ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ଶୁଣି ଏଭଳି ରିଆକ୍ସନ୍‌ ଦେଇଥିଲେ ଧୋନି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଉ ନାହାନ୍ତି। ଗତ ରବିବାର ଦିନ ନିଜ ଘରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିଲେ। କୁହାଯାଉଛି ଯେ ସେ ଦୀର୍ଘଦିନ ହେବ ଡିପ୍ରେସନ୍‌ରେ ଥିଲେ। ଏଣୁ ଅନ୍ୟ ଉପାୟ ନ ପାଇ ଜୀବନ ହାରିଛନ୍ତି ସୁଶାନ୍ତ। ଧୋନି ଦ ଅନ୍‌ଟୋଲ୍ଡ ଷ୍ଟୋରୀରେ ମାହି ଭୂମିକାରେ ଅଭିନୟ କରିଥିବା ସୁଶାନ୍ତଙ୍କର ମହେନ୍ଦ୍ର ସିଂହ ଧୋନି ଜଣେ ଭଲ ବନ୍ଧୁ ଥିଲୋ। ବାୟୋପିକ୍‌ ସୁଟିଂ ଆରମ୍ଭ କରିବା ପୂର୍ବରୁ ସେ ୩ ଥର ଧୋନିଙ୍କୁ ସାକ୍ଷାତ କରିଥିଲେ ଓ ବହୁତ ସମୟ ବିତାଇଥିଲେ। ସେ ଧୋନିଙ୍କ ବ୍ୟାଟିଂ ଟେକ୍ନିକ୍‌ ଉପରେ ଅଧିକ ରିସର୍ଚ୍ଚ କରିଥିଲେ। ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା। ଏହି କାରଣରୁ ସୁଶାନ୍ତ ଓ ଧୋନିଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା। ଏଣୁ ସୁଶାନ୍ତଙ୍କ ଅଚାନକ ଏଭଳି ଆତ୍ମହତ୍ୟା ଖବର ଶୁଣି ଧୋନି ବି ଭାଙ୍ଗି ପଡ଼ିଥିଲେ।

MS Dhoni is 'Very Morose' Due to Sushant Singh Rajput's Passing ...

ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ପ୍ରଥମେ ଧୋନିଙ୍କୁ ଧୋନି ଦ ଅନ୍‌ଟୋଲ୍ଡ ଷ୍ଟୋରୀର ପ୍ରଡ୍ୟୁସର ନୀରଜ ପାଣ୍ଡେ ଦେଇଥିଲେ। ସେ ଫୋନ୍‌ କରି ଧୋନିଙ୍କୁ ଏହି ଖବର ଦେଇଥିଲେ। ସୁଶାନ୍ତଙ୍କ ବିୟୋଗ ଖବର ଶୁଣି ଧୋନି ସ୍ତବ୍ଧ ହୋଇଯାଇଥିଲେ। ଧୋନିଙ୍କ ବ୍ୟତୀତ ନୀରଜ ତାଙ୍କର ଦୁଇ ନିକଟତମ ବନ୍ଧୁ ମିହିର ଦିବାକର ଓ ଅରୁଣ ପାଣ୍ଡେଙ୍କୁ ମଧ୍ୟ ଫୋନ୍‌ କରି ଏହି ସୂଚନା ଦେଇଥିଲେ।

MS Dhoni The Untold Story: Captain Cool Dhoni and Sushant Singh ...

ବାୟୋପିକ୍‌ ପାଇଁ ସୁଶାନ୍ତଙ୍କ ପରିଶ୍ରମ ଓ ତାଙ୍କ ଅଭିନୟ ଦେଖି ଧୋନି ମଧ୍ୟ ତାଙ୍କର ଫ୍ୟାନ୍‌ ହୋଇଯାଇଥିଲେ। ସୁଶାନ୍ତଙ୍କ ବ୍ୟାଟିଂ କରିବା ଶୈଳୀକୁ ମଧ୍ୟ ଧୋନି ଖୁବ୍‌ ପସନ୍ଦ କରୁଥିଲେ। ଖାସ୍‌ କରି ସୁଶାନ୍ତଙ୍କ ହେଲିକପ୍ଟର ସଟ୍‌ ଧୋନିଙ୍କୁ ବହୁତ ଭଲ ଲାଗିଥିଲା। ସୁଶାନ୍ତ ସିଂହ ପିଲାବେଳୁ କ୍ରିକେଟ୍‌ ଖେଳିବାକୁ ଚାହୁଁଥିଲେ। ତାଙ୍କ ବଡ଼ ଭଉଣୀ ବି ଜଣେ ରାଜ୍ୟସ୍ତରୀୟ କ୍ରିକେଟର। ତେବେ ଧୋନିଙ୍କ ବିଷୟରେ ସବୁ କିଛି ଜାଣିବାକୁ ସୁଶାନ୍ତ ତାଙ୍କ ସହ ପ୍ରାୟ ୯ ମାସ ସମୟ ବିତାଇଥିଲେ।

Leave A Reply

Your email address will not be published.