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରତିଦିନ ଶିବଲିଙ୍ଗରେ ତମ୍ବା ଲୋଟାରେ ଜଳ ଅର୍ପଣ କରନ୍ତୁ।

ମିଥୁନ:

ଚଳିତ ସପ୍ତାହରେ ଆଗକୁ ବଢ଼ିବାକୁ ସୁଯୋଗ ମିଳିବ। କାମ ପାଇଁ ଦୂର ଯାତ୍ରା କରିପାରନ୍ତି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ପାଇଁ ଶରୀରର ଅଧିକ ଯତ୍ନ ନିଅନ୍ତୁ। ସପ୍ତାହ ମଝିରେ କାମ ବୋଝ ବଢ଼ିବ। ପ୍ରେମ ସମ୍ପର୍କରେ ଭାବି ଚିନ୍ତି ଆଗକୁ ବଢ଼ନ୍ତୁ। ସପ୍ତାହ ଶେଷରେ ପରିବାର ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ପ୍ରତିଦିନ ଗଣପତିଙ୍କୁ ଦୁବ ଅର୍ପଣ କରନ୍ତୁ।

କର୍କଟ:

ଏହି ସପ୍ତାହ ମଧ୍ୟମ ରହିବ। ସପ୍ତାହ ଆରମ୍ଭରେ କାମ ବିଗିଡ଼ିଯିବ। ଚାକିରିଆଙ୍କୁ ଇଚ୍ଛା ମୁତାବକ ଜାଗାକୁ ଯିବାକୁ ସୁଯୋଗ ମିଳିବ। ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯିବେ। ସପ୍ତାହ ଶେଷରେ ସନ୍ତାନଙ୍କ ସହ ଜଡ଼ିତ ବଡ଼ ଖୁସି ଖବର ମିଳିବ। ସାଥୀଙ୍କ ଠାରୁ କୌଣସି ବଡ଼ ସରପ୍ରାଇଜ୍‌ ମିଳିପାରେ। ଦେବୀ ଦୁର୍ଗାଙ୍କୁ ପୂଜା କରନ୍ତୁ।

ସିଂହ:

ଏହି ରାଶିର ଲୋକଙ୍କୁ ସଫଳତା ମିଳିବ। ମାନ-ସମ୍ମାନ ମିଳିବ। ଏହି ସପ୍ତାହରେ ବଡ଼ ଅନୁଷ୍ଠାନ ଆପଣଙ୍କୁ ସମ୍ମାନିତ କରିପାରେ। ବିଦେଶରେ ରହି ଅଧ୍ୟୟନ କରୁଥିବା ପିଲାଙ୍କ ପାଇଁ ସପ୍ତାହଟି ଖୁବ୍‌ ଉତ୍ତମ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଖାଦ୍ୟପେୟ ଓ ଦିନଚର୍ଯ୍ୟା ଠିକ୍‌ ରଖନ୍ତୁ। ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ତମ୍ବା ଲୋଟାରେ ଅର୍ଘ୍ୟ ଦିଅନ୍ତୁ।

କନ୍ୟା:

ଏହି ସପ୍ତାହ ବ୍ୟସ୍ତବହୁଳ ରହିବ। ସପ୍ତାହ ଆରମ୍ଭରେ କର୍ମ କ୍ଷେତ୍ର ସହ ଜଡ଼ିତ ସମସ୍ୟାକୁ ସମାଧାନ କରିବା ପାଇଁ ଅଧିକ ପରିଶ୍ରମ କରିବେ। ଏହି ସମୟରେ ସିନିୟରଙ୍କ ସହଯୋଗ ପାଇବେନି। ଫଳରେ ଦୁଃଖିତ ହେବେ। ସପ୍ତାହ ମଝିରେ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିପାରନ୍ତି। ବୈବାହିକ ଜୀବନ ସୁଖମୟ ହେବ। ହନୁମାନ ଚାଳିଶା ପାଠ କରନ୍ତୁ।

ତୁଳା:

