ସକାଳ ସମୟରେ ଆମ ନିଦ ଭାଙ୍ଗିବା ସମୟରେ ଆମ ଶରୀରର ମାଂସପେଶୀୟ ଗୁଡିକ ଖୁବ ସକ୍ରିୟ ଥାନ୍ତି । ତେଣୁ ଆମେ ସକାଳ ସମୟରେ ଯାହା ବି କରୁ ତାହାର ସିଧା ପ୍ରଭାବ ଆମ ଶରୀର ଉପରେ ହିଁ ପଡିଥାଏ । ଏମିତିକି କୌଣସି ଛୋଟ ଖରାପ ଅଭ୍ୟାସ ଟିଏ ବି ଭୟାବହ ରୋଗର କାରଣ ମଧ୍ୟ ହୋଇପାରେ । ବିଶେଷ ଭାବେ ସକାଳ ଜଳଖିଆର ପ୍ରଭାବ ସିଧାସଳଖ ଆମ ଓଜନ ଉପରେ ହିଁ ପଡିଥାଏ । ଆହୁରି ମଧ୍ୟ ଶରୀରର ସୁଗାର ଲେବଲ, ବ୍ଲଡ଼ ପ୍ରେସର ଅନିୟନ୍ତ୍ରିତ ଭାବେ ରହିଥାଏ । ତେବେ ଆସନ୍ତୁ ଆଜି ସେହି ସେହି ଅଭ୍ୟାସ ଉପରେ ଗୋଟେ ନଜର ପକାଇବା ।
1.ସକାଳ ଜଳଖିଆରେ ଏହି ସବୁ ଜିନିଷ ଖାଇବା:
ସକାଳ ଜଳଖିଆରେ ସମୟର ଅଭାବ ହେତୁ ଯଦି ଆପଣ ସ୍ୱାସ୍ଥ୍ୟ ପ୍ରଦ ଖାଦ୍ୟ ଖାଇବା ବଦଳରେ ପ୍ରୋସେସେଡ ଫୁଡ଼ ବା ପ୍ୟାକେଟ ପହୁଡ଼ ଖାଉଛନ୍ତି ତେବେ ଓଜନ ଅନିୟନ୍ତ୍ରିତ ହୋଇ ରହିବ । ଏମିତି କରିବା ଭବିଷ୍ୟତ ପାଇଁ ବି ଖୁବ ହାନିକାରକ । ଜଙ୍କଫୁଡ଼ ତ ଅତ୍ୟନ୍ତ ହାନିକାରକ ହୋଇଥାଏ ।
2.ସକାଳେ ଜଳଖିଆ ନ କରିବା:
ବହୁତ ଲୋକ ଅଛନ୍ତି ଯେଉଁମାନେ କି ତରବରିଆ ଭାବେ ସାଧାରଣତଃ ସକାଳ ଜଳଖିଆ ଖାଇନଥାନ୍ତି । ଅନେକେ ଭାବିଥାନ୍ତି କି ସକାଳ ଜଳଖିଆ ଅଧିକ ଖାଇଲେ କାଳେ ଓଜନ ବଢ଼ିଯିବ । ତେଣୁ ବି ଅଧିକାଂଶ ସ୍କିପ କରି ଦିଅନ୍ତି । କିନ୍ତୁ ଜାଣନ୍ତି କି ଏହା ମୋଟାପଣ ବଢାଇବାର ଅନ୍ୟ ଏକ ପ୍ରମୁଖ କାରଣ ଅଟେ । ଏମିତି କରିବା ଦ୍ୱାରା ମେଟାବୋଲିଜମ ସନ୍ତୁଳନ ବି ବିଗିଡି ଯାଏ ।
3. ପାଣି ନ ପିଇବା;
ସକାଳୁ ଉଠିବା ପରେ 2 ରୁ 3 ଗ୍ଲାସ ନଖ ଉଷୁମ ପାଣି ପିଇବା ସର୍ବୋତମ । ଜଳଖିଆ କରିବାର ଏକ ନିର୍ଦ୍ଦିଷ୍ଟ ସମୟ ପରେ ବି ଶରୀରର ଜରୁରୀ ମୁତାବକ ପାଣି ପିଇନେବା ଉଚିତ । ଏହା ଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିବା ସହ କେତେକ ଘାତକ ରୋଗ ଠାରୁ ବି ରକ୍ଷା କରିବ । ଆହୁରି ମଧ୍ୟ ପାଣି ପିଇବା ଦ୍ୱାରା ଶରୀରର ସମସ୍ତ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ ।
4. ଏକ୍ସରସାଇଜ ନ କରିବା :
ନିୟମିତ ବ୍ୟାୟାମ କଲେ ବି ଅନେକ ରୋଗରୁ ମୁକ୍ତି ମିଳିଥାଏ । ଯଦିଓ ଆପଣଙ୍କ ଓଜନ ଲଗାତାର ଭାବେ ବଢୁଛି କିମ୍ବା ଆପଣ କୌଣସି ମାନସିକ ରୋଗର ଶିକାର ଅଛନ୍ତି ତେବେ ସକାଳେ ବ୍ୟାୟାମ କରିବା ନିହାତି ଆବଶ୍ୟକ । ଯଦି ଆପଣ ନିଜ ଦିନଚର୍ଯ୍ୟାରେ ବ୍ୟାୟାମକୁ ସାମିଲ କରୁନାହାନ୍ତି ତେବେ ଆପଣଙ୍କୁ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ହୋଇଯାଇପାରନ୍ତି । ସକାଳ ସମୟରେ ରନିଙ୍ଗ, ଜଗିଂଗ, ସାଇକେଲିଂଗ କରିବା ନିହାତି ଜରୁରୀ ।