ତ୍ୱଚ୍ଚାରୁ ଆରମ୍ଭ କରି ବାଳ ପର୍ଯ୍ୟନ୍ତ ନେଚୁରାଲ ଗ୍ଲୋ ଦେବ ଏହି ୪ ଗଛ

ନୂଆଦିଲ୍ଲୀ : ପ୍ରତ୍ୟେକ ଗଛର ଔଷଧୀୟ ଗୁଣ ରହିଛି । ତେବେ ଅନେକ ଗଛ ରହିଛି ଯାହାର ପ୍ରାକୃତିକ ତତ୍ତ୍ୱ ମନୁଷ୍ୟର ସୌନ୍ଦର୍ଯ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ଏମିତି କିଛି ଗଛ ବିଷୟରେ ଯାହା ଆପଣଙ୍କ ତ୍ୱଚ୍ଚାରୁ ଆରମ୍ଭ କରି ବାଳ ପର୍ଯ୍ୟନ୍ତ ନାଚୁରାଲ ଗ୍ଲୋ ଦେବ ।

ଟି ଟ୍ରି ତେଲ :

ବ୍ରଣ ପାଇଁ ଟି ଟ୍ରି ତେଲ ବହୁତ ଉପକାରୀ । ଏହି ତେଲ ୨ ବୁନ୍ଦାରେ ନଡିଆ ତେଲ କିମ୍ବା ବାଦାମ ତେଲ ୧୨ ବୁନ୍ଦା ମିଶାନ୍ତୁ । ଏହାକୁ ପ୍ରଭାବିତ ସ୍ଥାନରେ ଲଗାନ୍ତୁ । ଏହାକୁ ଧୋଇବା ପୂର୍ବରୁ ୧୦-୧୫ ମିନିଟ ଯାଏ ଛାଡ଼ନ୍ତୁ ।

aleovera
p.c : indiamart

ଏଲୋଭେରା :

ସନ୍‌ ବଣ୍ଣ ପାଇଁ ଏଲୋଭେରା ଅଲ ରାଉଣ୍ଡର ପ୍ଲାଣ୍ଟ ଅଟେ । ଯାହା ମୁହଁରୁ ଆରମ୍ଭ କରି ଦାଗ, ଧବ୍ଦା ଓ ସନ୍‌ ବର୍ଣ୍ଣ ଠିକ୍‌ କରିପାରେ । ଏଲୋଭେରା ତ୍ୱଚ୍ଚାରୁ ଜ୍ୱଳନ ଓ ଫୁଲାପଣ ଭଲ କରିଥାଏ ।
ଏଲୋଭେରା ଜେଲକୁ ସନବର୍ଣ୍ଣ ସ୍ଥାନରେ ଲଗାଇଲେ ଏହା ଭଲ ହୋଇଥାଏ । ଅଧିକ କାମ କରବା ପାଇଁ ଜେଲକୁ କିଛି ସମୟ ପାଇଁ ଫ୍ରିଜରେ ରଖନ୍ତୁ ।

ନୀମ :

ରୂପି ପାଇଁ ନୀମ ଏକ ଭଳ ଔଷଧୀୟ ଗଛ । ଯାହା ବହୁ ପ୍ରକାର ବ୍ୟୁଟି ପ୍ରୋବଲେମ ସମାଧାନ କରିଥାଏ । ଗୋଟିଏ ମୁଠା ନୀମ ପତ୍ରକୁ ଅଳ୍ପ ପାଣିରେ ଗ୍ରାଇଣ୍ଡ କରି ପେଷ୍ଟ ବନାନ୍ତୁ । ଏହି ପେଷ୍ଟକୁ ଏକ ପାତ୍ରରେ ଦହି ମିଶାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ମିଶ୍ରଣକୁ ମୁଣ୍ଡ ବାଳରେ ଲଗାନ୍ତୁ । ଏହାକୁ ଧୋଇବା ପୂର୍ବରୁ ୧୫-୨୦ ମିନିଟ ରଖନ୍ତୁ ।

neem-
p.c : indiamart

ତୁଳସୀ :

ଭଲ ଓ ପରିସ୍କାର ତ୍ୱଚ୍ଚା ପାଇଁ ତୁଳସୀ ଠାରୁ ଭଲ ଆଉ କିିଛି ନାହିଁ । ତୁଳସୀ ଆଣ୍ଟି ବେକ୍ଟେରିଆ, ଏଣ୍ଟି ଇନ୍‌ଫ୍ଲାମେଟୋରୀ ଓ ଏଣ୍ଟ ଫୁଙ୍ଗାଲ ଓ ସ୍କିନ ସମସ୍ୟା ପାଇଁ ରାମବାଣ ହୋଇଥାଏ । ଏହା ତ୍ୱଚ୍ଚାର ସବୁ ପ୍ରକାର ସମସ୍ୟାର ସମାଧାନ କରିଥାଏ । ଗୋଟିଏ ମୁଠା ତୁଳସୀ ପତ୍ରକୁ ଅଳ୍ପ ପାଣିରେ ଗ୍ରାଇଣ୍ଡ କରି ପେଷ୍ଟ ବନାନ୍ତୁ । ଏହି ପେଷ୍ଟକୁ ଚେହେରାରେ ଲଗାନ୍ତୁ । ଏହାକୁ ଧୋଇବା ପୂର୍ବରୁ ୧୦-୧୫ ମିନିଟ ଯାଏ ଛାଡ଼ନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.