ଦୁଇ ପୁଅ ଓ ପତ୍ନୀଙ୍କ ସହ ଏହି ଆଲିଶାନ୍‌ ବଙ୍ଗଳାରେ ରୁହନ୍ତି ରାହୁଲ ଦ୍ରାବିଡ୍‌, ଦେଖନ୍ତୁ ଭିତରୁ କେତେ ଭବ୍ୟ ଲାଗୁଛି

ଟିମ୍‌ ଇଣ୍ଡିଆର ସର୍ବକାଳୀନ ମହାନ୍‌ କ୍ରିକେଟରଙ୍କ ମଧ୍ୟରେ ରାହୁଲ ଦ୍ରାବିଡ୍‌ ଜଣେ। ସେ ନିଜ ଖେଳ ମାଧ୍ୟମରେ ବାରମ୍ବାର ଭାରତକୁ ଗୌରବାନ୍ଵିତ କରିଛନ୍ତି। ତେବେ ବର୍ତ୍ତମାନ ରାହୁଲ ଦ୍ରାବିଡ୍‌ ଖେଳଠାରୁ ନିଜକୁ ଦୂରେଇ ଦେଇଥିଲେ ମଧ୍ୟ କ୍ରିକେଟ୍‌ ସହ ଜଡ଼ିତ ଅଛନ୍ତି।

ରାହୁଲ ଦ୍ରାବିଡ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପରିବାର ସହ ରହୁଛନ୍ତି। ବେଙ୍ଗାଲୁରୁର ଇନ୍ଦିରା ନଗରରେ ରାହୁଲ ଦ୍ରାବିଡ୍‌ଙ୍କର ଏକ ଭବ୍ୟ ବଙ୍ଗଳା ରହିଛି।

ଏହି ବଙ୍ଗଳା ବାହାରୁ ଯେତିକି ସୁନ୍ଦର ଦିଶୁଛି ଭିତରୁ ମଧ୍ୟ ସେତିକି ଭବ୍ୟ। ଏହି ଘର ତିଆରି ହେବା ବେଳେ ଦ୍ରାବିଡ୍‌ ଏହାର ଭିତରର କେତେକ ଫଟୋ ସେୟାର କରିଥିଲେ।

୨୦୧୪ ମସିହାରେ ଏହି ଘର ତିଆରି ହୋଇଥିଲା। ଘର ଭିତରକୁ ଖୁବ୍‌ ସୁନ୍ଦର ଭାବେ ଡେକୋରେଟ୍‌ କରାଯାଇଛି। ରାହୁଲ ଦ୍ରାବିଡ୍‌ଙ୍କର ଦୁଇଟି ପୁଅ ଅଛନ୍ତି।

Leave A Reply

Your email address will not be published.