Odisha News
.

ଆନ୍ଧ୍ରପ୍ରଦେଶରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ହତ୍ୟା ପରେ କୋରାପୁଟ ଜିଲ୍ଲାର ସମସ୍ତ ଥାନାକୁ କରାଗଲା ଆଲର୍ଟ

କୋରାପୁଟ(କେନ୍ଯୁଜ୍) : କୋରାପୁଟ ଆକାଶରେ ବୁଲିବ ଡ୍ରୋନ୍‌ । ଲାଲବାହିନୀର ଗତିବିଧିକୁ ଜଗିବ ଡ୍ରୋନ୍‌ । ପୂର୍ବରୁ ବିଏସ୍‌ଏଫ୍‌ର ଡ୍ରୋନ୍‌ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖୁଥିବା ବେଳେ ଏବେ ରାଜ୍ୟ ପୋଲିସର ସୁରକ୍ଷା ପାଇଁ ରିମୋର୍ଟ ଏରିଆରେ ବ୍ୟବହାର କରାଯିବ । ସେପଟେ ଆନ୍ଧ୍ରପ୍ରଦେଶ ଅରକୁ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ହତ୍ୟା ପରେ ମାଓ ଦମନ ଅପରେସନ୍‌ ଜୋରଦାର କରାଯାଇଛି । କୋରାପୁଟ ଜିଲ୍ଲାର ସମସ୍ତ ଥାନାକୁ ଆଲର୍ଟ କରାଯାଇଛି ।

PHOTO 1ଏହି ଘଟଣା ଓଡ଼ିଶା ସୀମାରୁ ଖୁବ୍‌ ନିକଟରେ ଘଟିଥିବାରୁ ଆନ୍ଧ୍ର ପୋଲିସ ସହ ଯୋଗାଯୋଗରେ ରହିଛି ଓଡ଼ିଶା ପୋଲିସ । ସେପଟେ ହତ୍ୟାରେ ସଂପୃକ୍ତ ଥିବା ତିନି ଜଣ ମାଓବାଦୀଙ୍କ ଫଟୋ ଜାରି କରିଛି ଆନ୍ଧ୍ର ପୋଲିସ। ଏମାନଙ୍କ ମଧ୍ଯରେ ମାଓନେତ୍ରୀ ଅରୁଣା ରହିଛି ।

 

Leave A Reply

Your email address will not be published.