ଅଧିକାଂଶ ସମୟରେ ଆମେ ଖାଉଥିବା ଜିନିଷ ସବୁ କିପରି ଓ କେତେବେଳେ ଖାଇଲେ ଏହା ଆମ ଶରୀର ପାଇଁ ଉପକାରୀ ହେବ ତାହା ଆମେ ଜାଣୁନା । ତଥାପି ଆମେ ଖାଇଥାଉ ।
ଦୁଧ ଏକ ପୈାଷ୍ଟିକ ପାନୀୟ ଭାବେ ଆମେ ବ୍ୟବହାର କରିଥାଉ । ଦୁଧରେ କାଲ୍ସିୟମ୍, ପ୍ରୋଟିନ୍, ଫସ୍ଫରସ୍ ଓ ପୋଟାସିୟମ୍ ପର୍ଯ୍ୟାପ୍ତ ମାତ୍ରାରେ ଥାଏ । ଯେଉଁଥିପାଇଁ ଦୁଧକୁ ଏକ ସମ୍ପୂର୍ଣ୍ଣ ଆହାର କୁହାଯାଇଥାଏ ।
ଦୁଧର ଅନେକ ସ୍ୱାସ୍ଥ୍ୟକାରୀ ଗୁଣ ପାଇଁ ଏହାକୁ ସର୍ଦିରେ କିମ୍ବା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ପିଇଥାଉ । ତେବେ ନିଦ ହେଉ ନଥିବା ଲୋକଙ୍କୁ ଦୁଧ ପିଇବା ପାଇଁ କୁହାଯାଇଥାଏ ।
ରାତିରେ ଦୁଧ ପିଇବା ଦ୍ୱାରା ଭଲ ନିଦ ହେବା ସହ ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ବାସ୍ତବରେ ବୈଜ୍ଞାନିକ ଦୃଷ୍ଟି କୋଣରୁ ଏହା କେତେଦୂର ସତ୍ୟ । ବାସ୍ତବରେ ଦୁଧରେ ଥିବା ଟ୍ରିଷ୍ଟୋଫେନ୍ ଓ ମିଲାଟୋନିନ୍ ନାମକ ଦୁଇ ଯୈାଗିକ ତତ୍ତ୍ୱ ଭଲ ନିଦ କରିଥାଏ ।
ଦୁଧରେ ଥିବା ଏହି ଦୁଇ ତତ୍ତ୍ୱ ନ୍ୟୁରୋଟ୍ରାନ୍ସମିଟର ଉତ୍ପାଦନରେ ସାହାଯ୍ୟ କରିଥାଏ । ଯାହା ମାନସିକ ଆରାମ ଦେଇଥାଏ । ନିଦ୍ରାହୀନତା ରୋଗୀଙ୍କ ପାଇଁ ଦୁଧରେ ଥିବା ଏହି ଦୁଇ ତତ୍ତ୍ୱ ବେଶ ଉପକାରୀ ହୋଇଥାଏ ।
ରାତିରେ ଦୁଧ ପିଇବା ଉପକାରୀ କି?
ରାତିରେ ଦୁଧ ପିଇଲେ ଏହା ଓଜନ ବଢ଼ାଇ ଥାଏ । କଫ ଓ ଅନିୟମିତ ଖାଦ୍ୟ ଅଭ୍ୟାସ ଥିବା ଲୋକଙ୍କ ପାଇଁ ଏହା ହାନୀକାରକ ହୋଇଥାଏ । ତେଣୁ ଏହି ଲୋକଙ୍କ ପାଇଁ ସକାଳେ ଓ ସଂଧ୍ୟାରେ ଦୁଧ ପିଇବା ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଦୁଧକୁ ଏକ ସମ୍ପୂର୍ଣ୍ଣ ଆହାର ରୂପେ ନିଆଯାଇଥାଏ ।
ତେଣୁ ରାତିରେ ଦୁଧ ପିଇବାକୁ ହେଲେ ୩୦ ମିନିଟ୍ ପୂର୍ବରୁ ଦୁଧ ପିଇବା ଆବଶ୍ୟକ । ବୈଜ୍ଞାନିକମାନେ ଶୋଇବା ପୂର୍ବରୁ ଦୁଧ ପିଇବା ଦ୍ୱାରା ନିଦ୍ରା ଉପରେ ପ୍ରଭାବ ନେଇ ସେମିତି ଠୋସ୍ ପ୍ରମାଣ ଦେଇ ନାହାଁନ୍ତି ।
ତେବେ ଦୁଧ ଏକ ସମ୍ପୂର୍ଣ୍ଣ ଆହାର ହୋଇଥିବାରୁ ଏହାକୁ ପିଇବାରେ କିଛି ଅସୁବିଧା ନାହିଁ ବୋଲି କୁହାଯାଇଛି । ଦୁଧ ବଦଳରେ ନିଦ ପାଇଁ ଆପଣ ଏକ କପ୍ ଗରମ ହର୍ବାଲ ଚା’ ମଧ୍ୟ ନେଇ ପାରିବେ ।