ସର୍ଭିସ ସେଣ୍ଟରରେ ମୋବାଇଲ ଦେବା ପୁର୍ବରୁ ମୁଣ୍ଡରେ ରଖିକି ଯାଆନ୍ତୁ ଏହି ୫ କଥା, ନଚେତ ପଛରେ ଭାବିବେ

ପ୍ରାୟ ସମୟରେ ଆମ ମୋବାଇଲ ଫୋନରେ କୌଣସି ସମସ୍ୟା ଦେଖାଯାଏ କିମ୍ବା ତୃଟି ହୋଇଯାଏ। ଏମିତିରେ ଆମେ ନିଜେ ନିଜେ ଠିକ କରିବାକୁ ଚେଷ୍ଟା କରନ୍ତି ଆଉ ଯଦି ଅଧିକ ବେଶି ଖରାପ ହୋଇଥାଏ ଆମେ ତାକୁ ସର୍ଭିସିଂ ସେଣ୍ଟରକୁ ନିଅନ୍ତି। କିନ୍ତୁ ଆମେମାନେ ସର୍ଭିସ ସେଣ୍ଟରରେ ମୋବାଇଲ ଦେବାବେଳେ କିଛି ଭୁଲ କରିଦିଅନ୍ତି ଯାହା ଆମକୁ ଆଦୌ ବି କରିବା ଅନୁଚିତ। ଆଜି ଆମେ ଆପଣଙ୍କୁ ଏହାକୁ ନେଇ କିଛି କଥା ଜଣାଇବୁ ଯାହାକୁ ଆପଣ ସର୍ଭିସିଂ ସେଣ୍ଟରରେ ମୋବାଇଲ ଦେବା ପୂର୍ବରୁ ରଖିବା ଉଚିତ।

– ସର୍ବପ୍ରଥମେ ଏହା ଉପରେ ଧ୍ୟାନ ରଖିବାକୁ ହେବ ଯେ ଯେଉଁ ସର୍ଭିସ ସେଣ୍ଟରରେ ଆପଣ ଫୋନ ଦେଉଛନ୍ତି ତାହା ଅଥରାଇଜଡ କି ନୁହେଁ। ଏମିତି ବି ହୋଇପାରେ ଅଥରାଇଜ ନାମରେ ନକଲି ବୋର୍ଡ ବି ଲଗାଇଥାଇପାରନ୍ତି। ଏହା ଉପରେ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ। ଅନେକ ଥର ବଡ ବଡ ବଜାରରେ ଲୋକାଲ ସର୍ଭିସ ସେଣ୍ଟର ମାନେ ଅଥରାଇଜ ସର୍ଭିସ ସେଣ୍ଟରର ବୋର୍ଡ ଲଗାଇଦିଅନ୍ତି। ଆଉ ଏମିତି ସ୍ଥିତିରେ ଆପଣଙ୍କ ଫୋନ ଯେଉଁ କମ୍ପାନୀ ହୋଇଥିବ ସେହି କମ୍ପାନୀର ୱେବସାଇଟ କିମ୍ବା ଟୋଲ ଫ୍ରି ନମ୍ବରକୁ ଫୋନ କରି ଆପଣ ସର୍ଭିସ ସେଣ୍ଟର ବିଷୟରେ ସୂଚନା ପାଇପାରିବେ।

– ସର୍ଭିସ ସେଣ୍ଟରରେ ମୋବାଇଲ ଜମା କରିବା ପୂର୍ବରୁ ଫୋନରେ ମହଜୁଦ ଫଟୋ, ନମ୍ବର ଏବଂ ଅନ୍ୟାନ୍ୟ ଜିନିଷକୁ ବ୍ୟାକଅପ୍‌ କରିଦିଅନ୍ତୁ। ବ୍ୟାକଅପ ଆପଣ ଅନ୍ୟ ଏକ ଫୋନ, ଲାପଟପ, ହାର୍ଡ ଡିସ୍କ, ମେମୋରୀ କାର୍ଡ କିମ୍ବା ଗୁଗଲ ଡ୍ରାଇଭ ଏବଂ ମୋବାଇଲ କମ୍ପାନୀର କ୍ଲାଉଡରେ ରଖିପାରିବେ। କାରଣ ସର୍ଭିସ ସେଣ୍ଟରରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସାର୍ବଜନିକ ହୋଇପାରେ। ଏଥିସହିତ ଡିଲିଟ ହେବାର ଭୟ ମଧ୍ୟ ରହିଥାଏ।

– ସର୍ଭିସ ସେଣ୍ଟରରେ ଆମେ ଅନେକ ଥର ଜଲଦି ଜଲଦିରେ ସିମ କାର୍ଡ ଏବଂ ମେମୋରୀ କାର୍ଡ ଛାଡି ଆସନ୍ତି ଯାହା ପୂରାପୁରି ଭୂଲ ଅଟେ। ସିମ ଛାଡିବା ଅର୍ଥ ସର୍ଭିସ ସେଣ୍ଟର ବାଲାଙ୍କୁ ଆପଣ ନିଜ ଆଲମାରୀର ଚାବି ଦେବା ସହିତ ସମାନ।

– ସର୍ଭିସ ସେଣ୍ଟର ବାଲା ଅନେକ ଥର ସଫ୍ଟେଓ୍ଵୟାର ଅପଡେଟ୍‌ କରନ୍ତି ଏବଂ ପାଟର୍ସ ବଦଳାଇବାର ଟଙ୍କା ମଧ୍ୟ ନିଅନ୍ତି। ଏମିତିରେ ପାଟର୍ସ ବଦଳାଇବାର ପକ୍କା ବିଲ ମାଗନ୍ତୁ ଏବଂ ଏହାସହିତ ପାଟର୍ସ ବଦଳାଇବାର କାରଣ ପଚାରନ୍ତୁ।

– ଅନେକ ଥର ଫୋନରେ ବିଭିନ୍ନ ପ୍ରକାର ସମସ୍ୟା ଆସିଥାଏ, କିନ୍ତୁ ସର୍ଭିସ ସେଣ୍ଟରରେ ପହଁଚିବା ପରେ ଆମେ ସେହି ସମସ୍ୟା ସବୁକୁ ଭୁଲି ଯାନ୍ତି। ଏଥିପାଇଁ ଘରେ ହିଁ ଫୋନରେ ହେଉଥିବା ସମସ୍ୟାର ଲିଷ୍ଟ ବନାଇ ସର୍ଭିସ ସେଣ୍ଟର ଯାଆନ୍ତୁ।

Leave A Reply

Your email address will not be published.