ରାଶିଫଳ

ଏ ସପ୍ତାହର ରାଶିଫଳ !

ମେଷ:
ଏହି ସପ୍ତାହରେ ମାନସିକ ରୂପେ ସୁସ୍ଥ ରହିବେ। କୌଣସି ଶୁଭ ଖବର ମିଳିବ। ଶତ୍ରୁମାନେ ଦବି ରହିବେ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କିଛି ନୂଆ ସୁଯୋଗ ପାଇବେ।

ବୃଷ :

ଚଳିତ ସପ୍ତାହରେ ଲୋକମାନେ ସମସ୍ୟାରୁ ମୁକୁଳିବାକୁ ଆପଣଙ୍କ ଠାରୁ ଉପଦେଶ ନେଇପାରନ୍ତି। ଧାର୍ମିକ ଓ ଆଧ୍ୟାତ୍ମିକ କାମରେ ମନ ନିବେଶ କରିବେ। ଭାଇ ଭଉଣୀ, ବନ୍ଧୁ ବାନ୍ଧବଙ୍କ ସହ ବିଚାରରେ ତାଳମେଳ ରହିବ ନାହିଁ। ସହକର୍ମୀଙ୍କ ସହ ବିବାଦ ଦେଖା ଦେବ।

ମିଥୁନ :

ଏହି ସପ୍ତାହରେ ଘର ଗୃହସ୍ଥୀର ବାତାବରଣ ଏତେଟା ଭଲ ରହିବ ନାହିଁ। ଶ୍ୱଶୁର ଘର ପକ୍ଷରୁ ଚିନ୍ତା ବଢ଼ିବ। ଦେହ ଖରାପ ରହିବ। ପିଲାଙ୍କ ଉପରେ ଚାପ ପକାନ୍ତୁ ନାହିଁ।

କର୍କଟ :

ଚଳିତ ସପ୍ତାହରେ କର୍ମକ୍ଷେତ୍ରରେ ଆକସ୍ମିକ କେତେକ ସମସ୍ୟା କାରଣରୁ ପୂର୍ବସ୍ଥିରୀକୃତ କାର୍ଯ୍ୟ ସ୍ଥଗିତ ରହିପାରେ। ବନ୍ଧୁଙ୍କ ସାହାଯ୍ୟ, ସହଯୋଗର ଅଭାବ ନ ଥିଲେ ମଧ୍ୟ ପାରିବାରିକ ମନାନ୍ତର କାମକୁ ବିଗାଡ଼ି ଦେଇପାରେ। ରାଜନୀତିରେ ନୈତିକ ସମର୍ଥନ ହାସଲ କରିପାରିବେ।

ସିଂହ :

ଏହି ସପ୍ତାହରେ ବ୍ୟକ୍ତିତ୍ୱରେ ଉନ୍ନତି ପରିଲକ୍ଷିତ ହେବ। ଦେଶ ବିଦେଶ ଓ ଘରେ ଖ୍ୟାତି ବଢ଼ିବ। ସମ୍ମାନିତ ହୋଇପାରନ୍ତି। ପରିବାର ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ବହୁତ ଭଲ ପାଇବା ମିଳିବ।

କନ୍ୟା :

ଚଳିତ ସପ୍ତାହରେ ଶରୀର ସୁସ୍ଥ ରହିବ। ଭୂମି, ବାହନ ସୁଖ ପ୍ରାପ୍ତ ହେବ। କାର୍ଯ୍ୟ କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଖର୍ଚ୍ଚ ବଢ଼ିବ। ସପରିବାର ମନ୍ଦିର ଯାଇ ଠାକୁର ଦର୍ଶନ କରିବେ।

ତୁଳା :

ଏହି ସପ୍ତାହରେ କର୍ମକ୍ଷେତ୍ରରେ ଅସୁବିଧା ଯୋଗୁ ଟେନ୍‌ସନ ମଧ୍ୟରେ ରହିବାକୁ ପଡ଼ିପାରେ। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ସକାଶେ ବ୍ୟସ୍ତତା ବଢ଼ିପାରେ। ଟଙ୍କା ପଇସା, ନେବା ଆଣିବା, ଦିଆନିଆ କ୍ଷେତ୍ରରେ ସତର୍କ ରହିବା ଭଲ ହେବ। କୌଣସି ଆତ୍ମୀୟଙ୍କ ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ।

ବିଛା :

ଏ ସପ୍ତାହରେ ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣଜନିତ ମନସ୍ତାପର କାରଣ ହୋଇପାରେ। ନିଜ ଲୋକମାନଙ୍କ ପରୋକ୍ଷ ବିରୁଦ୍ଧାଚରଣ ହେତୁ ଚିନ୍ତିତ ରହିବାର ସୂଚନା ରହିଛି। ବ୍ୟବସାୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ପାଇବେ। ଜମିଜମା ସମ୍ପର୍କିତ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ।

ଧନୁ :

ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ସପ୍ତାହଟି ବହୁତ ଭଲ। ବହୁ ଦିନରୁ ଟଙ୍କା ବାକି ରଖିଥିବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।

ମକର :

ଚଳିତ ସପ୍ତାହରେ ଅର୍ଥ ସଙ୍କଟ ମଧ୍ୟରେ ଗତି କଲେ ମଧ୍ୟ କର୍ମକ୍ଷେତ୍ରରେ ଉନ୍ନତି କାରଣରୁ ଖୁସି ରହିବେ। ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି, ରାଜନୀତିରେ ଆଲୋଚନା ଅସମାପ୍ତ ରହିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ଏଜେନସିପ୍‌, କଳା, ସାହିତ୍ୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ।

କୁମ୍ଭ :

ଚଳିତ ସପ୍ତାହରେ ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ନିଜର କାମ ଯଥା ସମୟରେ ପୂରା କରିନେବେ। ପାରିବାରିକ ଜୀବନ ସୁଖମୟ ହେବ। ଧର୍ମସ୍ଥାନକୁ ଯିବା ପାଇଁ ଯୋଜନା କରିପାରନ୍ତି।

ମୀନ :

ଏହି ସପ୍ତାହରେ ବ୍ୟକ୍ତିତ୍ୱ ଦୁର୍ବଳ ହେବ। ଲୋକଙ୍କ ସହ ସମ୍ପର୍କକୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦିଅନ୍ତୁ। ବିବାଦୀୟ ସ୍ଥିତି ଉପୁଜିପାରେ। ଏହାକୁ ତୁଟାଇବାକୁ ଆପଣ ଚିନ୍ତାରେ ରହିବେ। ଏଣୁ ଏଥରକ ସର୍ଟ କଟ୍‌ର ସାହାରା ନ ନେଇ ସିଧା ରାସ୍ତାରେ ଯାଆନ୍ତୁ।

WCW 11

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

34 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

49 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago