ଏ ସପ୍ତାହର ରାଶିଫଳ !

ମେଷ :

ରବିବାର ଖୁସି ରହିବେ। ସୋମବାର ଦିନ ଘରୁ କେହି ବାହାରକୁ ଯାଉଥିବାରୁ ମନ ଦୁଃଖ ରହିବ। ମଙ୍ଗଳବାର ଓ ବୁଧବାର ମନ ପ୍ରଫୁଲ୍ଲ ରହିବ। ଗୁରୁବାର ଭଗବାନଙ୍କୁ ଆରାଧନା କରିବାରେ ମନ ଦେବେ। ଶୁକ୍ରବାର ଓ ଶନିବାର ପରିବାର ସହ ଖୁସିରେ ସମୟ କାଟିବେ।

ବୃଷ :

ରବିବାର ଧନ ପ୍ରାପ୍ତି ହେବ। ସୋମବାର ପ୍ରବଳ କାର୍ଯ୍ୟ ଚାପରେ ରହିବେ। ମଙ୍ଗଳବାର କାମର ବୋଝ ଟିକେ ହାଲ୍‌କା ହେବ। ବୁଧବାର ଓ ଗୁରୁବାର ଅଫିସରେ କାମ ବୋଝ ବଢ଼ିବ। ଏଥିସହ ଘରେ ମଧ୍ୟ ଅସନ୍ତୋଷ ଦେଖା ଦେଇପାରେ। ଶୁକ୍ରବାର ଓ ଶନିବାର ବାହାରକୁ ଯାତ୍ରା କରିପାରନ୍ତି।

ମିଥୁନ :

ରବିବାର ଓ ସୋମବାର ପାରିବାରିକ ଶାନ୍ତି ପାଇବେ। ମଙ୍ଗଳବାର ଓ ବୁଧବାର ଦ୍ରବ୍ୟ ଲାଭ ହେବ। ଗୁରୁବାର ଓ ଶୁକ୍ରବାର ଶତ୍ରୁକୁ ପରାସ୍ତ କରିବେ। ଶନିବାର ଦିନ ନୂଆ ଜିନିଷ କିଣିବେ।

କର୍କଟ :

ରବିବାର ଓ ସୋମବାର ଆର୍ଥିକ ଲାଭବାନ ହେବେ। ମଙ୍ଗଳବାର ପ୍ରତିଷ୍ଠା ଲାଭ କରିବେ। ବୁଧବାର ଓ ଗୁରୁବାର କାର୍ଯ୍ୟସିଦ୍ଧି ହେବ। ଶୁକ୍ରବାର ନୂତନ ନିଯୁକ୍ତି ମିଳିପାରେ। ଶନିବାର ଜଗି ରଖି ଚଳନ୍ତୁ।

ସିଂହ :

ରବିବାର ଓ ସୋମବାର କାର୍ଯ୍ୟ ବ୍ୟସ୍ତ ରହିବେ। ମଙ୍ଗଳବାର ପ୍ରିୟ ଜନଙ୍କ ସହ ଦୂର ଯାତ୍ରା କରିବେ। ବୁଧବାର ନୂଆ ସମ୍ଭାବନା ଆସିବ। ଗୁରୁବାର ଯାତାୟାତ କରିବେ। ଶୁକ୍ରବାର ଓ ଶନିବାର ପରିବାର ସହ ସମୟ କାଟିବେ। ରବିବାର ନୂଆ କାମ ହାତକୁ ନେବେ।

କନ୍ୟା :

ରବି ଓ ସୋମବାର ଖୁସିରେ ସମୟ କଟିବ। ମଙ୍ଗଳବାର ଓ ବୁଧବାର ଅଫିସରେ ବ୍ୟସ୍ତ ରହିବେ। ଗୁରୁବାର ଲକ୍ଷ୍ମୀଙ୍କ ପୂଜାରେ ମନ ନିବେଶ କରିବେ। ଶୁକ୍ରବାର ଓ ଶନିବାର ଦୂର ଯାତ୍ରା କରିବେ।

ତୁଳା :

ରବିବାର ଓ ସୋମବାର ଶରୀର ଅସୁସ୍ଥ ରହିବ। ମଙ୍ଗଳବାର ଓ ବୁଧବାର ସାବଧାନତା ଲୋଡ଼ା। ଗୁରୁବାର ଓ ଶୁକ୍ରବାର ନୂତନ ଭୂମି କିଣି ପାରନ୍ତି। ଶନିବାର ରିଷ୍ଟ ଖଣ୍ଡନ ପାଇଁ ହନୁମାନଙ୍କୁ ପୂଜା କରନ୍ତୁ।

ବିଛା :

ରବିବାର ଖୁସିରେ କଟିବ। ସୋମବାର କାର୍ଯ୍ୟ ବ୍ୟସ୍ତ ରହିବେ। ମଙ୍ଗଳବାର ଓ ବୁଧବାର ପରିବାର ସହ ଭଲରେ ସମୟ ବିତିବ। ଗୁରୁବାର ଓ ଶୁକ୍ରବାର ବନ୍ଧୁ ମିଳନ ଯୋଗ ରହିଛି। ଶନିବାର ଘରକୁ ଅତିଥିଙ୍କ ଆଗମନ ହେବ।

ଧନୁ :

ରବିବାର, ସୋମବାର ଓ ମଙ୍ଗଳବାର ମନ ପ୍ରଫୁଲ୍ଲ ରହିବ। ନୂଆ କାମ ହାତକୁ ନେବେ। ବୁଧବାର ବିଶ୍ରାମ ନେବେ। ଗୁରୁବାର ଦିନ ଦୂର ଯାତ୍ରା ଯୋଗ ଅଛି। ଶୁକ୍ରବାର ଓ ଶନିବାର ପରିବାର ସହ ଖୁସିରେ ସମୟ କାଟିବେ।

ମକର :

ରବିବାର ଓ ସୋମବାର ପରିବାର ଓ ପିଲାଙ୍କ ସହ ବାହାରକୁ ବୁଲିବାକୁ ଯିବେ। ମଙ୍ଗଳବାର ଓ ବୁଧବାର ଆୟ ବଢ଼ିବ। ଗୁରୁବାର ମହାଲକ୍ଷ୍ମୀଙ୍କ ନାଁ ଜପନ୍ତୁ। ଶୁକ୍ରବାର ଓ ଶନିବାର ନୂତନ ନିଯୁକ୍ତି ମିଳିପାରେ।

କୁମ୍ଭ :

ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ସପ୍ତାହଟି ବହୁତ ଭଲ। ବହୁ ଦିନରୁ ଟଙ୍କା ବାକି ରଖିଥିବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।

ମୀନ :

ରବିବାର ପରିବାର ସହ ସମୟ କାଟିବେ। ସୋମବାର ଓ ମଙ୍ଗଳବାର କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ବୁଧବାର ଓ ଗୁରୁବାର ଅଫିସରେ କାମ ବୋଝ ବଢ଼ିବ। ଏଥିସହ ଘରେ ମଧ୍ୟ ଅସନ୍ତୋଷ ଦେଖା ଦେଇପାରେ। ଶୁକ୍ରବାର ଓ ଶନିବାର ବାହାରକୁ ଯାତ୍ରା କରିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.