ଏ ସପ୍ତାହର ରାଶିଫଳ!

ରବିବାର ସକାଳଠାରୁ ଆରମ୍ଭ ହୁଏ ଏକ ନୂଆ ସପ୍ତାହ। ସପ୍ତାହର ଆରମ୍ଭରୁ ହିଁ ଲୋକମାନେ ପୂରା ସପ୍ତାହ କ’ଣ କରିବେ, ତାହାର ପ୍ଲାନିଂ କରିଥାନ୍ତି। ଏଥିସହ କିଛି ଲୋକ ରବିବାର ଠାରୁ ହିଁ ସପ୍ତାହଟି କେମିତି କଟିବ, ସେ ନେଇ ଜାଣିବାକୁ ଇଚ୍ଛୁକ ଥାନ୍ତି। ଏଣୁ ରାଶିଫଳ ଜାଣିବାକୁ ସମସ୍ତଙ୍କ ମନରେ ଖୁବ୍‌ ଆଗ୍ରହ ରହିଥାଏ। ତେଣୁ ସକାଳୁ ସକାଳୁ ଆସନ୍ତୁ ପଢ଼ିବା ଏ ସପ୍ତାହର ରାଶିଫଳ…

ମେଷ : ରବିବାର ଖୁସିରେ କଟିବ। ସୋମବାର କାର୍ଯ୍ୟ ବ୍ୟସ୍ତ ରହିବେ। ମଙ୍ଗଳବାର ଓ ବୁଧବାର ପରିବାର ସହ ଭଲରେ ସମୟ ବିତିବ। ଗୁରୁବାର ଓ ଶୁକ୍ରବାର ବନ୍ଧୁ ମିଳନ ଯୋଗ ରହିଛି। ଶନିବାର ଘରକୁ ଅତିଥିଙ୍କ ଆଗମନ ହେବ।

ବୃଷ : ରବିବାର ପରିବାର ସହ ସମୟ କାଟିବେ। ସୋମବାର ଓ ମଙ୍ଗଳବାର କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ବୁଧବାର ଧର୍ମ କାମରେ ମନ ଦେବେ। ଗୁରୁବାର କିଛି ନୂଆ କାମ ହାତକୁ ନେଇ ପାରନ୍ତି। ଶୁକ୍ରବାର ଓ ଶନିବାର ବାଣିଜ୍ୟ, ବ୍ୟବସାୟରେ ସଫଳତା ପାଇବେ।

ମିଥୁନ : ରବିବାର ଓ ସୋମବାର ଆର୍ଥିକ ଲାଭବାନ ହେବେ। ମଙ୍ଗଳବାର ପ୍ରତିଷ୍ଠା ଲାଭ କରିବେ। ବୁଧବାର ଓ ଗୁରୁବାର କାର୍ଯ୍ୟସିଦ୍ଧି ହେବ। ଶୁକ୍ରବାର ନୂତନ ନିଯୁକ୍ତି ମିଳିପାରେ। ଶନିବାର ଜଗି ରଖି ଚଳନ୍ତୁ।

କର୍କଟ : ରବିବାର ଓ ସୋମବାର ପାରିବାରିକ ଶାନ୍ତି ପାଇବେ। ମଙ୍ଗଳବାର ଓ ବୁଧବାର ଦ୍ରବ୍ୟ ଲାଭ ହେବ। ଗୁରୁବାର ଓ ଶୁକ୍ରବାର ଶତ୍ରୁକୁ ପରାସ୍ତ କରିବେ। ଶନିବାର ଦିନ ନୂଆ ଜିନିଷ କିଣିବେ।

ସିଂହ : ରବିବାର ଖୁସି ରହିବେ। ସୋମବାର ଦିନ ଘରୁ କେହି ବାହାରକୁ ଯାଉଥିବାରୁ ମନ ଦୁଃଖ ରହିବ। ମଙ୍ଗଳବାର ଓ ବୁଧବାର ମନ ପ୍ରଫୁଲ୍ଲ ରହିବ। ଗୁରୁବାର ଭଗବାନଙ୍କୁ ଆରାଧନା କରିବାରେ ମନ ଦେବେ। ଶୁକ୍ରବାର ଓ ଶନିବାର ପରିବାର ସହ ଖୁସିରେ ସମୟ କାଟିବେ।

