ଜୀବନ ବୀମା ନିଗମ (LIC) ଏକ ନୂଆ ଯୋଜନା ଲଞ୍ଚ୍ କରିଛି। ଏହା ଏକ ଅସମ୍ବନ୍ଧିତ, ଅଭାଗିଦାରୀ ଏବଂ ବ୍ୟକ୍ତିଗତ ସେଭିଙ୍ଗ୍ସ ପ୍ଲାନ୍। ଏଥିରେ ପଲିସିଧାରକଙ୍କୁ ସଂରକ୍ଷଣ ସହିତ ସଞ୍ଚୟର ମଧ୍ୟ ବିକଳ୍ପ ମିଳିବ।
ଏଲଆଇସିର ଏହି ନୂଆ ଯୋଜନାର ନାମ ‘ବୀମା ଜ୍ୟୋତି’। ଏହି ସ୍କିମ ଅନୁଯାୟୀ ଏହା ମ୍ୟାଚର ହୋଇଗଲେ ଏକ ବଡ ଆକାରର ଅର୍ଥରାଶି ମିଳିବ। ଏହାସହିତ ପଲିସିଧାରକଙ୍କ ଅସମୟରେ ବା ଦୁର୍ଘଟଣାଜନିତ ମୃତ୍ୟୁ ହେଲେ ପରିବାରକୁ ଆଥି ସର୍ମଥନ ମଧ୍ୟ ମିଳିବ।
ପ୍ରତ୍ୟେକ ପଲିସି ବର୍ଷ ଶେଷରେ ପ୍ରତି ହଜାର ଟଙ୍କା ଉପରେ ୫୦ ଟଙ୍କା ଅତିରିକ୍ତ ରାଶି ଯୋଡିହେବ। ଏଲଆଇସି ଜଣାଇଛି ଯେ ଏଥିରେ ନ୍ୟୁନତମ ରାଶି ନିଶ୍ଚିତ ରୂପରେ ଏକ ଲକ୍ଷ ଟଙ୍କା ହୋଇଥିବା ଆବଶ୍ୟକ। ଏହାର କୌଣସି ଅଧିକତମ ସିମା ନାହିଁ।
ଏହି ପଲିସି ୧୫ ରୁ ୨୦ ବର୍ଷ ପାଇଁ କରିପାରିବେ। ୯୦ ଦିନର ପିଲା ଠାରୁ ଆରମ୍ଭ କରି ୬୦ ବର୍ଷରୁ କମ୍ ବ୍ୟକ୍ତି ପର୍ଯ୍ୟନ୍ତ ଏହି ପଲିସିକୁ ନେଇପାରିବେ।