Odisha News
.

ଏବେ ବିନା ନେଟଓ୍ଵର୍କରେ ମଧ୍ୟ କରିପାରିବେ କଲ, ଏହି ସିମକୁ ବ୍ୟବହାର କରନ୍ତୁ ମନ ଇଚ୍ଛା ଗପନ୍ତୁ

ଯଦି ଆପଣ ମଧ୍ୟ ଏୟାରଟେଲ କିମ୍ବା ଜିଓ ସିମ କାର୍ଡର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ବଡ ଖବର। କାରଣ ଏବେ ଆପଣ ମୋବାଇଲରେ ନେଟଓ୍ଵାର୍କ ନଥିଲେ ବି ଫୋନରେ ବିନା କୌଣସି ବାଧାରେ କଥା ହୋଇପାରିବେ। ଏୟାରଟେଲ ଏବଂ ଜିଓ ନିଜର ଅର୍ଥାତ ଭଏସ୍‌ଓଭର ଓ୍ଵାଇ-ଫାଇ ସର୍ଭିିସ ଆରମ୍ଭ କରିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏବେ ପର୍ଯ୍ୟନ୍ତ ୪ଜି ୟୁଜର୍ସ VoLTE ଅର୍ଥାତ ଭଏସ ଏଲଟିଇ ଜରିଆରେ କଲିଙ୍ଗ୍‌ କରିପାରିବେ। ତେବେ ଆସନ୍ତୁ ଜାଣିବା କଣ ଏହି VoWiFi ଏବଂ ଏହା ଜରିଆରେ କେମିତି କରିପାରିବେ କଲିଙ୍ଗ୍‌।

VoWiFi କଣ?

wifiଭଏସ୍‌ ଓଭର VoWiFi ଓ୍ଵାଇ-ଫାଇ କିମ୍ବା ଓ୍ଵାଇ-ଫାଇ ଜରିଆରେ କାମ କରିଥାଏ। ଏହାକୁ ଭଏସ୍‌ ଓଭର VoIP ଆଇପି ମଧ୍ୟ କୁହାଯାଏ। VoWiFi ଜରିଆରେ ଆପଣ ହୋମ ଓ୍ଵାଇ-ଫାଇ, ପବ୍ଲିକ୍‌ ଓ୍ଵାଇ-ଫାଇ ଏବଂ ଓ୍ଵାଇ-ଫାଇ ହଟସ୍ପଟ୍‌ ସାହାଯ୍ୟରେ କଲ୍‌ କରିପାରିବେ। ଉଦହାରଣସ୍ୱରୂପ ଯଦି ଆପଣଙ୍କ ମୋବାଇଲରେ ନେଟଓ୍ଵାର୍କ ନାହିଁ ତେବେ ଆପଣ ଓ୍ଵାଇ-ଫାଇ କିମ୍ବା କୌଣସି ହଟସ୍ପଟ ମାଧ୍ୟମରେ କଲ୍‌ କରିପାରିବେ। ଏହି VoWiFi ର ସବୁଠାରୁ ବଡ ଫାଇଦା ରୋମିଙ୍ଗରେ ମିଳିଥାଏ, କାରଣ ଆପଣ କୌଣସି ବି ଓ୍ଵାଇ-ଫାଇ ଜରିଆରେ ଫ୍ରୀରେ କଥା ହୋଇପାରିବେ।

ଏହାସହ ପଢନ୍ତୁ : ଆପଣଙ୍କ ଅଜାଣତରେ ଆକାଉଣ୍ଟରୁ କଟିଯିବ ଟଙ୍କା, ଥରେ ପଢ଼ନ୍ତୁ ଏହି ରିପୋର୍ଟ ଆଉ ଜାଣନ୍ତୁ କେମିତି ଜଣେ ମହିଳା ଏହାର…

WiFi ଜରିଆରେ କେମିତି ହେବେ କଥା ଜାଣନ୍ତୁ

ଆପଣ ନିଶ୍ଚୟ ଭାବୁଥିବେ ଓ୍ଵାଇ-ଫାଇ ଦ୍ୱାରା କେମିତି ଭଏସ୍‌ କଲ୍‌ କରିପାରିବେ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଣ ହ୍ଵାଟସଅପ୍‌ ଜରିଆରେ ମଧ୍ୟ କଲ୍‌ କରିପାରିବେ। ହ୍ଵାଟସଅପ୍‌ ଦ୍ୱାରା ମଧ୍ୟ ଆପଣ ଆରାମରେ କଥା ହୋଇପାରିବେ ଏଥିପାଇଁ ଆପଣଙ୍କୁ କୌଣସି ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବନାହିଁ। ସହଜ ଭାଷାରେ କହିବାକୁ ଗଲେ ମୋବାଇଲ୍‌ ନେଟଓ୍ଵାର୍କ ବିନା ଓ୍ଵାଇ-ଫାଇ ଦ୍ୱାରା କରାଯାଉଥିବା କଲିଂକୁ VoWiFi କଲିଙ୍ଗ୍‌ କୁହାଯାଏ।

ଆଇଫୋନରେ ଓ୍ଵାଇ-ଫାଇ କଲିଂ

wifiVoWiFi ପାଇଁ କେମିତି କରିବେ ସେଟିଙ୍ଗ୍‌

ସର୍ବପ୍ରଥମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଣ କଲିଂ VoWiFi ସେତେବେଳେ କରିପାରିବେ ଯେତେବେଳେ ଆପଣଙ୍କ ସ୍ମାର୍ଟଫୋନ WiFi କଲିଂ ସହିତ ସପୋର୍ଟ କରିବ ଏବଂ ଏହାସହିତ ଆପଣଙ୍କୁ ଟଲିକମ୍‌ ଅପରେଟର ଯେମିତି VoWiFi ସୁବିଧା ଦେଉଥିବ। ଫୋନ ସେଟିଂ ଦ୍ୱାରା ନେଟଓ୍ଵାର୍କ ସେଟିଙ୍ଗକୁ ଯାଇ ଆପଣ ଏହାକୁ ଚେକ୍‌ କରିପାରିବେ। ଯଦି ଆପଣ ଫୋନର ନେଟଓ୍ଵାର୍କ ସେଟିଙ୍ଗରେ ଓ୍ଵାଇ-ଫାଇ କଲିଙ୍ଗର ଅପସନ୍‌ ଦେଖିବେ ତେବେ ତାହାକୁ ଆପଣ VoWiFi କଲିଂ କରିପାରିବେ। ଏବେ ସାମସଙ୍ଗ୍‌ ଗାଲାକ୍ସୀ ନୋଟ ୧୦ ପ୍ଲସ୍‌, ଓ୍ଵାନପ୍ଲସ୍‌ ୭T ଭଳି ସ୍ମାର୍ଟଫୋନରେ VoWiFi କଲିଂର ସୁବିଧା ରହିଛି । ଦେଶରେ ଜିଓ ଏବଂ ଏୟାରଟେଲ VoWiFi ରଏହି ସୁବିଧା ଦେଉଛି।

Loading...

Leave A Reply

Your email address will not be published.