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସପ୍ତାହ ଭଲ ମନ୍ଦ ମିଶ୍ରିତ ରହିବ। ସପ୍ତାହ ଆରମ୍ଭରେ କ୍ୟାରିୟର କିମ୍ବା ବ୍ୟବସାୟ ପାଇଁ ଦୂର ଯାତ୍ରା କରିବାକୁ ପଡ଼ିପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଫଳରେ ବଜେଟ୍‌ ଗଡ଼ବଡ଼ ହୋଇପାରେ। ବ୍ୟବହାରକୁ ନିୟନ୍ତ୍ରଣରେ ରଖନ୍ତୁ। ଜୀବନସାଥୀଙ୍କ ବ୍ୟବହାରକୁ ଅଣଦେଖା କରନ୍ତୁ ନାହିଁ। ପ୍ରତିଦିନ ପାରଦ ଶିବଲିଙ୍ଗଙ୍କୁ ଧଳା ଚନ୍ଦନ ଅର୍ପଣ କରନ୍ତୁ।

ବିଛା:

ଗତ ସପ୍ତାହ ତୁଳନାରେ ଏହି ସପ୍ତାହ ଅଧିକ ଲାଭଯୁକ୍ତ ରହିବ। ସାଙ୍ଗଙ୍କ ସାହାଯ୍ୟରେ ଅଟକି ଥିବା କାର୍ଯ୍ୟ ପୂରଣ ହେବ। ପରିବାରର ସଦସ୍ୟଙ୍କ ଦେହ ଖରାପ ଯୋଗୁ ଚିନ୍ତାରେ ରହିପାରନ୍ତି। ପ୍ରେମ ମାମଲାରେ ସତର୍କ ରୁହନ୍ତୁ। ଆପଣଙ୍କୁ ଦେଖି ଲୋକମାନେ ଈର୍ଷା କରିପାରନ୍ତି। ହନୁମାନଙ୍କ ଉପାସନା କରନ୍ତୁ।

ଧନୁ:

ଚଳିତ ସପ୍ତାହରେ ନୂଆ ସୁଯୋଗ ମିଳିବ। ଚାକିରିଆଙ୍କୁ ନୂଆ ଦାୟିତ୍ୱ ଦିଆଯିବ। ଫଳରେ ମାନ-ସମ୍ମାନ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ସମସ୍ତେ ପ୍ରଶଂସା କରିବେ। ଘର ପରିବାରର ବାତାବରଣ ସୁଖଦ ରହିବ। ବୈବାହିକ ଜୀବନ ସୁଖମୟ ରହିବ। ଜୀବନର ପ୍ରତିଟି ମୁହୂର୍ତ୍ତରେ ଜୀବନସାଥୀଙ୍କ ସହଯୋଗ ମିଳିବ। ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

ମକର:

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଚଳିତ ସପ୍ତାହ ସୌଭାଗ୍ୟ ଆଣିବ। କ୍ୟାରିୟରକୁ ନେଇ ବଡ଼ ସଫଳତା ପାଇପାରନ୍ତି। ଦାୟିତ୍ୱ ନେବାରେ ସଫଳ ହେବେ। ପରିବାରର ପୂର୍ଣ୍ଣ ସହଯୋଗ ମିଳିବ। ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ଆର୍ଥିକ ସହାୟତା ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

କୁମ୍ଭ:

ଆଶାଠାରୁ କମ୍‌ ସଫଳତା ମିଳିବ। ପାରିବାରିକ ସମସ୍ୟା ବଢ଼ିବ। ଘରୋଇ ମାମଲାରେ ତିକ୍ତତା ସୃଷ୍ଟି ହୋଇପାରେ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ମାଲିକ ଗାଳି କରିପାରନ୍ତି। ପ୍ରେମିକାଙ୍କ ଇଚ୍ଛା ମୁତାବକ କାମ କରନ୍ତୁ। ଦେହ ପ୍ରତି ଯତ୍ନ ନିଅନ୍ତୁ। ହନୁମାନଙ୍କ ସୁନ୍ଦରାକାଣ୍ଡ ପାଠ କରନ୍ତୁ।

ମୀନ:

ପରିଶ୍ରମ କଲେ ବି ଅଧିକ ସଫଳତା ମିଳିବ ନାହିଁ। ସଫଳତା ମିଳିବାରେ ବିଳମ୍ବ ହେବ। ଏଭଳି ସ୍ଥିତିରେ ପରିବାରଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ପାଠପଢ଼ା ପିଲା ପଢ଼ାରେ ମନ ଦେଇ ପାରିବେ ନାହିଁ। ପ୍ରେମ ସମ୍ପର୍କକୁ ମଜଭୁତ କରିବାକୁ ଜୀବନସାଥୀଙ୍କୁ ସମୟ ଦିଅନ୍ତୁ। ପ୍ରତିଦିନ ସଙ୍କଟମୋଚନ ହନୁମାନଙ୍କ ପୂଜା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.