Odisha News
.

ମାଟି ତଳୁ ବାହାରିଲା ୫,୦୦୦ ବର୍ଷର ପୁରାତନ ସହର!

ଇସ୍ରାଏଲ୍‌ର ପ୍ରତ୍ନତତ୍ତ୍ୱବିଦ୍‌ମାନେ ୫,୦୦୦ ବର୍ଷର ପୁରାତନ ସହର ଆବିଷ୍କାର କରିଥିବା ଦାବି କରିଛନ୍ତି। ସେମାନେ କହିଛନ୍ତି, ଏହି ସହର ସେତେବେଳର ସବୁଠାରୁ ବଡ଼ ସହର ଥିଲା, ଯେଉଁଠି କିଲ୍ଲା, ମନ୍ଦିର, କବରସ୍ତାନ ସବୁକିଛିର ବ୍ୟବସ୍ଥା ରହିଥିଲା। ଜଣେ ପ୍ରତ୍ନତତ୍ତ୍ୱବିଦ୍‌ଙ୍କ ମତରେ, ସହରର ମଝିଆ ମଝି ଥିଲା ଏହି ସହର। ଏଠାରେ ଅନେକ ଗଳି, ପଡ଼ୋଶୀ ଘର ଏବଂ ସାର୍ବଜନୀନ ସ୍ଥଳର ମଧ୍ୟ ସନ୍ଧାନ ମିଳିଛି।

site1

ସେ କହିଥିଲେ, ବ୍ରୋଞ୍ଜ ସଭ୍ୟତା ପରେ ଏହା ହେଉଛି ସବୁଠାରୁ ବଡ଼ ଖୋଜ୍‌। ଏହି ସ୍ଥାନ ଏନ୍‌.ଏସୁର ନାଁରେ ଜଣାଶୁଣା ଥିଲା, ଯାହାକି ୦.୬୫ ବର୍ଗ କିଲୋମିଟର ପଯ୍ୟର୍ନ୍ତ ପରିବ୍ୟାପ୍ତ ରହିଥିଲା। ଏଠାକାର ଲୋକେ କୃଷି କାର୍ଯ୍ୟ ଉପରେ ନିର୍ଭର କରୁଥିଲେ। ଏହାସହ ଅନ୍ୟ ରାଜ୍ୟ ସହ ବେପାର ମଧ୍ୟ କରୁଥିଲେ। ସନ୍ଧାନ ସମୟରେ ମାନବ ମୁଣ୍ଡ ଥିବା ଏକ ମୂର୍ତ୍ତି, ହଜାରରୁ ଅଧିକ ମାଟି ପାତ୍ର, ଚିକ୍‌ମିକ୍ କରୁଥିବା ଉପକରଣ ଏବଂ ପଥର ବାସନ ମିଳିଛି।

site3

ଏହାସହ ପଢ଼ନ୍ତୁ: ମେସ୍କିକୋର ମରିଟା ଦ୍ୱୀପରେ ରହିଛି ‘ହିଡନ ବିଚ୍‌’, ଯେଉଁଠି ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ହୋଇଥିଲା ବୋମା ପରୀକ୍ଷଣ

ଏଠାରେ ଏକ ପାରମ୍ପରିକ ମନ୍ଦିରର ମଧ୍ୟ ସନ୍ଧାନ ମିଳିଛି। ଏହି ମନ୍ଦିରରେ ମଣିଷ ଏବଂ ଜୀବଜନ୍ତୁଙ୍କର ଦୁର୍ଲ୍ଲଭ ଚିତ୍ର ଅଙ୍କାଯାଇଛି। ପ୍ରତ୍ନତତ୍ତ୍ୱବିଦ୍ ଜଣକ କହିଛନ୍ତି, ପ୍ରଥମେ ଏହି ସଭ୍ୟତା ସହରୀକରଣର ପଦକ୍ଷେପ ଗ୍ରହଣ କରିଥାଇପାରେ। ଆଉ ଜଣଙ୍କ କହିବା ଅନୁଯାୟୀ, ଏଠାରେ ମିଳିଥିବା ନିର୍ମାଣ ୨୦ ମିଟର ଲମ୍ବା ଏବଂ ୨ ମିଟର ଉଚ୍ଚ ଅଟେ। ଏହି ସହରରେ ୬,୦୦୦ ଲୋକଙ୍କ ଘର ରହିଥିଲା।

Loading...

Leave A Reply

Your email address will not be published.