ICC ୯ ପିଲାଙ୍କ ଫଟୋ ପୋଷ୍ଟ କରି ପଚାରିଲା କିଏ ଏମାନେ? ୮ମ ପିଲା ‘ସ୍ପେନର ଯାଦୁଗର’, ଭାଇରଲ ହେଉଛି Photo

‘ଆନ୍ତର୍ଜାତିକ ପରିବାର ଦିବସ’ ଅବସରରେ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନସିଲ(ICC) ଏକ ପୋଷ୍ଟ କରିଛି, ଯାହାକୁ ଖୁବ ପସନ୍ଦ କରାଯାଉଛି। ICC 9ଜଣ କ୍ରିକେଟରଙ୍କ ପିଲାବେଳର ଫଟୋ ସେୟାର କରିଛି ଏବଂ ଫ୍ୟାନମାନଙ୍କୁ ଏମାନଙ୍କ ନାମ ପଚାରିଛି।

ଫଟୋ ସେୟାର କରି ICC କ୍ୟାପସନ ଲେଖିଛି, ‘ଆନ୍ତର୍ଜାତିକ ପରିବାର ଦିବସ’ ଅବସରରେ ଆମେ ଆପଣଙ୍କ ପାଇଁ ଏକ ଗେମ ନେଇକି ଆସିଛୁ। କ’ଣ ଆପଣ ପିଲାବେଳର ଫଟୋ ଦେଖି କହିପାରିବେ କିଏ ଏହି କ୍ରିକେଟରମାନେ’?

ତେବେ କିଛି ଲୋକ ସମସ୍ତ କ୍ରିକେଟରଙ୍କ ନାଁ କହିପାରିଥିବା ବେଳେ କିଛି ଲୋକ ଅଧା ଉତ୍ତର ଦେଇପାରିଥିଲେ। ICC ସେୟାର କରିଥିବା ଏହି ଫଟୋଟି ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି।

ଯଦି ଆପଣ ବି ଏହି 9ଜଣ କ୍ରିକେଟରଙ୍କ ନାମ ଜାଣିବାକୁ ଇଛୁକ, ଏଠି ଆମେ କହି ରଖୁଛୁ ସେମାନଙ୍କ ନାମ। 1. ଡେଭିଡ ୱାର୍ଣ୍ଣର 2. ବିରାଟ କୋହଲି 3. ଜୋ ରୁଟ 4. ଯୁବରାଜ ସିଂ 5. ଡେନି ଭାଇଟ 6. ପଣ୍ଡ୍ୟା ଭାଇ 7. ଜେମିମାହ ରାନ୍ଦ୍ରୀକସ 8. ସେନ ୱାର୍ଣ୍ଣ 9. ମାଇକେଲ ୱାର୍ଣ୍ଣ

Leave A Reply

Your email address will not be published.