ଡ୍ରାଏ ସ୍କିନ ପାଇଁ ଚିନ୍ତିତ ଥିଲେ, ଏହି ୫ଟି ଦିଗ ପ୍ରତି ସତର୍କ ରୁହନ୍ତୁ

ଶୁଷ୍କ ତ୍ୱଚାର ସୁରକ୍ଷା କରିବା ଏତେଟା ସହଜ ନୁହେଁ। ବେଳେ ବେଳେ ଏମିତି ହୁଏ ଯେତେ ମଇଶ୍ଚରାଇଜର,ତେଲ, କ୍ରିମ ଆଦି ବ୍ୟବହାର କଲେ ମଧ୍ୟ ସେମିତି କିଛି ପରିବର୍ତ୍ତନ ଦେଖାଦେଇନଥାଏ । ନଚେତ ଯଦିବା କିଛି ପରିବର୍ତ୍ତନ ଆସିଥାଏ ତାହା ସ୍ୱଳ୍ପ ସମୟ ପାଇଁ । ଋତୁ ପରିବର୍ତ୍ତନ ଯୋଗୁଁ ମଧ୍ୟ ଶୁଷ୍କ ତ୍ୱଚାରେ ଅଧିକ ସମସ୍ୟା ଦେଖା ଦେଇଥାଏ । ତ୍ୱଚା କୁଣ୍ଡାଇ ହେବା, ଜ୍ବଳନ ହେବା, ଦାଗ ହେବା ଏକ ସାଧାରଣ ସମସ୍ୟା ଭାବେ ଦେଖା ଦେଇଥାଏ । ବହୁ ଦାମୀ ଦାମୀ ପ୍ରଡକ୍ଟ ବ୍ୟବହାର କରିବା ପରେ ମଧ୍ୟ କୌଣସି ଲାଭ ହୋଇନଥାଏ । ଯଦି ଆପଣଙ୍କ ସ୍କିନ ଶୁଷ୍କ ଓ ସେଥିରେ କୌଣସି ଚମକ ନଥାଏ ତେବେ ଆପଣ ଏହି ଦିଗ ଗୁଡିକ ପ୍ରତି ଧ୍ୟାନ ନିଶ୍ଚିତ ଦିଅନ୍ତୁ |

ସାବୁନର ବ୍ୟବହାର:

ସାବୁନ ଶୁଷ୍କ ତ୍ୱଚାର ଆଉ ଏକ ବିଶେଷ କାରଣ ହୋଇଥାଏ । ବହୁ ମହିଳା ମାର୍କେଟରେ ମିଳୁଥିବା ସାଧାରଣ ସାବୁନକୁ ତ୍ୱଚା ସଫା କରିବା ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହା ଆପଣଙ୍କ ତ୍ୱଚାକୁ ମାତ୍ରାଧିକ ଶୁଷ୍କ କରିଥାଏ । କାରଣ ସାବୁନରେ ଏମିତି କିଛି ତତ୍ୱ ଥାଏ ଯାହାକି ତ୍ୱଚା ଉପରେ ବିପରୀତ ପ୍ରଭାବ ପକାଇଥାଏ । ତେଣୁ ସର୍ବଦା ଆପଣ ଗ୍ଲିସେରିନ ଯୁକ୍ତ ସାବୁନ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ନଚେତ ପ୍ରାକୃତିକ ଉପାୟ ଯେପରିକି ଦହି,ଘି କୁଆଁରୀ ସାହାଯ୍ୟରେ ମଧ୍ୟ ତ୍ୱଚା ସଫା କରି ପାରିବେ

ସ୍କ୍ରବର ବ୍ୟବହାର:

ସ୍କ୍ରବ କଲେ ସ୍କିନରୁ ଧୂଳି, ମଇଳା ଆଦି ବାହାରି ଯାଇଥାଏ । କିନ୍ତୁ ବଜାରରେ ମିଳୁଥିବା ଶସ୍ତା ସ୍କ୍ରବ ଗୁଡିକୁ ମାତ୍ର ଧିକ ବ୍ୟବହାର କଲେ ମଧ୍ୟ ତ୍ୱଚାରେ ଶୁଷ୍କତା ଆଣିଥାଏ । ଏଣୁ ବିଭିନ୍ନ ପ୍ରକାର ଘରୋଇ ଜିନିଷ ଯେପରିକି ବେସନ,ଚିନି,ଲୁଣ,ଚାଉଳ ଗୁଣ୍ଡ,ପେସ୍ତା ବାଦାମ, କଫି ଆଦିରେ ଆପଣ ସ୍କ୍ରବ କରିପାରିବେ। ଯାହା ଆପଣଙ୍କ ତ୍ୱଚାରୁ ପ୍ରାକୃତିକ ତୈଳ ହଟାଇନଥାଏ । ଏହା ସହ ଏକ ଏକ ଚମକ ଆସିଥାଏ ।