କନ୍ୟା : ରବିବାର ଓ ସୋମବାର କାର୍ଯ୍ୟ ବ୍ୟସ୍ତ ରହିବେ। ମଙ୍ଗଳବାର ପ୍ରିୟ ଜନଙ୍କ ସହ ଦୂର ଯାତ୍ରା କରିବେ। ବୁଧବାର ନୂଆ ସମ୍ଭାବନା ଆସିବ। ଗୁରୁବାର ଯାତାୟାତ କରିବେ। ଶୁକ୍ରବାର ଓ ଶନିବାର ପରିବାର ସହ ସମୟ କାଟିବେ। ରବିବାର ନୂଆ କାମ ହାତକୁ ନେବେ।

ତୁଳା : ରବିବାର ଓ ସୋମବାର ଶରୀର ଅସୁସ୍ଥ ରହିବ। ମଙ୍ଗଳବାର ଓ ବୁଧବାର ସାବଧାନତା ଲୋଡ଼ା। ଗୁରୁବାର ଓ ଶୁକ୍ରବାର ନୂତନ ଭୂମି କିଣି ପାରନ୍ତି। ଶନିବାର ରିଷ୍ଟ ଖଣ୍ଡନ ପାଇଁ ହନୁମାନଙ୍କୁ ପୂଜା କରନ୍ତୁ।

ବିଛା : ରବି ଓ ସୋମବାର ଖୁସିରେ ସମୟ କଟିବ। ମଙ୍ଗଳବାର ଓ ବୁଧବାର ଅଫିସରେ ବ୍ୟସ୍ତ ରହିବେ। ଗୁରୁବାର ଲକ୍ଷ୍ମୀଙ୍କ ପୂଜାରେ ମନ ନିବେଶ କରିବେ। ଶୁକ୍ରବାର ଓ ଶନିବାର ଦୂର ଯାତ୍ରା କରିବେ।

ଧନୁ : ରବିବାର ଓ ସୋମବାର ପରିବାର ସହ ଖୁସିରେ ସମୟ କଟିବ। ମଙ୍ଗଳବାର ଓ ବୁଧବାର ନୂଆ ଦ୍ରବ୍ୟ କ୍ରୟ କରିପାରନ୍ତି। ଗୁରୁବାର ଟିକେ ଜଗି ରଖି ଚଳନ୍ତୁ। ଶୁକ୍ରବାର ଓ ଶନିବାର ଆୟ ବୃଦ୍ଧି ହେବ।

ମକର : ରବିବାର ଧନ ପ୍ରାପ୍ତି ହେବ। ସୋମବାର ପ୍ରବଳ କାର୍ଯ୍ୟ ଚାପରେ ରହିବେ। ମଙ୍ଗଳବାର କାମର ବୋଝ ଟିକେ ହାଲ୍‌କା ହେବ। ବୁଧବାର ଓ ଗୁରୁବାର ଅଫିସରେ କାମ ବୋଝ ବଢ଼ିବ। ଏଥିସହ ଘରେ ମଧ୍ୟ ଅସନ୍ତୋଷ ଦେଖା ଦେଇପାରେ। ଶୁକ୍ରବାର ଓ ଶନିବାର ବାହାରକୁ ଯାତ୍ରା କରିପାରନ୍ତି।

କୁମ୍ଭ : ରବିବାର ଓ ସୋମବାର ପରିବାର ଓ ପିଲାଙ୍କ ସହ ବାହାରକୁ ବୁଲିବାକୁ ଯିବେ। ମଙ୍ଗଳବାର ଓ ବୁଧବାର ଆୟ ବଢ଼ିବ। ଗୁରୁବାର ମହାଲକ୍ଷ୍ମୀଙ୍କ ନାଁ ଜପନ୍ତୁ। ଶୁକ୍ରବାର ଓ ଶନିବାର ନୂତନ ନିଯୁକ୍ତି ମିଳିପାରେ।

ମୀନ : ରବିବାର, ସୋମବାର ଓ ମଙ୍ଗଳବାର ମନ ପ୍ରଫୁଲ୍ଲ ରହିବ। ନୂଆ କାମ ହାତକୁ ନେବେ। ବୁଧବାର ବିଶ୍ରାମ ନେବେ। ଗୁରୁବାର ଦିନ ଦୂର ଯାତ୍ରା ଯୋଗ ଅଛି। ଶୁକ୍ରବାର ଓ ଶନିବାର ପରିବାର ସହ ଖୁସିରେ ସମୟ କାଟିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.