Odisha News
.

ସୋନମ୍‌ କପୁରଙ୍କୁ ଫ୍ଲର୍ଟ କରିବା କପିଲ ଶର୍ମାଙ୍କୁ ପଡ଼ିଲା ଭାରି, ଅଭିନେତ୍ରୀଙ୍କ ଜବାବ ଶୁଣି ବନ୍ଦ ହୋଇଗଲା ମୁହଁ

ଦ କପିଲ ଶର୍ମା ଶୋକୁ ଏମିତି ଅନେକ ସେଲିବ୍ରିଟି ନିଜ ଫିଲ୍ମ ପ୍ରମୋଶନ କରିବାକୁ ଆସିଥାଆନ୍ତି। ଏଥର ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଓ ଦୁଲକର ସଲମାନ ସେମାନଙ୍କ ଆଗାମୀ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ପ୍ରମୋଶନ ପାଇଁ ଆସିଥିଲେ। ତେବେ ଏହି ଅବସରରେ କପିଲ ସୋନମଙ୍କ ସହ ମସ୍ତି ମଜାକ୍‌ କରିବା ବେଳେ ତାଙ୍କୁ ଫ୍ଲର୍ଟ କରିବା ଆରମ୍ଭ କରିଦେଇଥିଲେ। କିନ୍ତୁ ଏହି ଅଭିନେତ୍ରୀଙ୍କ ଜବାବ ତାଙ୍କ ମୁହଁ ବନ୍ଦ କରିଦେଇଥିଲା। କଥାଟି ହେଲା, ସୋସିଆଲ ମିଡିଆରେ ଶୋର ଏକ ପ୍ରୋମୋ କପିଲ ଶର୍ମା ସେୟାର କରିଥିଲେ। ଏହି ପ୍ରୋମୋରେ ଦେଖାଯାଇଥିଲା କି, କପିଲ ତାଙ୍କ ଶୋରେ ସୋନମ କପୁର, ଦୁଲକର ସଲମାନ ଏବଂ ଶୋର ଜଜ୍‌ ଅର୍ଚ୍ଚନା ପୂରନ୍‌ ସିଂଙ୍କ ସହିତ ଜୋରଦାର ମସ୍ତି କରୁଛନ୍ତି।

sonam11

ପ୍ରଥମରୁ କପିଲ ସୋନମଙ୍କ ପ୍ରଶଂସା କରିବା ଆଳରେ କହୁଛନ୍ତି, ବିବାହ ପରେ ଯୁବତୀମାନେ ଆହୁରି ଅଧିକ ସୁନ୍ଦରୀ ହୋଇଯାଆନ୍ତି। ଏହା ଶୁଣି ସୋନମ୍‌ କହିଥିଲେ, ପୁଅମାନଙ୍କୁ କ’ଣ ହୋଇଯାଏ। ସୋନମଙ୍କ ଏହି କଥାରେ ସମସ୍ତେ ହସିବାକୁ ଲାଗିଛନ୍ତି ଏବଂ କପିଲଙ୍କ ମୁହଁ ବନ୍ଦ ହୋଇଯାଇଛି। ଏହା ବ୍ୟତୀତ କପିଲ ସୋନମ ଓ ସଲମାନଙ୍କୁ ପଚାରିଥିଲେ କି, ତାଙ୍କ ବାପା ଅନିଲ ଏବଂ ମମୁଟିଙ୍କ ଫିଟ୍‌ନେସର ରାଜ୍‌ କ’ଣ? ସେମାନେ କେଉଁ ଚ୍ୟାବନପ୍ରାଶ ଖାଉଛନ୍ତି? ଏହି କଥାରେ ସୋନମ ପୁଣି ଥରେ କହିଥିଲେ ଯେ ସେମାନଙ୍କ ଫିଟନେସ୍‌ର ରାଜ୍‌ ସେମାନଙ୍କ ନିଶ ଅଟେ। ଏହା ଉପରେ କପିଲ ଜବାବ ରଖି କହିଥିଲେ ଯେ ଅର୍ଚ୍ଚନା ଜୀ ଆପଣ ନିଶ ଲଗେଇ ଦିଅନ୍ତୁ।

Loading...

Leave A Reply

Your email address will not be published.