ଗୋଟିଏ ଦିନରେ ୩ରୁ ଅଧିକ କପ ଗ୍ରୀନ ଟି ପିଇବା ହୋଇଥାଏ ଆପଣଙ୍କ ଶରୀର ପାଇଁ କ୍ଷତିକାରକ

ସୁସ୍ଥ ରହିବା ପାଇଁ ଲୋକମାନେ ଗ୍ରୀନ ଟି ପିଇବା ପାଇଁ ପସନ୍ଦ କରିଥାନ୍ତି । ଆଜିକାଲି ଗ୍ରୀନ ଟି ପିଇବାରେ ଲୋକମାନଙ୍କର ସଂଖ୍ୟା ବଢିବାରେ ଲାଗିଛି। କୁହାଯାଏ ମୋଟାପଣ ଦୂର କରିବା, ତ୍ବଚାର ସୌନ୍ଦର୍ୟ୍ୟ ଏବଂ ପାାଚନ କ୍ରିୟାକୁ ନିୟନ୍ତ୍ରଣ କରିବା ପାଇଁ ଗ୍ରୀନ ଟି ପିଇବା ଉଚିତ। କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଗ୍ରୀନ ଟି ସେବନ କଲେ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ବିଶେଷ କରି ଆପଣ କୌଣସି ରୋଗରେ ଜଡ଼ିତ ଥିଲେ ଗୋଟେ ଦିନରେ ୩ କପ ରୁ ଅଧିକ ଗ୍ରୀନ ଟି ସେବନ କରନ୍ତୁ ନାହିଁ।
ଜାଣନ୍ତୁ କେଉଁ ପରିସ୍ଥିତିରେ ଗ୍ରୀନ ଟି ସେବନ କରିବା ଉଚିତ ନୁହେଁ:
୧. ଆପଣ ଜାଣିନାହାନ୍ତି ଗ୍ରୀନ ଟି ରେ କେଫିନ୍ ରହିଥାଏ, ଯାହା ଦ୍ବାରା ଶରୀରରେ ଅସୁବିଧା ସୃଷ୍ଟି ହୋଇଥାଏ। ଗ୍ରୀନ ଟି ର ୨୨୭ଗ୍ରାମ ଚା ରେ ୨୪ ରୁ ୪୫ମିଲିଗ୍ରାମ ପର୍ୟ୍ୟନ୍ତ କେଫିନ୍ ରହିଥାଏ, ଯାହା ହାର୍ଟବିଟ୍ କୁ ଅନିୟମିତ କରାଇଥାଏ। ଆପଣ ନର୍ଭସନେସ ହେବା ସହିତ ଛୋଟ ଛୋଟ କଥାରେ ମଧ୍ୟ ଚିଡ଼ିବାକୁ ଲାଗନ୍ତି।
୨. ଅଧିକ ଗ୍ରୀନ ଟି ସେବନ କଲେ ପାଚନ କ୍ରିୟାରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ। ଆପଣଙ୍କ ପାଚନ କ୍ରିୟାର ମାତ୍ରାକୁ ଖରାପ କରିପାରେ। ଗ୍ରୀନ ଟିରେ ଥିବା ଟେନିନ ପେଟକୁ ଖରାପ କରିଥାଏ କାରଣ ଗ୍ରୀନ ଟି ସେବନ କଲେ ପେଟରେ ଏସିଡ଼ି ଅଧିକ ହୋଇଯାଏ।
୩. ଗ୍ରୀନ ଟି ରେ ଥିବା ଟେନିନ ପେଟ ଯନ୍ତ୍ରଣା ହେବାର କାରଣ ହୋଇପାରେ। ଯେଉଁ ବ୍ୟକ୍ତିମାନଙ୍କର ପେଟରେ ଅଲସର ବା ଏସିଡ଼ିଟି ଅଧିକ ରହିଛି ସେହି ବ୍ୟକ୍ତିମାନେ ଗ୍ରୀନ ଟି ସେବନ କରିବା ଅନୁଚିତ।
୪. ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ ଯେଉଁ ବ୍ୟକ୍ତି ମାନଙ୍କର ଅନୀମିୟା ସମସ୍ୟା ରହିଛି ସେମାନେ ଗ୍ରୀନ ଟି ଠାରୁ ଦୂରରେ ରୁହନ୍ତୁ କାରଣ ଗ୍ରୀନ ଟି ସେବନ କଲେ ଶରୀରରେ ହିମଗ୍ଲୋବିନର ମାତ୍ରା କମ ହୋଇଯାଇଥାଏ।
୫. ଗର୍ଭବତି ମହିଳାମାନେ ଦିନରେ ୧କପ ରୁ ଅଧିକ ଗ୍ରୀନ ଟି ପିଇବା ଅନୁଚିତ କାରଣ ମା ର କ୍ଷୀରରେ ପିଲାର ଶରୀରକୁ କେଫିନ ଯାଇଥାଏ, ଯାହା ପିଲା ପାଇଁ ଠିକ ହୋଇନଥାଏ।
୬. ମୋତିଆବିନ୍ଦୁରେ ପିଡ଼ିତ ଥିବା ସମୟରେ ଗ୍ରୀନ ଟି ସେବନ କରିବାର ୩୦ମିନିଟ୍ ଭିତରେ ଏହାର ପ୍ରଭାବ ଆଖିରେ ପଡ଼ିଥାଏ। ଆଖି ସମ୍ବନ୍ଧୀୟ ମୋତିଆବିନ୍ଦୁ ଏଭଳି ରୋଗ ଯାହା ଆପ୍ଟିକ୍ ଶିରକୁ ପ୍ରଭାବିତ କରିଥାଏ।
୭. ଗ୍ରୀନ ଟି ଅଧିକ ସେବନ କଲେ ଶରୀରରେ କ୍ୟାଲସିୟମ କମ ହୋଇଯାଏ। ଏଥିରେ ଆସ୍ଟିୟୋପାରୋରୀସର ଭୟ ବଢିଯାଇଥାଏ।
କିଛି ଉପକାର ମଧ୍ୟ ମିଳିଥାଏ
୧. ଗ୍ରୀନ ଟି ସେବନ କଲେ ଡ଼ାଇବେଟିଜ୍ ଏବଂ ଛାତି ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ।
୨. ଓଜନ କମ କରିବାକୁ ଚାହୁଁଥିଲେ ୧କପ ଗ୍ରୀନ ଟି ସେବନ କରିବା ଉଚିତ।
୩. ସୁଚନା ଅନୁଯାୟୀ ଗ୍ରୀନ ଟି ସେବନ କଲେ ୭୫-୧୦୦ କ୍ୟାଲୋରୀ ସୃଷ୍ଟି ହୋଇଥାଏ।