ପୃଥିବୀର ସବୁଠୁ ବୃହତ ପ୍ରାଣୀ କେମିତି ହେଲା ନୀଳ ତିମି, ଜାଣନ୍ତୁ ଏହା ପଛର କାରଣ

ବିଶ୍ୱର ସବୁଠାରୁ ବଡ ପ୍ରାଣୀ ଭାବେ ନୀଳ ତିମିକୁ ଜଣାଯାଏ । କିନ୍ତୁ ବିଶାଳ ଜୀବର ଆକାର ବହୁ ପୂର୍ବରୁ ଏପରି ନଥିଲା । ପ୍ରାୟ ୪ରୁ ୫ ମିଲିୟନ ବର୍ଷ ପୂର୍ବରୁ ହିଁ ବିଭିନ୍ନ କାରଣ ନେଇ ଏହି ବିଶାଳ ଜୀବର ଆକାର ବଢିଥିଲା । ଏକ ନୂତନ ଗବେଷଣ ଅନୁଯାୟୀ ମହା ସାଗରରେ ନିଜ ଭୋଜନରେ ବୃଦ୍ଧି କାରଣରୁ ହିଁ ଏହି ଜୀବ ବିଶାଳକାୟ ଆକାର ଧାରଣ କରିଥିଲା । ନୀଳ ତିମିର ସର୍ବବୃହତ ଓଜନ ୧୭୩ ଟନ ଥିବା ବେଳେ ସେମାନଙ୍କ ଲମ୍ବା ୨୯.୯ ମିଟର ପର୍ଯ୍ୟନ୍ତ ହୋଇପାରେ ।

blue whale

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିଛି ବର୍ଷ ପୂର୍ବରୁ ଏମାନଙ୍କର ଆକାର ଅତି ବେଶୀରେ ୧୦ ମିଟର ପର୍ଯ୍ୟନ୍ତ ହିଁ ବଢି ପାରୁଥିଲା । ୪.୫ ମିଲିୟନ ବର୍ଷ ପୂର୍ବେ ବୃହତକାୟ ଜୀବର ଆକାର ପାଇଥିବା ଜୀବର ଛୋଟ ପ୍ରଜାତି ଗୁଡିକ କିନ୍ତୁ କ୍ରମଶଃ ଲୋପ ପାଇବସିଲାଣି । ବରଫ ଯୁଗ ବା ଆଇସ ଏଜର ଆରମ୍ଭ ପରେ ହିଁ ପୃଥିବୀ ଜଳବାୟୁ ପରିବର୍ତ୍ତନ ଅଧିକ ହୋଇଥିଲା । ଏହା ହିଁ ଏହି ସାମୁଦ୍ରିକ ଜୀବକୁ ସୁହାଇଥିବା ଖାଦ୍ୟ ବିଶେଷଜ୍ଞଙ୍କ ମତ । ଯାହାଦ୍ୱାର ହିଁ ନୀଳ ତିମି ପରି ସାମୁଦ୍ରିକ ଜୀବ ମାନଙ୍କର ଖାଦ୍ୟାଭାସରେ ବିଶେଷ ପରିବର୍ତ୍ତନ ଆସିଥିଲା ।

blue whale

ଏହା ସହ ପଢନ୍ତୁ: କସ୍ତୁରବା ଗାନ୍ଧୀଙ୍କ ସ୍ଲୋଗାନରେ ପ୍ରଭାବିତ ହୋଇଥିଲେ ଗ୍ରାମବାସୀ

 

ଆହୁରି ମଧ୍ୟ ଏହି ସାମୁଦ୍ରିକ ଜୀବର ଏକ ସ୍ୱତନ୍ତ୍ର ଫିଡିଙ୍ଗ ସିଷ୍ଟମ ବା ପଚାନା କ୍ଷମତା ମାତ୍ର ୩୦ ମିଲିୟନ ବର୍ଷ ପୂର୍ବେ ହିଁ ବିକଶିତ ହୋଇଥିଲା । ଏହା ଦ୍ୱାରା ଏହି ଜୀବର ଖାଦ୍ୟ ଗ୍ରହଣ କ୍ଷମତା କ୍ରମଶଃ ବଢିବାକୁ ଲାଗିଥିଲା । ଏମାନେ ଧୀରେ ଧୀରେ ଅଧିକ ମାତ୍ରାରେ ବିଭିନ୍ନ ସାମୁଦ୍ରିକ ଜୀବ ମାନଙ୍କୁ ଖାଦ୍ୟ ରୂପରେ ଗ୍ରହଣ କରିବା ଆରମ୍ଭ କରିଥିଲେ । ଏହା ହିଁ ଏହି ଜୀବର ଆକାର ବୃଦ୍ଧିର ଏକ ପ୍ରମୁଖ କାରଣ ଭାବେ ମଧ୍ୟ ଧରାଯାଏ ।

Leave A Reply

Your email address will not be published.