ପାନପତ୍ରକୁ ଦୈନିକ ଏହି ପରିମାଣରେ ଖାଆନ୍ତୁ, ମିଳିବ ଅନେକ ଫାଇଦା

ପାନ ପତ୍ରକୁ ବିଭିନ୍ନ କାମରେ ବ୍ୟବହାର କରାଯାଏ। ମନ୍ଦିରରେ ପୂଜା ହେଉ କିମ୍ବା ମିଠା ପାନ , ସବୁଥିରେ ପାନର ସ୍ୱତନ୍ତ୍ର ସ୍ଥାନ ଥାଏ। ବହୁତ କମ ଲୋକ ଜାଣିଥିବେ ଯେ ଏହାର ପତ୍ର ମଧ୍ୟ ଶରୀର ପାଇଁ ଭଲ ହୋଇଥାଏ। ପାନ ପତ୍ର ଏକ ଏଭଳି ପତ୍ର ଯାହାକୁ ଶୁଭ କାର୍ଯ୍ୟରେ ବ୍ୟବହାର ହୋଇଥାଏ। ଏହାକୁ ପୂଜା କରାଯାଏ। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ପାନ ଖାଇଥାନ୍ତି।।ଅନେକ ଜଣ ଅଛନ୍ତି ଯେଉଁମାନେ ପାନପତ୍ର ଖାଇବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଏହା ଶରୀର ପାଇଁ ମଧ୍ୟ ଭଲ ହୋଇଥାଏ। ଆଜି ଆମେ ଏହା ସମ୍ପର୍କରେ ଆପଣଙ୍କୁ କହିବୁ।

ବହୁତ କମ ଲୋକେ ଜାଣିଥିବେ କି କେବଳ ପାନପତ୍ର ଚୋବାଇ ଖାଇବା ସ୍ବାସ୍ଥ୍ୟ ପାଇଁ କେତେ ଲାଭପ୍ରଦ ଆଜି ଆମେ ଆପଣଙ୍କୁ ପାନପତ୍ରର ଗୁଣ ବିଷୟରେ କହିବୁ। ତେବେ ଆସନ୍ତୁ ଜାଣିବା ପାନପତ୍ରର କଣ ବିଶେଷତ୍ବ ରହିଛି.:

ପାନପତ୍ର ଗରମ । ଏଥିପାଇଁ ଶୀତଦିନେ ଏହାକୁ ଖାଇବା ଭଲ। କିନ୍ତୁ ଆପଣ ଏହାକୁ ସୀମିତ ପରିମାଣରେ କିମ୍ବା ବେଳେ ବେଳେ ଗ୍ରୀଷ୍ମ ସମୟରେ ବି ଖାଇ ପାରିବେ। ପାନପତ୍ରକୁ ଖାଇବା ପୂର୍ବରୁ ଭଲ ଭାବରେ ଧୋଇ ଦିଅନ୍ତୁ। ଯାହାଫଳରେ ସେଥିରେ ଥିବା ଧୂଳି ଏବଂ ମଇଳା ଦୂର ହୋଇଯିବ ଏହା ପରେ ଆପଣ ସେବନ କରିପାରିବେ।

ଏବେ ଜାଣନ୍ତୁ ଏହାର ଫାଇଦା :

ମାଢି ଫୁଲା ଦୂର କରେ:
ଦାନ୍ତରେ ଯନ୍ତ୍ରଣା କିମ୍ବା ଦାନ୍ତ ମାଢି ଫୁଲା ଦୂର କରିବାରେ ପାନପତ୍ର ବେଶ ଲାଭଦାୟକ ହୋଇଥାଏ । ପାନପତ୍ର ଭିତରେ ଅନେକ ପୋଷକତତ୍ତ୍ବ ମିଳିଥାଏ, ଯାହା ଆପଣଙ୍କ ମାଢି ଦରଜକୁ ରୋକିଥାଏ।

ପାଟିର ଦୂର୍ଗନ୍ଧ ଦୂର ହୋଇଥାଏ:
ପାନପତ୍ରକୁ ଚୋବାଇ ଖାଇବା ଦ୍ବାରା ପାଟିର ଦୂର୍ଗନ୍ଧ ଦୂର ହୋଇଥାଏ। ଏହି ପତ୍ରକୁ ଚୋବାଇ ଖାଇବା ଦ୍ବାରା ପତ୍ରର ରସ ଅପକାରୀ ବ୍ୟାକ୍ଟେରିଆକୁ ମାରିଥାଏ। ଯାହା ଦ୍ବାରା ପାଟିର ଦୂର୍ଗନ୍ଧରୁ ଆପଣଙ୍କୁ ଚିନ୍ତା ମୁକ୍ତ କରିଥାଏ।

ହଜମ ଶକ୍ତି ବୃଦ୍ଧି ପାଏ:
ପାନପତ୍ର ପେଟ ପାଇଁ ବହୁତ ଭଲ। ଏହା ନିୟମିତ ବ୍ୟବହାର ଦ୍ବାରା ହଜମ ଶକ୍ତି ବୃଦ୍ଧି ପାଏ। ଏହା ସହ ପାନପତ୍ର ଖାଇବା ଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଗଳାକୁ ସଫା ରଖିଥାଏ:
ପାନପତ୍ରରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିମାଇକ୍ରୋବାୟଲ୍ସ ତତ୍ତ୍ବ ରହିଛି ଯାହା ଆପଣଙ୍କ କାଶ ସମସ୍ୟାକୁ ଦୂର କରିଥାଏ ଏହା ସହ ଗଳାକୁ ସଫା ରଖିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.