Odisha News
.

ମଦ ବେପାରୀଙ୍କ ଉପରେ ବର୍ଷିଲେ ମହିଳା, ଗୋଡ଼ାଇ ଗୋଡ଼ାଇ ପିଟିଲେ

ଭଦ୍ରକ(କେନ୍ଯୁଜ୍) :  ଦିନକୁ ଦିନ ଦେଶରେ ନିଶା ଦ୍ରବ୍ଯ ବଢ଼ୁଥିବା ବେଳେ ଏହାକୁ ରୋକିବା ଅସମ୍ଭବ ହୋଇପଡ଼ିଛି। କିଛି ଲୋକ ଏହାକୁ ଆଇନ ଅଧିନରେ କରୁଥିବା ବେଳେ କିଛି ଏହାର ବେଆଇନ୍ ବ୍ଯବସାୟ କରୁଛନ୍ତି। ତେବେ ମଦ ବେପାରୀକୁ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି ସ୍ଥାନୀୟ ମହିଳା ।

ଭଦ୍ରକ ଜିଲ୍ଳା ବାସୁଦେବପୁର ବ୍ଲକ ନରସିଂହ ପଞ୍ଚାୟତରେ ମହିଳା ମାନେ ମଦ ବ୍ୟବସାୟୀଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଅବକାରୀ ବିଭାଗ ପହଂଚି ମଦବ୍ୟବସାୟୀ ଅଜୟ ପାତ୍ରଙ୍କୁ ଗିରଫ କରିଛି । ତାଙ୍କଠାରୁ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ସହିତ ମୋଟରସାଇକେଲ ଜବତ ହୋଇଛି ।

Leave A Reply

Your email address will not be published.