Odisha News
.

ଆହତ ଚିତାର ଫଟୋ ଉଠାଇବା ପାଇଁ ଜମିଥିଲା ଲୋକଙ୍କ ଭିଡ, ତାପରେ ଯାହା ହେଲା ଜାଣିଲେ ଉଡିଯିବ ଆପଣଙ୍କ ହୋସ୍

ପଶ୍ଚିମ ବଙ୍ଗଳାର ଅଲୀପୁରଦ୍ବାର ରାସ୍ତାକଡ଼ରେ ପଡ଼ିଥିବା ଏକ ଆହତ ଚିତାବାଘର ଫଟୋ ଉଠାଇବା ଘଟଣାରେ ଜଣେ ଯୁବକଙ୍କ ପାଇଁ ବେଶ ମହଙ୍ଗା ପଡ଼ିଛି। ଆହତ ଚିତାବାଘଟି ହଠାତ୍‌ ଫଟୋ ଉଠାଉଥିବା ବ୍ୟକ୍ତିଙ୍କ ଉପରକୁ ଲମ୍ଫ ପ୍ରଦାନ କରି ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛି। ବାଘ ଆକ୍ରମଣରେ ଉକ୍ତ ବ୍ୟକ୍ତିଙ୍କୁ ସାମାନ୍ୟ ଆଘାତ ଲାଗିବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏବେ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରିପୋର୍ଟ ଅନୁଯାୟୀ ଆହତ ଅବସ୍ଥାରେ ପଡ଼ିରହିଥିବା ଚିତାବାଘକୁ ଚିକିତ୍ସା କରିବା ପାଇଁ ବନ ବିଭାଗ ଟିମ୍ ନେଇଯାଇଛନ୍ତି। ଏଥିସହ ବାଘର ସ୍ବାସ୍ଥ୍ୟବସ୍ଥା ଠିକ ହେବା ପରେ ତାଙ୍କୁ ଜଙ୍ଗଲରେ ଛାଡି ଦିଆଯିବା କଥା ଅଧିକାରୀ କହିଛନ୍ତି।

video courtesy:  ANI

Loading...

Leave A Reply

Your email address will not be published.