ସକାଳୁ କରନ୍ତୁ ଏହି ୫ କାମ, ତୁରନ୍ତ କମିବ ୟୁରିକ ଏସିଡ ଠାରୁ ମୁକ୍ତି

ଆଜିର ଦିନ ପ୍ରତ୍ୟେକ ଲୋକଙ୍କ ପାଖରେ ୟୁରିକ ଏସିଡ ସମସ୍ୟା ଦେଖାଯାଉଛି। ସମସ୍ତେ ପ୍ରାୟ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ୟୁରିକ ଏସିଡ ଶରୀରର ସେଲ୍ସ ଛିଡିବା ସମସ୍ୟାରୁ ହୋଇଥାଏ। ଏହାସହିତ କିଛି ଖାଦ୍ୟ ପଦାର୍ଥ ରହିଛି ଯାହଦ୍ୱାରା ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ୟୁରିକ ଏସିଡ୍‌ କାରଣରୁ ରୋଗୀଙ୍କ ପରିସ୍ରା ଏବଂ ରକ୍ତ ବହୁତ ଏସିଡିକ ହୋଇଯାଇଥାଏ। ଏହି ରୋଗରେ ପୀଡିତ ଥିବା ଲୋକଙ୍କୁ ବହୁତ କଷ୍ଟ ଯନ୍ତ୍ରଣା ସହିବାକୁ ପଡିଥାଏ।

ବିଶେଷଜ୍ଞଙ୍କ ଅନୁଯାୟୀ ୟୁରିକ ଏସିଡ୍‌ ଡାଇବେଟିସ୍‌, ମୋଟାପଣ, ଚିନ୍ତା, ଜେନେଟିକ୍ସ ଏବଂ ଭୁଲ ଖାଦ୍ୟପେୟ କାରଣରୁ ମଧୟ୍‌ ବଢ଼ିଥାଏ। ୟୁରିକ ଏସିଡ ସମସ୍ୟା ଆଗକୁ ଯାଇ ଗାଉଟରେ ବଦଳିଯାଏ। ଏଥିପାଇଁ ଏହା ବହୁତ ଜରୁରୀ ଯେ ସମୟ ରହିବା ଭିତରେ ହିଁ ଆପଣ ନିଜ ଲାଇଫ ଷ୍ଟାଇଲକୁ ପରିବର୍ତ୍ତନ କରିବା। ଡାକ୍ତରଙ୍କ କହିବାନୁଯାୟୀ ସକାଳର ରୁଟିନରେ ପରିବର୍ତ୍ତନ କରି ଆପଣ ୟୁରିକ ଏସିଡ୍‌ ଠାରୁ ମୁକ୍ତି ପାଇପାରିବେ।

ଅଳସି ମଞ୍ଜି ଏଥିରେ ବେଷ୍ଟ ମେଡିସିନ

ଯଦି କୌଣସି ବ୍ୟକ୍ତିଙ୍କୁ ୟୁରିକ ଏସିଡ୍‌ ସମସ୍ୟା ରହିଛି ତାହେଲେ ପ୍ରତିଦିନ ସକାଳୁ ଖାଲି ପେଟରେ ଅଳସି ମଞ୍ଜି ଖାଇବା ଉଚିତ। ଏହି ମଞ୍ଜିକୁ ଚୋବାଇ ଖାଇବାକୁ ପଡିଥାଏ। ଏହାଦ୍ୱାରା ୟୁରିକ ଏସିଡ ସମସ୍ୟା ବହୁତ ଜଲଦି ନିୟନ୍ତ୍ରଣକୁ ଆସିଯାଏ।

