ଜାଣନ୍ତୁ କିପରି ବନାଇବେ ସ୍ୱାଦିଷ୍ଟ ଚିଲି ପଣସ କଠା ତରକାରୀ

ଏବେ ଚାଲିଛି ଆମ୍ଭ ଓ ପଣସର ସିଜିନ୍‌ । ସବୁଠି ଭରି ରହିଛି ପଣସ । ତେବେ ପାଚିଲା ପଣସ ଅପେକ୍ଷା ପଣସ କଠା ତରକାରୀର ସ୍ୱାଦ କିଛି ନିଆରା । ଆଜି ଆସନ୍ତୁ ଜାଣିବା କିପରି ବନାଇବେ ସ୍ୱାଦିଷ୍ଟ ପଣସ କଠା ତରକାରୀ ।

chili jackfruit curry.jpg
photo credit: pinterest

ସାମଗ୍ରୀ:

୫୦୦ ଗ୍ରାମ ପଣସ କଠା
୨ ବଡ଼ ଚାମଚ ଚାଉଲ ଅଟା
୨ ବଡ଼ ଚାମଚ କର୍ଣ୍ଣ ଫ୍ଲୋର
୧ ବଡ଼ ସାଇଜର ପିଆଜ (ଛୋଟ କଟା ହୋଇଥିବା)
୧ ସିମଲ୍‌ା ଲଙ୍କା ( ଛୋଟ କଟା ହୋଇଥିବା )
୩ ବଡ଼ ଚାମଚ ଅଦା ଓ ରସୁଣର ପେଷ୍ଟ
୨ ବଡ଼ ଚାମଚ ଚିଲି ସସ୍‌
୫ ବଡ଼ ଚାମଚ ଟମାଟୋ ସସ୍‌
୨ ବଡ଼ ଚାମଚ ସୋୟା ସସ୍‌
୧ ବଡ଼ ଚାମଚ ଲଙ୍କା ଗୁଣ୍ଡ
୧/୨ ଚାମଚ ହଳଦୀ ଗୁଣ୍ଡ
ଲୁଣ ସ୍ୱାଦ ଅନୁସାରେ
ତେଲ ଆବଶ୍ୟକତା ଅନୁସାରେ
୧/୨ ଲେମ୍ବୁର ରସ
୧ ଚାମଚ ଧନିଆ ପତ୍ର

ପ୍ରସ୍ତୁତି

୧. ପଣସର ଚୋପା ଛଡ଼ାଇ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟନ୍ତୁ । ଏହାକୁ ଭଲ ଭାବେ ଧୋଇ ପ୍ରେସର କୁକର ରେ ୨ କପ୍‌ ପାଣି ଦେଇ ସିଟି ଦେବା ଯାଏ ଅପେକ୍ଷା କରନ୍ତୁ । ତା’ପରେ ପଣସକୁ ଏକ ପାତ୍ରରେ କର୍ନ ଫ୍ଲୋର ଏବଂ ଚାଉଳ ବଟା, ୨ ଚାମଚ ଅଦା ରସୁଣ ପେଷ୍ଟ, ୨ ଚାମଚ ଟମାଟୋ ସସ, ୨ ଚାମଚ ଚିଲ୍ଲି ସସ୍‌ ଏବଂ ୨ ଚାମଚ ସୋୟା ସସ, ଲେମ୍ବୁ ରସ ଏବଂ ଲୁଣ ଦେଇ ଭଲ ଭାବେ ମିଶାଇ ରଖନ୍ତୁ। ଏବେ କଢେଇରେ ତେଲ ଗରମ ହୋଇଗଲେ ସେଥିରେ ଏହାକୁ ଛାଣିଦିଅନ୍ତୁ। ପ୍ୟାନରେ ତେଲ ଗରମ ହେବା ପରେ କଟା ପିଆଜ ଏବଂ କ୍ୟାପସିକମ୍‌, ଅଦା ରସୁଣ ପେଷ୍ଟ, ଟମାଟୋ ସସ୍‌, ଚିଲି ସସ୍‌, ଲଙ୍କା ପାଉଡର ପକାଇବା ପରେ ଅନ୍ୟ ସବୁ ମସଲା ପକାଇ ଦିଅନ୍ତୁ । ଏବେ ସବୁ ମସଲା ପକାଇବା ପରେ ପଣସ ପକାଇ ୫ ମିନିଟ ବସାଇ ମିଶାଇ ଦିଅନ୍ତୁ। ଶେଷରେ ଧନିଆପତ୍ର ପକାଇ ପରଷନ୍ତୁ। ଏହାକୁ ଆପଣ ଭାରତ କିମ୍ବା ପରଟା ସହିତ ଖାଇପାରିବେ।

Leave A Reply

Your email address will not be published.