ଫୁଡ୍‌ ଟିପ୍ସ : ଏହି ପାଞ୍ଚଟି ସୁପର ଫୁଡ୍ସ ଆପଣଙ୍କ ହାଇପରଟେନସନ ଦୂର କରିବା ସହ ଦୃଦ୍‌ଘାତ ଜନିତ ରୋଗରୁ ମଧ୍ୟ ଦୂରେଇ ରଖିବ

ବର୍ତ୍ତମାନ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ଏମିତିକି ଡାକ୍ତର ମଧ୍ୟ ଜାଣି ପାରୁନାହାନ୍ତି ସେହି ରୋଗ । ତେଣୁ ରୋଗୀକୁ ମଧ୍ୟ ଅନେକ ଅସୁବିଧାର ସାମ୍ନା କରିବା ପାଇଁ ପଡୁଛି । ଏବେ ଅଧିକ ମାତ୍ରାରେ ବଢିବାରେ ଲାଗିଛି ହୃଦ୍‌ଘାତ ଜନୀତ ରୋଗ, ଡାଇବେଟିସ ଓ ବ୍ଲଡ ପ୍ରେସର । ଏହା ପୁଣି କରାଉଛି ହାଇପରଟେନସନ । ତେବେ ହାଇପରଟେନସନ ହେଉଛି ମଣିଷର ଏମିତି ଏକ ଅବସ୍ଥା ଯେଉଁ ଅବସ୍ଥାରେ ଶରୀରରେ ବ୍ଲଡ ଫୋର୍ସ ହୋଇଥାଏ ଓ ଏହା ବିଭିନ୍ନ ପ୍ରକାର ରୋଗ କରାଇଥାଏ । ଏମିତିକି ଏହା ହାର୍ଟ ଆଟାକ ପରି ରୋଗ ମଧ୍ୟ କରାଇଥାଏ ଓ ବ୍ରେନ ଷ୍ଟ୍ରୋକ ମଧ୍ୟ କରାଇଥାଏ । ହାଇପରଟେନସନରେ ଲୋକଙ୍କ ଶରୀରରେ ଜୋରରେ ବ୍ଲଡ୍‌ ସରକୁଲେସନ ହୋଇଥାଏ । ଏହା ଗୋଟେ ସ୍ଥାନରେ ଠୁଳ ହୋଇ ରକ୍ତ ଜମାଟ ବାନ୍ଧିବା ପରି ରୋଗ କରାଏ ।
ଏହି ପରି ହାଇପରଟେନସନକୁ ଏକ ସାଇଲେଣ୍ଟ କିଲର ଡିଜିଜ୍‌ ବୋଲି କୁହାଯାଏ । ବ୍ଲଡ ପ୍ରେସର ଅଧିକ ରହିଲେ ଏହା ହୋଇଥାଏ । ଅଧିକ ଟେନସନ ରହିଲେ ହାଇପରଟେନସନ ହେବା ସହିତ ଅନ୍ୟାନ୍ୟ ରୋଗ ଦେଖାଯାଇଥାଏ ।

ହାଇପରଟେନସନ ର ଲକ୍ଷଣ :

heart
Picture Credit – Everyday health

ନିୟମିତ ମୁଣ୍ଡବିନ୍ଧା, ନାକରୁ ସବୁବେଳେ ପାଣି ଗଡିବା, ଥକା ଲାଗିବା, ଦେହ ହାତ ଝିମ୍‌ ଝିମ ହୋଇଯିବା ଏବଂ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବା ହେଉଛି ଉଚ୍ଚ ରକ୍ତଚାପର ଲକ୍ଷଣ, ପୁଣି ଏହା ହାଇପରଟେନସନ କରାଇଥାଏ । ତେଣୁ ହାଇପର ଟେନସନକୁ କମାଇବାକୁ ହେଲେ ଚିନ୍ତା ମୁକ୍ତ ହେବା ସହିତ ରକ୍ତଚାପ  ନ ହେବା ଦରକାର । ବିଶେଷଜ୍ଞଙ୍କ ଅନୁଯାୟୀ ହାଇ ବ୍ଲଡ ପ୍ରେସର ନ ହେବା ପାଇଁ ଏମିତି କିଛି ୫ଟି ଖାଦ୍ୟ ଖାଇବା ଆବଶ୍ୟକ ଯାହାକି ଆପଣଙ୍କୁ ହାଇପରଟେନସନରୁ ମଧ୍ୟ ରକ୍ଷା କରିବ ।

ଜାଣନ୍ତୁ ହାଇପରଟେନସନରୁ ଦୂରେଇ ରହିବା ପାଇଁ କିଛି ଖାଦ୍ୟ :

. ଡାଳିମ୍ବ
ଡାଳିମ୍ବ ପାଟିକୁ ଯେତେ ମାତ୍ରାରେ ସ୍ୱାଦ ଦେଇଥାଏ ଏହା ପେଟ ପାଇଁ ମଧ୍ୟ ସେତେ ମାତ୍ରାରେ ଭଲ । ଏହା ଶରୀରରେ ରକ୍ତ କରାଇବା ସହିତ ରକ୍ତକୁ ବିଶୁଦ୍ଧ କରିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ । ଏହି ଫଳରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ବାୟୋଆକ୍ଟିଭ୍ ପଲିଫେନୋଲ୍ ଥାଏ, ଯାହା ଉଚ୍ଚ ରକ୍ତଚାପ ପାଇଁ ଔଷଧ ପରି କାମ କରେ । ଏହାକୁ ସବୁଦିନେ ଆପଣ ନିଜ ଖାଦ୍ୟରେ ଆଡ୍‌ କରି ଖାଇପାରିବେ, ଯାହା ଦ୍ୱାରା ଏହା ଆପଣଙ୍କୁ ହାଇପର ଟେନସନରୁ ମୁକ୍ତି ଦେବ ।

