Odisha News

କିଟ୍‌ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦୁଇଦିନିଆ ବାହାରିନ ଗସ୍ତ, ବାହାରିନ ଜାତୀୟ କାର୍ଯ୍ୟକ୍ରମରେ ଦେବେ ଯୋଗ

କେନୁଜ୍ୟ(ବ୍ୟୁରୋ):   କିଟ୍‌ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଆଜି ଠାରୁ ଦୁଇଦିନିଆ ବାହାରିନ ଗସ୍ତ କରିଛନ୍ତି। ବାହାରିନ ଦେଶ ଓ ସେଠାକାର ରାଜାଙ୍କ ସହ  ଡ. ଅଚ୍ୟୁତ ସାମନ୍ତଙ୍କ ଦୀର୍ଘ ଦିନରୁ ସୁସଂପର୍କ ରହିଆସିଛି। ନଭେମ୍ବର ୧୧ ଓ ୧୨ତାରିଖ ଦୁଇଦିନ ଧରି ବାହାରିନରେ ହେଉଥିବା ଜାତୀୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବା ପାଇଁ ବାହାରିନ ରାଜା ଶେଖ ହମଦ ବିନ ଇସା ଅଲ୍‌ ଖଲିଫା ଡ. ଅଚ୍ୟୁତ ସାମନ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି। ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରତିବର୍ଷ ବାହାରିନ ସରକାର ସେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଥାନ୍ତି। ଡ. ଅଚ୍ୟୁତ ସାମନ୍ତଙ୍କୁ ୨୦୧୫ ଜୁନ ମାସରେ ବାହାରିନର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କୁ ଉପଢୌକନ ସହ ୭କୋଟିର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଚଳିତବର୍ଷ ଏହି ଜାତୀୟ କାର୍ଯ୍ୟକ୍ରମ ଅବସରରେ ବିଶ୍ୱର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ସମାଜ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ବାହାରିନର ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ କରାଯିବ। ଡ. ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକୁ ବାହାରିନ ସରକାର ଓ ରାଜା ଅତ୍ୟନ୍ତ ଭଲ ପାଇଥାନ୍ତି। ଦାନ ମାଝୀଙ୍କ ଅସୁବିଧା ସମୟରେ ଡ. ଅଚ୍ୟୁତ ସାମନ୍ତଙ୍କ ଅନୁରୋଧ କ୍ରମେ ବାହାରିନ ସରକାର ତାଙ୍କୁ ୧୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ।.

Loading...

Leave A Reply

Your email address will not be published.