ଆସନ୍ତାକାଲିଠାରୁ ଆରମ୍ଭ ହେବ କୋଣାର୍କ ଉତ୍ସବ-୨୦୨୦, ଦେଖିବାକୁ ମିଳିବନି ସଂଗୀତ ଓ ବାଦ୍ୟ-ଯନ୍ତ୍ରର ଆସର

ଭୁବନେଶ୍ୱର(କେନ୍ୟୁଜ୍)‌: ଆସନ୍ତାକାଲିଠାରୁ ଆରମ୍ଭ ହେବ କୋଣାର୍କ ଉତ୍ସବ-୨୦୨୦। ରାଜ୍ଯ ପର୍ଯ୍ଯଟନ ବିଭାଗ ପକ୍ଷରୁ ୫ ଦିନ ବ୍ଯାପି ମୁକ୍ତାକାଶ ରଙ୍ଗ ମଞ୍ଚରେ ଆୟୋଜିତ ହେବ ୩୨ ତମ କୋଣାର୍କ ନୃତ୍ୟ ଉତ୍ସବ। ତା ସହିତ ଆୟୋଜିତ ହେବ ଅନ୍ତର୍ଜାତୀୟ ବାଲୁକା କଳା । ବିଶ୍ୱ ପ୍ରସିଦ୍ଧ ଐତିହାସିକ ସୂର୍ଯ୍ୟ ମନ୍ଦିର ନିକଟରେ ଏହି ଉତ୍ସବର ଆୟୋଜନ ହେବ। ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ଡିସେମ୍ବର ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରେ ଏହି ଉତ୍ସବ ଅନୁଷ୍ଠିତ ହେବ । ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୮.୩୦ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ନୃତ୍ୟୋତ୍ସବର ଆୟୋଜନ ହେବାକୁ ଯାଉଛି । ଓଡ଼ିଶାର ଅନ୍ତର୍ନିହିତ ଐତିହ୍ୟ ସହ ପାରମ୍ପରିକ ତଥା ଶାସ୍ତ୍ରୀୟ ନୃତ୍ୟର ଆୟୋଜନ କରାଯାଉଛି । କୋଣାର୍କ ଉତ୍ସବରେ ବହୁ ପ୍ରତିଭାବାନ୍ ନୃତ୍ୟ ବିଶାରଦ, ଶାସ୍ତ୍ରୀୟ ନୃତ୍ୟର କଳାକାର ଓଡ଼ିଶୀ, ଭାରତନାଟ୍ୟମ, ମଣିପୁରୀ, କୁଚିପୁଡ଼ି, ଏବଂ କଥକ ଦଳଗତ ନୃତ୍ୟ ପ୍ରଦର୍ଶନ କରିବେ ।

konark 2020ସେହିପରି ସୂର୍ଯ୍ୟ ମନ୍ଦିରଠାରୁ ୩ କି.ମି. ଦୂରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା କଳାର ଆୟୋଜନ କରାଯାଉଅଛି । ଏହାକୁ ପ୍ରତିଦିନ ସକାଳ ୧୦ଟା ଠାରୁ ରାତି ୭ଟା ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ । ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ପ୍ରତ୍ୟେକ ଦିନ ସେମାନଙ୍କର ବାଲୁକା କଳା ପ୍ରଦର୍ଶନ କରିବେ । ଚଳିତ ବର୍ଷ ଦେଶ ଭିତରରୁ ଯଥା ରାଜସ୍ଥାନ, ତାମିଲନାଡ଼ୁ, ବିହାର ଓ ପଶ୍ଚିମବଙ୍ଗ ସହିତ ଓଡ଼ିଶାରୁ ଖ୍ୟାତିନାମା ୭୦ ଜଣ ବାଲୁକା ଶିଳ୍ପୀମାନେ ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.