Sabuthi Sabubele Hata Muthare Khabar

ଏସିଆ କପ୍ କ୍ରିକେଟ୍ : ଭାରତର ବାଜିମାତ, ୮ ଓ୍ଵିକେଟ୍‌ରେ ହରିଲା ପାକିସ୍ତାନ

ନୂଆଦିଲ୍ଲୀ : ଏସିଆ କପ୍‌ରେ ହାଇଭୋଲଟେଜ୍‌ ମୁକାବିଲାରେ ସମ୍ନାସାମ୍ନି ହୋଇଥିଲେ ଭାରତ-ପାକିସ୍ତାନ। ପାଖାପାଖି ବର୍ଷେ ପରେ ମୁହାଁମୁହିଁ ହୋଇଥିଲେ ଏସିଆ ମହାଦେଶର ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ମୁକାବିଲାରେ ଭାରତ ୮ ଓ୍ଵିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଛି ।


ଉଭୟ ଦଳରେ ରହିଛନ୍ତି ଯୁବ ଅଭିଜ୍ଞ ଖେଳାଳି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଭାରତ ୨୯ ଓଭରରେ ୨ ଓ୍ଵିକେଟ୍‌ରେ ପାକିସ୍ତାନକୁ ହରାଇ ୧୬୪ ରନ୍‌ ସଂଗ୍ରହ କରିଛି। ଅମ୍ବାତି ରାୟଡୁ ଅପରାଜିତ ୩୧ ରନ ଯୋଡ଼ିଥିବା ବେଳେ ଦିନେଶ କାର୍ତ୍ତିକ ଅପରାଜିତ ୩୧ ରନ ସଂଗ୍ରହ କରିଥିଲେ। ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଓପନ୍‌ର ଯୋଡ଼ି ଅଧିନାୟକ ରୋହିତ ଶର୍ମା(୫୨) ଓ ଶିଖର ଧାଓ୍ଵନ(୪୬) ପ୍ରଥମ ଓ୍ଵିକେଟ୍‌ ପାଇଁ ୮୬ ରନ୍‌ ଯୋଡ଼ିଥିଲେ । ଗତବର୍ଷ ଇଂଲଣ୍ଡରେ ଚାମ୍ପିଅନ୍ସ ଟ୍ରଫିରେ ଶେଷ ଥର ପାଇଁ ଭାରତ-ପାକିସ୍ତାନ ଏକାଠି ମ୍ୟାଚ୍‌ ଖେଳିଥିଲେ ।

Leave A Reply

Your email address will not be published.