ଅତ୍ୟଧିକ ଗରମ ପାଣିର ବ୍ୟବହାର:

ପ୍ରାୟତ ମହିଳାଙ୍କର ଧାରଣା ଥାଏ ଯେ ଗରମ ପାଣି ତ୍ୱଚା ପାଇଁ ସର୍ବୋତ୍ତମ ହୋଇଥାଏ । କିନ୍ତୁ ପ୍ରକୃତରେ ଏହି ଧାରଣା ଭୁଲ । ଅତ୍ୟଧିକ ଗରମ ପାଣି ତ୍ୱଚାର ପ୍ରାକୃତିକ ତୈଳକୁ ନଷ୍ଟ କରିଦେଇଥାଏ । ଫଳରେ ତ୍ୱଚା ଅଧିକ ଶୁଷ୍କ ହୋଇଥାଏ । ଯଦି ଦରକାର ଥାଏ ତେବେ ଗରମ ପାଣି ବଦଳରେ ନଖ ଉଷୁମ ପାଣିର ବ୍ୟବହାର କରିପାରନ୍ତି ।

ଟୋନରର ବ୍ୟବହାର:

ବହୁ ଜଣ ଭାବି ଥାନ୍ତି ଟୋନର ତ୍ୱଚା ପାଇଁ ସର୍ବୋତ୍ତମ । ଏହାର ବ୍ୟବହାରରେ ତ୍ୱଚାର କୌଣସି ଅସୁବିଧା ହୋଇନଥାଏ । କିନ୍ତୁ ପ୍ରକୃତରେ ଏହି ଧାରଣା ଭୁଲ । ଟୋନର ବ୍ୟବହାର କରିବା ସମୟରେ ଆପଣ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ । ଅଷ୍ଟ୍ରିଜେଣ୍ଟ ଯୁକ୍ତ ଟୋନର ଶୁଷ୍କ ତ୍ୱଚାରେ ଜମା ବି ବ୍ୟବହାର କରିବା ଉଚିତ ନୁହେଁ ।ସବୁବେଳେ ମଇଶ୍ଚରାଇଜର ଯୁକ୍ତ ଟୋନର ବ୍ୟବହାର କରିବା ଉଚିତ

ଏହା ସହ ପଢନ୍ତୁ:

ସନ୍‌ରୋଷେଇ ଘରେ ଥିବା ଏହି ପରିବାରୁ ବନାନ୍ତୁ ସନ୍‌ସ୍କ୍ରିନ୍‌

ଏୟାର କଣ୍ଡିସନିଂ ରୁମର ବ୍ୟବହାର:

ଆଜି କାଲି ଲୋକେ ଦିନର ପ୍ରତି ସମୟରେ ଏୟାର କଣ୍ଡିସନ ରୁମରେ ଅତିବାହିତ କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି ଏସିର ଅତ୍ୟଧିକ ଥଣ୍ଡା ପବନ ତ୍ୱଚାକୁ ଅଶେଷ କ୍ଷତି ପହଂଚାଇଥାଏ । ତେଣୁ ଯଥା ସମ୍ଭବ ଏହାଠାରୁ ଦୁରେଇ ପ୍ରାକୃତିକ ପବନର ମଜା ନେବା ଉଚିତ । ଏଣୁ ଆପଣ ଏହି କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେଲେ ଆପଣଙ୍କ ତ୍ୱଚା ଶୁଷ୍କ ହେବାରୁ ବଂଚିତ ହେବ । ଏହା ସହ ଆପଣ ତ୍ୱଚାର ପ୍ରାକୃତିକ ଚମକକୁ ବଜାୟ ରଖିପାରିବ ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

17 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

31 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

46 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

57 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago