Sabuthi Sabubele Hata Muthare Khabar

ଜାଣନ୍ତିକି, ପ୍ରତି ଘଣ୍ଟାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମାଲିକ ମୁକେଶ ଅମ୍ବାନୀଙ୍କ ଇନକମ କେତେ ?

୨୦୧୯ ମସିହାରେ ପ୍ରତିମାସ ପାଖାପାଖି ୩ ଜଣ ବ୍ୟବସାୟୀ ୧ ଆରବ ବା ୧୦୦ କୋଟି ସମ୍ପତ୍ତି ଥିବା ତାଲିକାରେ ସାମିଲ ହୋଇଥିଲେ । ଏବେ ଭାରତରେ ଏହି ଧରଣର କୋଟିପତିଙ୍କ ସଂଖ୍ୟା ୧୩୮ରେ ପହଞ୍ଚିଛି । ଯଦି ବିଦେଶରେ ବାସ କରୁଥିବା କୋଟିପତି ଭାରତୀୟଙ୍କୁ ଯୋଡ଼ାଯାଏ ତେବେ ଏହି ସଂଖ୍ୟା ମୋଟ ଉପରେ ୧୭୦ରେ ପହଞ୍ଚିବ । ଚୀନ ଓ ଆମେରିକା ପରେ ପରେ କୋଟିପତି ତାଲିକାରେ ଭାରତ ଏବେ ତୃତୀୟ ସ୍ଥାନରେ ଅଛି । କିନ୍ତୁ ଏଭିତରେ ଭାରତ ତଥା ଏସିଆ ମହାଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ନେଇ ଏକ ରୋଚକ ତଥ୍ୟ ପଦାକୁ ଆସିଛି । ୨୦୧୯ରେ ମୁକେଶ ପ୍ରତିଘଣ୍ଟାରେ ୭ କୋଟି ଟଙ୍କା ଆୟ କରିଥିବା ନେଇ ଏକ ଖବର ପ୍ରକାଶ ପାଇଛି ।

mukesh

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ମାଲିକ ମୁକେଶଙ୍କ ସମୁଦାୟ ବର୍ତ୍ତମାନର ସମ୍ପତ୍ତିର ମୂଲ୍ୟ ପାଖାପାଖି ୬୭୦୦ ଆରବ ଡ଼ଲାର । ହୁରୁଣ ଗ୍ଲୋବ ରିଚ ତାଲିକା ୨୦୨୦ର ଏକ ରିପୋର୍ଟ ଅନୁଯାୟୀ ପୃଥିବୀରେ ବାସକରୁଥିବା ୨୮୧୭ ଲୋକଙ୍କ ମୋଟ ସମ୍ପତ୍ତିର ପରିମାଣ ୧ ଆରବ ଡ଼ଲାର ବା ତାଠାରୁ ବି ଅଧିକ । ୨୦୧୯ରେ ହିଁ କେବଳ ୩୪ ଜଣ ଭାରତୀୟ ଆରବପତି ତାଲିକାରେ ସାମିଲ ହୋଇଛନ୍ତି । ଯେବେକି ସମଗ୍ର ପୃଥିବୀରେ ୪୮୦ ଜଣ ଏହି କ୍ଲବରେ ସାମିଲ ହୋଇଛନ୍ତି । ଅନ୍ୟ ପକ୍ଷରେ, ଭାରତର ପଡୋଶୀ ଦେଶ ଚୀନରେ ପ୍ରତି ସପ୍ତାହ ତିନି ଜଣ ଆରବପତି କ୍ଲବରେ ସାମିଲ ହୋଇଥାନ୍ତି ।

ଯେବେକି ଭାରତର ଏହି ବେଗ ଚୀନ ତୁଳନାରେ ପାଖାପଖି ୪ ଗୁଣ । ୨୦୨୦ରେ ଭାରତର ଆର୍ଥିକ ସ୍ଥିତିରେ ବି ଅନେକ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି । କହିରଖିବା ଉଚିତ ହେବ କି, ପୃଥିବୀର କୋଟିପତିଙ୍କ ତାଲିକାରେ ଆମାଜନ ମାଲିକ ଜେମ୍ସ ବେଗୋସ ୧୪୦ ଆରବ ଡ଼ଲାର ସହ ପ୍ରଥମ ସ୍ଥାନରେ ଥିବା ବେଳେ ମୁକେଶ ୯ମ ସ୍ଥାନରେ ଅଛନ୍ତି ।

 

Leave A Reply

Your email address will not be published.