ଖୋର୍ଦ୍ଧା: ବେଗୁନିଆ ରାସୋଲ ଗାଁରେ ଥିବା ବେଆଇନ ମଦ କାରଖାନା ଉପରେ ଚଢ଼ଉ, ବିପୁଳ ପରିମାଣର ମଦ ସହ କାର, ଟ୍ରକ୍‌ ଓ ନଗଦ ୧୭ଲକ୍ଷ ୬୦ହଜାର ଟଙ୍କା ଜବତ

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ରାସୋଲ ଗାଁରେ ଥିବା ଏକ ବେଆଇନ ମଦ କାରଖାନା ଉପରେ ଚଢ଼ଉ । କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଓ କୁଇକ୍‌ ଆକ୍ସନ ଟିମ୍‌ ମିଳିତ ଭାବେ ଚଢ଼ଉ କରିଥିଲେ। ଚଢ଼ଉବେଳେ ବିପୁଳ ପରିମାଣର ମଦ, ମଦ ପ୍ୟାକିଂ ମେସିନ୍‌, ଗୋଟିଏ କାର, ଗୋଟିଏ ଟ୍ରକ୍‌ ସହ ନଗଦ ୧୭ଲକ୍ଷ ୬୦ହଜାର ଟଙ୍କା ଜବତ କରାଯାଇଥିଲା। ଏହି ଘଟଣାରେ କାରଖାନାର ମାଲିକ ମିନତି ପାଇକରାୟଙ୍କୁ ଗିରଫ କରାଯାଇଥିବାର ସୂଚନା ରହିଛି ।

 

 

Leave A Reply

Your email address will not be published.