କେମିତି ଆଧାରକାର୍ଡ ଦ୍ୱାରା ଘରେ ବସି ଚେକ୍ କରିପାରିବେ ବ୍ୟାଙ୍କ୍‌ ବାଲାନ୍ସ, ଜାଣନ୍ତୁ ଷ୍ଟେପ୍ ବାଏ ଷ୍ଟେପ୍

ଆଜିର ଯୁଗ ଡିଜିଟାଲର ଯୁଗ। ଏବେ ଆପଣଙ୍କୁ କୌଣସି ବି କାମ ପାଇଁ କୁଆଡେ ଯିବା ଆବଶ୍ୟକ ପଡୁନାହିଁ। ଘରେ ବସି ଆପଣ ଡିଜିଟାଲ ମାଧ୍ୟମରେ ଆପଣଙ୍କ ସମସ୍ତ କାମ କରିପାରୁଛନ୍ତି। ଏମିତି ବି କରୋନା କାଳରେ ଲୋକମାନେ ବାହାରକୁ ଯିବା ପାଇଁ ଭୟ କରୁଛନ୍ତି। ତେଣୁ ଆପଣ ଚାହିଁବେ ତ ଘରେ ବସି ନିଜ ପାସବୁକ କିମ୍ବା ବ୍ୟାଙ୍କ୍‌ ବାଲାନ୍ସ ଚେକ୍ କରପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଣ ଆଧାର କାର୍ଡ ସାହାଯ୍ୟରେ ସହଜରେ ଏହି କାମ କରିପାରିବେ। ତାହେଲେ ଆସନ୍ତୁ ଏହି ସହଜ ଟିପ୍ସ ଦ୍ୱାରା ଜାଣିବା, କେମିତି ଆଧାର କାର୍ଡ ସାହାଯ୍ୟରେ ଆପଣ ବ୍ୟାଙ୍କ୍ ବାଲାନ୍ସ ଚେକ୍ କରିପାରିବେ।

– ସର୍ବପ୍ରଥମେ ପ୍ଳେ ଷ୍ଟୋର ଓପନ କରନ୍ତୁ। ଏହାପରେ ଏଠାରେ ଆପଣ ପ୍ଲେଓ୍ଵାର୍ଲ୍ଡ ଆପକୁ ଡାଉଲୋଡ୍ କରନ୍ତୁ।

– ଏହାପରେ ଆପଣଙ୍କୁ ଏକ ଏଇପିଏସ (AEPS) ଅପସନ୍ ନଜର ଆସିବ। ଏହି ଅପସନ୍ ସର୍ଭିସ ଜରିଆରେ ଆପଣ ଆଧାର କାର୍ଡ ସାହାଯ୍ୟରେ ନିଜ ଖାତାରେ ଜମା ଟଙ୍କାକୁ ଚେକ୍ କରିପାରିବେ। କେବଳ ଏତିକି ନୁହେଁ, ଆପଣ ଆପଣଙ୍କ ଟଙ୍କା ବି ଉଠାଇପାରିବେ ଏବଂ ଟଙ୍କା ରୋଜଗାର ବି କରିପାରିବେ।

– ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ଏଇପିଏସ ଉପରେ କ୍ଲିକ କରି ଲଗଇନ୍ କରିବାକୁ ହେବ। ଯଦି ରେଜିଷ୍ଟର କରିନାହାଁନ୍ତି ତାହେଲେ ସର୍ବପ୍ରଥମେ ଏହା କରନ୍ତୁ ଏବଂ ୟୁଜରନେମ ଏବଂ ପାସଓ୍ଵାର୍ଡ ଦେଇ ଲଗଇନ୍ କରନ୍ତୁ। ଏହାପରେ ଆପଣଙ୍କୁ କିଛି ତଥ୍ୟ ଦେବାକୁ କୁହାଯିବ, ତାକୁ ଭରନ୍ତୁ।

– ଏବେ ଆପଣଙ୍କୁ ବ୍ୟାଙ୍କ ଡିଟେଲ ଅପସନକୁ ଯିବାକୁ ହେବ ଏବଂ ଆଡ୍ ବ୍ୟାଙ୍କ୍ ଆକାଉଣ୍ଟ ଉପରେ କ୍ଲିକ କରିବାକୁ ହେବ।

– ଆଗାମୀ ଷ୍ଟେପ୍‌ରେ ଆପଣଙ୍କୁ କୁହାଯାଇଥିବା ନିଜ ଖାତାର ସମସ୍ତ ବିବରଣୀ ଦେବାକୁ ହେବ।

– ଏହାପରେ ଗୁଗଲରେ ପ୍ଲେ ଓ୍ଵାଲର୍ଡ ରିଟେଲରକୁ ଯାଇ ଲଗଇନ୍ କରନ୍ତୁ। ଲଗଇନ୍ ହୋଇଯିବା ପରେ DTH, Mobile rechargeରେ କ୍ଲିକ କରନ୍ତୁ। ଏହା ଓପନ ହେବାର ତୁରନ୍ତ ପରେ ଆପଣଙ୍କୁ ବିକଳ୍ପ ନଜର ଆସିବ। ଏଥିମଧ୍ୟରୁ ଏଇପିଏସ୍ ଉପରେ କ୍ଲିକ କରନ୍ତୁ।

– ଏହାପରେ ଅନେକ ପ୍ଲାନ ନଜର ଆସିବ। ଆପଣଙ୍କୁ ଏଠାରେ ୯୯୯ ଟଙ୍କାର ପ୍ଲାନ କିଣିବାକୁ ହେବ। ଧ୍ୟାନ ରଖନ୍ତୁ ବିନା ପ୍ଲାନ ନକିଣିବା ଦ୍ୱାରା ଆପଣ ଏହି ସର୍ଭିସର ଲାଭ ଉଠାଇପାରିବେନାହିଁ।

– ଏହାପରେ Buy Plan ଉପରେ କ୍ଲିକ କରନ୍ତୁ। ଏଠାରେ ଆପଣଙ୍କୁ କିଛି ଧନରାଶି ଭରିବାକୁ ହେବ।

– ଏହି ଷ୍ଟେପ ପରେ ଆପଣ ନିଜ ଆଧାର କାର୍ଡ ଜରିଆରେ ନିଜର କିମ୍ବା ଅନ୍ୟ କାହାର ବ୍ୟାଙ୍କ୍ ବାଲାନ୍ସକୁ ବି ସହଜରେ ଚେକ କରିପାରିବେ।

Leave A Reply

Your email address will not be published.