lemon_waterଉଷୁମ ପାଣି ଏବଂ ଲେମ୍ବୁ ରସ ଦେଖାଇବ ପ୍ରଭାବ

ଅଳସି ମଞ୍ଜି ଖାଇବାର ଅଧ ଘଣ୍ଟରା ପରେ ଏକ ଗ୍ଲାସ ଉଷୁମ ପାଣିରେ ଅଧା ଲେମ୍ବୁ ଚିପୁଡି ପିଅନ୍ତୁ। ୟୁରିକ ଏସିଡ୍‌ ପାଇଁ ଏହା ବହୁତ ପ୍ରଭାବଶାଳୀ ହୋଇଥାଏ। ଯଦି କୌଣସି ବ୍ୟକ୍ତିଙ୍କର ୟୁରିକ ଏସିଡ୍‌ ଲଗାତର ବଢ଼ୁଛି ତାହେଲେ ସେମାନେ ନିୟମିତ ଭାବରେ ଉଷୁମ ପାଣିରେ ଲେମ୍ବୁ ରସ ପକାଇ ପିଇବା ଉଚିତ।

ଯୋଗ ମଧ୍ୟ ବହୁତ ଭଲ ଉପାୟ

ଯେଉଁ ଲୋକଙ୍କର ୟୁରିକ ଏସିଡ ସମସ୍ୟା ରହିଛି ତାହେଲେ ସେମାନେ ପ୍ରତିଦିନ ସକାଳୁ ଯୋଗାସନ କରିବା ଉଚିତ। ଏଥିରେ ମୁଖ୍ୟ ରୂପରେ ଉଷ୍ଟ୍ରାସନ, ବୃକ୍ଷାସନ, କପୋତାସନ ଏବଂ ଭୁଜଙ୍ଗାସନକୁ ସାମିଲ କରନ୍ତୁ। ଏହି ଯୋଗାସନକୁ ନିଜ ଦିନଚଯ୍ୟର୍ାରେ ସାମିଲ କରିବା ଦ୍ୱାରା ୟୁରିକ ଏସିଡ କଣ୍ଟ୍ରୋଲରେ ରହିଥାଏ।

yogaଭିଟାମିନ ସି ଆପଣଙ୍କ ପାଇଁ ବେଷ୍ଟ

ୟୁରିକ ଏସିଡ ସମସ୍ୟାରେ ପୀଡିତ ଥିବା ଲୋକ ଭିଟାମିନ ସିରେ ଭରପୂର ଫଳକୁ ସେବନ କରିବା ଉଚିତ। ଡାକ୍ତରଙ୍କ କହିବନାଯାୟୀ ଯେଉଁ ଫଳରେ ଭିଟାମିନ ସି ଅଧିକ ମାତ୍ରାରେ ରହିଥାଏ ସେମାନେ ପ୍ରତିଦିନ ସକାଳୁ ଏହାକୁ ସେବନ କରିବା ଦ୍ୱାରା ୟୁରିକ ଏସିଡ କମ୍‌ ହୋଇ ହୋଇ ଯାଇଥାଏ।

ହାଇ ଫାଇବର ଟିଫିନ କରିବ ୟୁରିକ ଏସିଡକୁ କମ୍‌

ୟୁରିକ ଏସିଡ ଦ୍ୱାରା ଚିନ୍ତାରେ ଥିବା ଲୋକଙ୍କୁ ହାଇ ଫାଇବର ଖାଦ୍ୟ ଖାଇବା ଉଚିତ। ହାଇ ଫାଇବର ଖାଦ୍ୟ ଖାଇବା ଦ୍ୱାରା ପେଟରେ ସବୁ ବିଶୁଦ୍ଧ ମଳ ମାଧ୍ୟମରେ ଶରୀରରୁ ବାହାରକୁ ବାହାରିଯାଇଥାଏ। ଏହାଦ୍ୱାରା ୟୁରିକ ଏସିଡ ରୋଗୀଙ୍କର ମଳ ସମ୍ବନ୍ଧୀତ ସମସ୍ୟା ହେବାର ଭୟ କମ୍‌ ହୋଇଯାଏ।

Leave A Reply

Your email address will not be published.