ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବେଆଇନ କ୍ରସର ଉଚ୍ଛେଦ ଅଭିଯାନ, ବିଛାଖଣ୍ଡିରୁ ଆରମ୍ଭ ହେଲା ପକ୍ରୀୟା

ଯାଜପୁର (କେନ୍ୟୁଜ) ଆକ୍ସନ ମୋଡରେ ଯାଜପୁର ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ଚାଲିଥିବା ବେଆଇନ କ୍ରସର ଉଚ୍ଛେଦ ଅଭିଯାନ । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନ ବିଛାଖଣ୍ଡି ମୈାଜାରୁ ଆଜି ଏହି ପକ୍ରୀୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଏଠାରେ ଥିବା ବେଆଇନ କ୍ରସରଗୁଡିକୁ ଭଙ୍ଗାଯିବା ସହ କେତେକ କ୍ରସରକୁ ସିଲ କରିଦିଆଯାଇଛି । ସରକାରଙ୍କ ସମସ୍ତ ନୀତି ନିୟମକୁ ଉଲ୍ଲଘଂନ କରି ଯାଜପୁର ଜିଲ୍ଲାରେ ୨୭୫ରୁ ଅଧିକ ବେଆଇନ କ୍ରସର ଚାଲୁଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ସେଥିମଧ୍ୟରୁ ଧର୍ମଶାଳା ତହସିଲ ଅଧିନରେ ସର୍ବାଧିକ ୨୪୩ଟି କ୍ରସର ଥିବା ସୂଚନା ମିଳିଛି । ଯାଜପୁର ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋରଙ୍କ ନିର୍ଦ୍ଦେଶକ୍ରମେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ କ୍ରସର ସ୍ଥାପନ କରି ଚଳାଇଆସୁଥିବା କ୍ରସର ମାଲିକଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ।

ଏନେଇ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ଏହି ଉଚ୍ଛେଦ ପ୍ରକ୍ରୀୟା ଆରମ୍ଭ କରାଯାଇଛି । ଏଥିରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲିକ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଯାଜପୁରରୋଡ ଏସଡିପିଓ ଚିନ୍ମୟ କୁମାର ନାୟକ, ସ୍ଥାନୀୟ ତହସିଲଦାର, ଥାନାଅଧିକାରୀ, ଅତିରିକ୍ତ ତହସିଲଦାର, ଖଣି ବିଭାଗର ଉପନିର୍ଦ୍ଦେଶକ, ପ୍ରଦୂଷଣ ବୋର୍ଡ ଅଧିକାରୀ ପ୍ରମୁଖ ସାମିଲ ଥିଲେ ।

ଆଇନଶୃଙ୍ଖଳା ଦୃଷ୍ଟିରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିବା ବେଳେ ଏହି ଉଚ୍ଛେଦ ପକ୍ରୀୟା ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.