ଅଦାଲତ କହିଲା-ସଲ୍‌ମାନ୍‌ ଖାନ୍‌ ହାଜିର ହୋ, କଳା ହରିଣ ଶିକାର ମାମଲାରେ ଭାଇଜାନ୍‌ଙ୍କୁ ପୁଣି ସମନ୍‌ କଲା କୋର୍ଟ

ମୁମ୍ବାଇ : କରୋନା ସମୟରେ ମଧ୍ୟ ଅଦାଲତ ବଲିଉଡ୍‌ର ଭାଇଜାନ୍‌ ସଲ୍‌ମାନ୍‌ ଖାନ୍‌ଙ୍କ ପିଛା ଛାଡୁନାହିଁ । ୨୦ ବର୍ଷ ପୂରୁଣା କଳା ହରିଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଲ୍‌ମାନ୍‌ ଖାନ୍‌ଙ୍କୁ ଆଜି ପୁଣି ଯୋଧପୁର କୋର୍ଟ ଜଜ୍‌ ଏକ ନୁଆ ଆଦେଶ ଜାରି କରିଛନ୍ତି ।

ସୂଚନାନୁଯାୟୀ, ପ୍ରସିଦ୍ଧ କାକାନୀ ହରିଣ ଶିକାର ମାମଲାରେ ଏସିଜେଏମ୍‌ ଗ୍ରାମୀଣ କୋର୍ଟଙ୍କ ୫ ବର୍ଷର ଜେଲ୍‌ ଦଣ୍ଡ ଓ ଆର୍ମସ୍‌ ଆକ୍ଟରେ ମୁକ୍ତ କରିବା ନେଇ ସଲମାନ୍‌ଙ୍କ ଅପିଲ ବିରୋଧରେ ରାଜ୍ୟ ସରକାର ଅପିଲ କରିଥିଲେ ।

salman-00

ଏହାର ଶୁଣାଣି ଆଜି(ସୋମବାର) ଯୋଧପୁରରେ କୋର୍ଟରେ ହୋଇଥିଲା । ଦୁଇ ପକ୍ଷଙ୍କ ଶୁଣାଣି ପରେ କୋର୍ଟ ଆଗାମୀ ଶୁଣାଣି ୨୮ ସେପ୍ଟେମ୍ବରକୁ ରଖିଥିବା ଜଣାଯାଇଛି । ଏହି ମାମଲାର ଶୁଣାଣି ଏବେ ୨୮ ସେପ୍ଟେମ୍ବରକୁ ହେବ ।

ତେବେ ଶୁଣାଣି ଦିନ ସଲମାନ୍‌ଙ୍କୁ କୋର୍ଟରେ ହାଜର ହେବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କରୋନା କାଳରେ ସଲ୍‌ମାନ୍‌ କୋର୍ଟରେ ହାଜର ହେବେ କି ନାହିଁ ତାହା ସମୟ କହିବ ।

ପ୍ରକାଶଯୋଗ୍ୟ ଯେ ଫିଲ୍ମ ‘ହମ୍‌ ସାଥ୍‌ ସାଥ୍‌ ହେ’ ସୁଟିଂ ସମୟରେ ଯୋଧପୁର କାଙ୍କଣୀ ଫାର୍ମରେ ହରିଣ ଶିକାର ଅଭିଯୋଗରେ ସଲମାନ୍‌ ଖାନ୍‌ ଜଡିତ ଥିବା ନେଇ କୋର୍ଟରେ ମାମଲା ଦାୟର ହୋଇଥିଲା ।

Leave A Reply

Your email address will not be published.