Odisha News
.

ଶୁଭାରମ୍ଭ ହୋଇଛି ଆୟୁଷ୍ମାନ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ଉଦଘାଟନ

ଝାଡ଼ଖଣ୍ଡରୁ ଶୁଭାରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଆୟୁଷ୍ମାନ ଭାରତ ଯୋଜନା ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିଛନ୍ତି । ଯୋଜନାରେ ଦେଶର ୧୦ କୋଟିରୁ ଅଧିକ ଗରିବ ପରିବାର ବାର୍ଷିକ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା ପାଇବେ । SECC ଡାଟା ଅନୁସାରେ ଗ୍ରାମାଞ୍ଚଳର ୮. ୩ କୋଟି ଏବଂ ସହରାଞ୍ଚଳର ୨. ୩୩ କୋଟି ପରିବାର ଉପକୃତ ହେବେ । ପ୍ରାୟ ୫୦ କୋଟି ଲୋକ ଯୋଜନାର ସୁଫଳ ପାଇବେ । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନାରେ ଯେଉଁ ହିତାଧିକାରୀ ଅଛନ୍ତି, ସେମାନେ ମଧ୍ୟ ଏଥିରେ ସାମିଲ ହେବେ।

aayushman-bharat

ଆଧାର କାର୍ଡ, ଭୋଟ ପରିଚୟପତ୍ର ଏବଂ ରାସନକାର୍ଡ ଦେଖାଇ ହିତାଧିକାରୀମାନେ ଚିକିତ୍ସା ସୁବିଧା ପାଇ ପାରିବେ । mera.pmjay.gov.in େଓ୍ଵବସାଇଟ୍‌ରେ ହିତାଧିକାରୀଙ୍କ ତାଲିକା ଉପଲବ୍ଧ ଅଛି । ଏହି ଯୋଜନା ସହ ଚୁକ୍ତି ବଦ୍ଧ ସମସ୍ତ ହସ୍ପିଟାଲରେ ଜଣେ ଆୟୁଷ୍ମାନ ମିତ୍ର ରହିବେ । ସେମାନେ ହିତାଧିକାରୀଙ୍କୁ ସହାୟତା କରିବେ । ଏହି ଯୋଜନା ଲାଗୁ କରିବାକୁ ୩୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି । ଦୁଇରୁ ୩ ମାସ ମଧ୍ୟରେ ସମସ୍ତ ରାଜ୍ୟରେ ଏହି ଯୋଜନା ଲାଗୁ ହେବ । ସାରା ଦେଶରେ ୮ହଜାର ୭୩୫ଟି ହସ୍ପିଟାଲରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଆଉ ୧୫ ହଜାର ହସ୍ପିଟାଲ ଏଥିରେ ସାମିଲ ହେବାକୁ ଆବେଦନ କରିଛନ୍ତି । ଆୟୁଷ୍ମାନ ଭାରତ ବିଶ୍ୱର ସବୁଠୁ ବଡ ସରକାରୀ ସ୍ୱାସ୍ଥ୍ୟ ଯୋଜନା ।

 

Leave A Reply

Your email address will not be published.