ଶରୀରରେ ହାଡ଼ଗଣ୍ଠି ଯନ୍ତ୍ରଣା ବଢ଼ିଗଲେ ଆପଣାନ୍ତୁ ଏହି ୪ଟି ଘରୋଇ ଉପାୟ

ଶରୀରକୁ ଆବଶ୍ୟକ ହେଉଥିବା ପୃଷ୍ଟିକର ଖାଦ୍ୟର ଅଭାବ ପାଇଁ ଅନେକ ରୋଗ ଦେଖାଯାଇଥାଏ। ଲୋକମାନଙ୍କ ବୟସ ଥିଲେ ମଧ୍ୟ ଖରାପ ଲାଇଫ ଷ୍ଟାଇଲ ପାଇଁ ସେମାନେ କମ ଦିନରେ ବୟସ୍କ ଦେଖାଯାଆନ୍ତି। କାରଣ ଅନେକ ସମୟରେ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ପାଇଁ ଅନେକ ରୋଗ ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏହା ସମ୍ପର୍କରେ କିଛି ତଥ୍ୟ ଦେବାକୁ ଯାଉଛୁ। ଯାହାକୁ ମାନିଲେ ଆପଣ ସୁସ୍ଥ ରହିବା ସହ ଆପଣଙ୍କ ହାଡ଼ଗଣ୍ଠି ମଧ୍ୟ ମଜବୁତ ରହିବ ।

– ବ୍ୟାୟାମ ସହ ଯୋଗ ନିଜର ନୀତିଦିନ ଜୀବନଶୈଳୀର ଏକ ଅଂଶ ବନାନ୍ତୁ  କାରଣ ଏହାକୁ ପ୍ରତିଦିନ କରିବା ଦ୍ୱାରା ଶରୀର ସହ ମନ ମଧ୍ୟ ସୁସ୍ଥ ରହିବ। କିନ୍ତୁ ଏହି ୨ଟି ମଧ୍ୟରେ ପାର୍ଥକ୍ୟ ରହିଛି। ବ୍ୟାୟାମ ଶରୀରରୁ ମେଟାବୋଲିଜିମକୁ ବଢ଼ାଇଥାଏ। ଯୋଗ କରିବା ଦ୍ୱାରା ଆପଣଙ୍କ ମନ ଓ ମସ୍ତିଷ୍କ ସୁସ୍ଥ ରହିଥାଏ ।

igu

– ପ୍ରାୟ ଲୋକ ଅଧିକ ଲୁଣ ଖାଇବାକୁ ପସନ୍ଦ କରିଥାନ୍ତି। ସ୍ପାଇସି ଆଇଟମ କିମ୍ବା ରାଗ ଖାଇବାରେ ଲୁଣର ପରିମାଣ ମଧ୍ୟ ରହିଥାଏ। କିନ୍ତୁ ଏହା ଶରୀର ପାଇଁ ଖୁବ କ୍ଷତିକାରକ ହୋଇଥାଏ । ଏହାର ମାତ୍ରାଧିକ ସେବନ ଗଣ୍ଠି ହାଡ଼ ଆଦିକୁ ଦୁର୍ବଳ କରିଥାଏ। କ୍ୟାଲସିୟମର ଅଭାବ ଦେଖାଯାଏ ।

– ଭିଟାମିନ ଡି ଓ କ୍ୟାଲସିୟମର ଅଭାବ ଦ୍ୱାରା ହାଡ଼ ଗଣ୍ଠିରେ ଯନ୍ତ୍ରଣା ଦେଖାଯାଏ।

– ଧୂମପାନ କରୁଥିଲେ ରୁହନ୍ତୁ ସତର୍କ। କାରଣ ଏଥିରୁ ନିର୍ଗତ ଧୂଆଁ ଶରୀର ମଧ୍ୟରେ ପ୍ରବେଶ କରି ଅନେକ କ୍ଷତି ପହଞ୍ଚାଇଥାଏ ।

You might also like