Odisha News
.

ଭାରତର ୟୁସେନ ବୋଲ୍ଟ ୧୧ ସେକେଣ୍ଡରେ ଦୌଡିଲେ ୧୦୦ ମିଟର

ଦ୍ରୁତଧାବକଙ୍କ ବିଷୟରେ ଭାବିଲେ ସବୁଠାରୁ ପ୍ରଥମେ ଆମ ମନକୁ ଆସନ୍ତି ଉସେନ ବୋଲ୍ଟ । ଭାରତରେ ଆଜି ପର୍ଯ୍ୟନ୍ତ ଏପରି କୌଣସି ଧାବକ ନାହାନ୍ତି ଯିଏକି ବୋଲ୍ଟଙ୍କୁ ଟକ୍କର ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି ଯେଉଁଠି ଜଣେ ଯୁବକଙ୍କୁ ଭାରତର ବୋଲ୍ଟ ବୋଲି କୁହାଯାଉଛି । ମଧ୍ୟପ୍ରଦେଶର ଶିବପୁରୀରେ ଜଣେ ଯୁବଧାବକ ରାମେଶ୍ଵର ଦାବି କରିଛନ୍ତି ଯେ ସେ ମାତ୍ର ଦୁଇ ସେକେଣ୍ଡ୍ରେ ପାଞ୍ଚ ମିଟର ଅତିକ୍ରମ କରୁଛନ୍ତି ।

ମଧ୍ୟପ୍ରଦେଶ ଶିବପୁରୀର ୩୯ ବର୍ଷୀୟ ରାମେଶ୍ଵର ଗୁର୍ଯର ନାମକ ଜଣେ ଯୁବକ ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି । ପିଟିଆଇ ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶ ସରକାର ଶିବପୁରୀ ରାମେଶ୍ଵରଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଭୋପାଳ ଆମନ୍ତ୍ରିତ କରିଛନ୍ତି । ମଧ୍ୟପ୍ରଦେଶ କ୍ରୀଡ଼ାମନ୍ତ୍ରୀଙ୍କ ଦ୍ୱାରା ରାମେଶ୍ୱର ଗୁର୍ଯରଙ୍କୁ ଭୋପାଳ ଆସିବାକୁ ନିମନ୍ତ୍ରଣ ପଠାଯାଇଛି । ଗୁର୍ଯରଙ୍କ ଭିଡିଓ ଭାଇରଲ ହେବାପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହି ଭିଡିଓ ଭାଇରଲ ହେବ ପରେ ରାମେଶ୍ଵରଙ୍କୁ କିଛିଲୋକ ଭାରତର ବୋଲ୍ଟ ବୋଲି କହିଛନ୍ତି । ଏହାର କ୍ୟାପ୍ସନ ଅଛି ଯେ ” ଯଦି ଏହି ପିଲାକୁ କିଛି ସୁବିଧା ଓ ପ୍ରଶିକ୍ଷଣ ଯୋଗାଇ ଦିଆଯିବ ତାହେଲେ ସେ ୯ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିପାରିବ” ।

ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁଙ୍କ ଦ୍ୱାରା ଯୁବବକଙ୍କୁ ତାଙ୍କ ପାଖକୁ ପଠାଇବା ପାଇଁ କହିବା ପରେ ଭିଡ଼ିଓଟିକୁ ସେୟାର କରିଛନ୍ତି । କେନ୍ଦ୍ରୀୟ କ୍ରୀଡ଼ାମନ୍ତ୍ରୀଙ୍କ ପରେ ଭାରତୀୟ କ୍ରୀଡା ପ୍ରାଧିକରଣ(Indian Sports Authority) ରାମେଶ୍ଵରଙ୍କୁ ତୁରନ୍ତ ଭୋପାଲ ସାଇ ସେଣ୍ଟରକୁ ଆସିବାପାଇଁ କହିଛନ୍ତି । ଏହି ଭିଡିଓରେ ଯୁବକ ଜଣଙ୍କ ବିନା ଜୋତାରେ ଦୌଡ଼ିବାର ଦେଖାଯାଇଛି । ସେ ମାତ୍ର ଦୁଇ ସେକେଣ୍ଡରେ ୫ ମିଟର ଅତିକ୍ରମ କରିଛନ୍ତି ।

 

 

Loading...

Leave A Reply

Your email address will not be published.