ଭଦ୍ରକ:ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣା, ସ୍ୱାମୀ ଓ ଶାଶୂକୁ ଗିରଫ କଲା ପୋଲିସ

ଭଦ୍ରକ(କେନ୍ୟୁଜ୍):  ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣାରେ ସ୍ୱାମୀ ଓ ଶାଶୂ ଗିରଫ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଘଟିଛି ଘଟଣା । ଗତ ୧୧ ତାରିଖ ରାତିରେ ନୂଆ ପୋଖରୀ ଗାଁରେ ବିବାହିତ ମହିଳାଙ୍କୁ ଗଳା କାଟି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଘଟଣା ପରେ ମହିଳାଙ୍କ ସ୍ୱାମୀ ନାରାୟଣ ମହାନ୍ତି ଫେରାର ଥିଲେ ।

ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଫେରାର ସ୍ୱାମୀକୁ ଧରିବା ପାଇଁ ଜାଲ ବିଛାଇଥିଲା । ଗତକାଲି ଭଦ୍ରକ ବସ ଷ୍ଟାଣ୍ଡରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଘଟଣାରେ ମୃତକଙ୍କ ସ୍ୱାମୀ ନାରାୟଣ ମହାନ୍ତି ଓ ଶାଶୂ ମାତାଜୀ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ଲାଗୁଥିଲା । ଏଥିରେ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ସ୍ୱାମୀ ଏଭଳି ବିଭତ୍ସ ହତ୍ୟା କରିଥିବା ପୋଲିସ କହିଛି ।

Leave A Reply

Your email address will not be published.