ଲାଇଫ୍ ଷ୍ଟାଇଲ୍

ସ୍ୱାସ୍ଥ୍ୟ ପାଇଁ ବିରି ଡାଲି, ଜାଣନ୍ତୁ ବିରିର ଏହି ୫ ଟି ଲାଭକାରୀ ଗୁଣ

ବିରି ଡାଲି ପୂର୍ବ ଓ ଦକ୍ଷିଣ ଏସିଆର ଏକ ପ୍ରସିଦ୍ଧ ଖାଦ୍ୟ । ବିଶେଷକରି ଭାରତର ସବୁ ରାଜ୍ୟରେ ଏହି ଡାଲିର ଆଦର ରହିଛି । ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍‌, ପୋଟାସିୟମ୍‌, କ୍ୟାଲସିୟମ, ଆଇରନ୍‌, ନିଆସିନ୍‌, ଥାଇମାଇନ୍‌ ଓ ରିବୋଫ୍ଲାବିନ ରହିଛି । ଏଥିରେ ପ୍ରଚୁର ପରିମାଣର ଫାଇବର ସହିତ ଆଇସୋଫ୍ଲାବନ ଓ ଭିଟାମିନ୍‌ ବି କମ୍ପ୍ଲେକ୍ସ ରହିଛି । ବିରି ଡାଲିରେ ଥିବା ଏହି ସବୁ ଭିଟାମିନ ଶରୀରକୁ ଶକ୍ତି ଦେବା ସହ ଏହା ହଜମ ପ୍ରକ୍ରିୟା ବଢ଼ାଇବା ଓ ଚର୍ମକୁ ସୁସ୍ଥ ରଖିଥାଏ । ଆଜି ଆସନ୍ତୁ ଜାଣିବା ବିରି ଡାଲିର ଏହି ୫ଟି ଲାଭାକାରୀ ଗୁଣ ।

୧. ହଜମ ପ୍ରକ୍ରିୟା ବୃଦ୍ଧି କରିଥାଏ

ବିରି ଡାଲି ବା ଉରଡ ଡାଲି ରେ ପ୍ରଚୁର ମାତ୍ରାରେ ପୋଷକତତ୍ତ୍ୱ ରହିଛି । ଏହା ହଜମ ଶକ୍ତି ବୃଦ୍ଧି କରିଥାଏ । ଯଦି ଆପଣ କୋଷ୍ଠ କାଠିନ୍ୟ, ଡାଇରିହା,ମାଂସପେଶୀ ଅସୁବିଧା ଆଦିରୁ ମୁକ୍ତ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଖାଦ୍ୟରେ ବିରି ଡାଲିକୁ ସାମିଲ କରନ୍ତୁ । ଖାଲି ସେତିକି ନୁହେଁ ବିରି ଡାଲି ପାଇଲସ୍‌ ଭଲ କରିବା ସହ ଲିଭର ପାଇଁ ବେଶ ଉପକାରୀ ହୋଇଥାଏ ।

୨. ହାର୍ଟକୁ ସୁରକ୍ଷା ଦେଇଥାଏ :

ବିରି ଡାଲିରେ ଥିବା ପୋଟସିୟମ ଓ ମାଗ୍ନେସିୟମ୍‌ ହାର୍ଟକୁ ସୁରକ୍ଷା ଦେଇଥାଏ । ଏହା ଆମର କୋଲେଷ୍ଟରାଲକୁ ନିୟନ୍ତ୍ରଣ ରଖିବା ସହ ହାର୍ଟକୁ ସୁରକ୍ଷିତ ରଖିଥାଏ ।

୩. ଗର୍ଭବତୀଙ୍କ ପାଇଁ ଉପାଦେୟ :

ଏଥିରେ ଥିବା ପ୍ରଚୁର ପରିମାଣର ଆଇରନ୍‌ ଶରୀରରେ ଆର୍‌ବିସି ସୃଷ୍ଟି କରୁଥିବାରୁ ଗର୍ଭବତୀ ମହିଳାଙ୍କ ପାଇଁ ବେଶ ଉପକାରୀ ହୋଇଥାଏ । ତେଣୁ ଗର୍ଭବତୀ ମହିଳା ତାଙ୍କ ଖାଦ୍ୟରେ ବିରି ଡାଲି ନିଶ୍ଚୟ ରଖନ୍ତୁ ।

୪. ହାଡ୍‌ ମଜଭୁତ କରିଥାଏ :

ବିରି ଡାଲିରେ ଥିବା ମାଗ୍ନେସିୟମ, ପୋଟାସିୟମ୍‌, ଅଇରନ୍‌, ଫସଫରସ ଓ କ୍ୟାଲସିୟମ୍‌ ଆଦି ଭିଟାମିନ ଓ ମିନେରାଲ୍ସ ହାଡ ପାଇଁ ବେଶ ଉପାଦେୟ ହୋଇଥାଏ । ଯେଉଁମାନେ ଖେଳ କୁଦ୍‌, ନାଚ ଓ ସାମାଜିକ କାର୍ଯ୍ୟକଳାପରେ ବ୍ୟସ୍ତ ରହୁଛନ୍ତି ସେମାନେ ଖାଦ୍ୟରେ ନିଶ୍ଚୟ ବିରି ଡାଲିକୁ ସାମିଲ କରନ୍ତୁ ।

୫. ଚର୍ମ ଓ ଚୁଟି ପାଇଁ ବେଶ ଉପାଦେୟ :

ଯଦି ଆପଣ ଚମକଦାର ଚର୍ମ ଓ ବାଳ ଚାହୁଁଛନ୍ତି ତେବେ ଆପଣଙ୍କ ଖାଦ୍ୟରେ ବିରି ଡାଲିକୁ ନିଶ୍ଚୟ ସାମିଲ କରନ୍ତୁ । ଏଥିରେ ଥିବା ପ୍ରାକୃତିକ ଆଣ୍ଟିସେପ୍‌ଟିକ ଗୁଣ ଋପିକୁ ନଷ୍ଟ କରିଥାଏ । ଏହା ମଧ୍ୟ ଚର୍ମରୁ ଅଧିକ ତେଲିଆ ଅଂଶ ସଫା କରି ଚର୍ମର ଉଜ୍ଜ୍ୱଳତା ବଢ଼ାଇଥାଏ ।

Niharanjan

Recent Posts

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

11 mins ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

48 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

51 mins ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

1 hour ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

1 hour ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

2 hours ago