. ଜାମୁ କୋଳି

jamun
Picture Credit – wiki

ଉଚ୍ଚ ରକ୍ତଚାପ ପାଇଁ ଜାମି କୋଳି ରାମ ବାଣ ପରି କାମ କରିଥାଏ । ଏହି ଫଳରେ ପୋଟାସିୟମ ଥାଏ,  ଯାହା ମାଂସପେଶୀ ପାଇଁ ଭଲ ଅଟେ । ଉଚ୍ଚ ରକ୍ତଚାପ ପାଇଁ ଏକ ଚମତ୍କାରୀ ଫଳ ଭାବେ ଏହା କାମ କରିବା ସହିତ ଶରୀରରେ ଥିବା କୋଲେଷ୍ଟ୍ରଲ ଏବଂ ରକ୍ତରେ ଶର୍କରା କୁ ମଧ୍ୟ କଣ୍ଟ୍ରୋଲ କରିଥାଏ । ତେଣୁ ଆପଣ ଏହି କୋଳିକୁ ମଧ୍ୟ ଖାଇବା ଦରକାର ।

. ବିଟ୍‌

 

bit
Picture Credit – Vegetarian

ଖେଳାଳୀମାନଙ୍କ ପାଇଁ ଏହା ଏକ ସୁପର ଫୁଡ୍ ବୋଲି ତାଙ୍କ ଡାଏଟିସିଆନ କହିଥାଆନ୍ତି । କାରଣ ଏଥିରେ ନ୍ୟାଚୁରାଲ ନାଇଟ୍ରେଟ୍ ଥାଏ, ଯାହା ହଜମ ପ୍ରକ୍ରିୟା ଦ୍ୱାରା ନାଇଟ୍ରିକ୍ ଅକ୍ସାଇଡ୍ ରେ ପରିଣତ ହୁଏ । ଏକ ଗ୍ଲାସ୍ କଞ୍ଚା ବିଟ୍ ଜୁସ୍‌ କିମ୍ବା ରନ୍ଧା ହୋଇଥିବା ବିଟ୍‌ ଭେଜିଟେବୁଲ ଖାଇବା ଦ୍ୱାରାଏହାପ୍ରାୟ ୨ ରୁ ୩ ଘଣ୍ଟା ମଧ୍ୟରେ ଉଚ୍ଚ ରକ୍ତଚାପର ମାତ୍ରାକୁ ଯଥେଷ୍ଟ କମ କରିଥାଏ । ତେଣୁ ଏହାକୁ ଆପଣ ପ୍ରତ୍ୟେକ ଦିନ ନିଜ ଖାଦ୍ୟରେ ଆଡ୍‌ କରି ଖାଇପାରିବେ । ଏହା ହାଇପରଟେନସନରୁ ଆପଣଙ୍କୁ ଦୂରେଇ କଖିବ ।

. ମେଥି ସାଗ
ମେଥି ସାଗ ଓ ମେଥିର ମଞ୍ଜିରେ ଭରପୁର ଭାବେ ରହିଥାଏ ଫାଇବର, କ୍ୟାଲସିୟମ୍‌ ଯାହାକି ଶରୀରରେ ହେଉଥିବା ବ୍ଲଡ ପ୍ରେସରକୁ କମ କରିଥାଏ । ତେଣୁ ଆପଣଏହାକୁ ଡାଲି , ମେଥି ପରଟା କରି ଖାଇ ପାରିବେ । ଏହା ଛଡା ମେଥି ମଞ୍ଜିକୁ ଆପଣ ପାଣିରେ ବତୁରାଇ ଏହାର ପାଣି ପିଇପାରିବେ । ଯାହା ଦ୍ୱାରା ରକ୍ତ ବିଶୁଦ୍ଧ ହେବା ସହ ଉଚ୍ଚ ରକ୍ତ ଚାପ ମଧ୍ୟ ନିୟନ୍ତ୍ରଣ ହୋଥାଏ ।

. ରସୁଣ
ରସୁଣରେ ଆଣ୍ଟି ଅକ୍ସିଡାଣ୍ଟ ଅଧିକ ମାତ୍ରାରେ ରହିଛି । ଏମିତିକି ଏହାକୁ ଏହା ମେଡିକାଲ ପ୍ରୋପର୍ଟି ଭାବେ ଡାକ୍ତରମୀନେ ମାନିଥାଆନ୍ତି । ଏଥିରେ ଥିବା ଔଷଧୀୟ ଗୁଣ ଅନେକ ରୋଗରୁ ମୁକ୍ତି ଦେଇଥାଏ।ଏହାକୁ ଖାଇବାଦ୍ୱାରା ଉଚ୍ଚ ରକ୍ତ ଚାପ କଣ୍ଟ୍ରୋଲ୍‌ ହୋଇଥାଏ ।
ଏହି ୫ଟି ସୁପର ଫୁଡ ଖାଇବା ପାଇଁ ଡାକ୍ତର ମଧ୍ୟ ପରାମର୍ଶ ଦେଇଛନ୍ତି । ତେଣଉ ଏହି ଖାଦ୍ୟକୁ ଆପଣ ନିଜ ଖାଦ୍ୟରେ ମିଶାଇ ଖାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.