ବୋହୂଙ୍କ ପାଇଁ ୫ଟି କଥା, ଦୃଢ଼ କରନ୍ତୁ ଶାଶୁଙ୍କ ସହ ସମ୍ପର୍କ

ଭାରତୀୟ ସମାଜରେ ବିବାହ କେବଳ ଦୁଇଟି ମଣିଷକୁ ନୁହେଁ, ବରଂ ଦୁଇଟି ପରିବାରକୁ ମଧ୍ୟ ଯୋଡ଼ିଥାଏ। ଜଣେ ବୋହୂ ପାଇଁ ତା’ ଶାଶୁଘର ଲୋକଙ୍କ ସହ ସମ୍ପର୍କ ମଜଭୁତ କରିବା ବେଶ୍‌ ଜରୁରୀ ହୋଇଥାଏ। କିନ୍ତୁ ଏହି ସମ୍ପର୍କରେ ସବୁଠାରୁ କଠିନ ଥାଏ ଶାଶୁଙ୍କ ସହ ତାଳମେଳ। ଯଦି ଆପଣ ଶାଶୁଙ୍କ ସହ ପ୍ରେମଭରା କଥା କେଇପଦ ହେବେ, ତା’ହେଲେ ସମସ୍ତ ସମସ୍ୟା ସହଜରେ ଦୂର ହୋଇଯିବ। ଆସନ୍ତୁ ଜାଣିବା ବୋହୂଙ୍କ ପାଇଁ କ’ଣ ରହିଛି ଏହି ୫ଟି କଥା, ଯାହାକୁ ସେମାନେ ଆପଣାଇ ଶାଶୁଙ୍କ ସହ ସମ୍ପର୍କ ମଜଭୂତ କରିପାରିବେ।

ମନୋଭାବ ବଦଳାନ୍ତୁ

କ’ଣ ଆପଣଙ୍କ ଶାଶୁ ସବୁ କାମରେ ଆପଣଙ୍କ ଭୁଲ୍‌ ବାହାର କରୁଛନ୍ତି କି? ଆଉ ଦିନକୁ ଦିନ ଏହା କମିବା ବଦଳରେ ବଢ଼ିଚାଲିଛି କି? ତା’ହେଲେ ଏହି ସମୟରେ ଆପଣ ମନୋଭାବ ବଦଳାଇ ଦିଅନ୍ତୁ। ଶାଶୁଙ୍କୁ ଏହାର ସଫେଇ ଦେବା ପରିବର୍ତ୍ତେ ଭଲ ହେବ ସେହି ସ୍ଥାନରେ ଚୁପ୍‌ ରୁହନ୍ତୁ। ଅଜଥା ଯୁକ୍ତି କରନ୍ତୁ ନାହିଁ। ଆପଣଙ୍କ ଉତ୍ତର ନ ଆସିଲେ, ଦେଖିବେ ଶାଶୁଙ୍କର ମଧ୍ୟ ବ୍ୟବହାର ବଦଳିଯିବ।

ପ୍ରଶଂସା କରିବାକୁ ଦିଅନ୍ତୁ

ଯଦି ଆପଣଙ୍କ ଶାଶୁ ନିଜର ପ୍ରଶଂସା କରିବାକୁ କୌଣସି ମଉକା ହାତଛଡ଼ା କରୁନାହାନ୍ତି। କିମ୍ବା ଆପଣଙ୍କ ସ୍ୱାମୀ ମା’ଙ୍କର ଯେକୌଣସି ହାତରନ୍ଧାକୁ ପସନ୍ଦ କରୁଛନ୍ତି, ତା’ହେଲେ ଜମା ବି ରାଗନ୍ତୁ ନାହିଁ। ଯାହା ହେଲେ ବି, ସେ ଆପଣଙ୍କ ସ୍ୱାମୀଙ୍କ ମା’। ଆଉ ମା’ଙ୍କ ହାତରନ୍ଧା ଖାଦ୍ୟର ସ୍ୱାଦ ହିଁ କିଛି ନିଆରା ଥାଏ। ଏହି କଥାକୁ ଆପଣ ବୁଝିଯିବା ଦରକାର।

ଏହାସହ ପଢ଼ନ୍ତୁ: ଏହି ୪ଟି କାରଣ ପାଇଁ ଶାଶୁ-ବୋହୂଙ୍କ ମଧ୍ୟରେ ହୋଇଥାଏ ଝଗଡା

କମ୍‌ କଥା ହୁଅନ୍ତୁ

ଆପଣଙ୍କୁ ଯଦି ଲାଗୁଥାଏ କି, ଅଧିକ କଥା ହେଲେ ଶାଶୁ-ବୋହୂଙ୍କ ଭିତରେ ଝଗଡ଼ା ଲାଗିବାର ଅଧିକ ସମ୍ଭାବନା ରହିଛି। ସେଭଳି ପରିସ୍ଥିତିରେ କମ୍‌ କଥା ହେବା କିମ୍ବା ଚୁପ୍‌ ରହିବା ବୁଝିବା ଲୋକର କାମ। କାରଣ, କମ୍‌ କମ୍‌ କଥା ହେଲେ ଶାଶୁଙ୍କୁ ଆପଣଙ୍କର କୌଣସି ଛୋଟ ଭୁଲ୍‌ ବାହାର କରିବାର ମଉକା ମିଳିବନି।

ପିଲା ଓ ଜେଜେ ମା’ଙ୍କ ସମ୍ପର୍କ ଭିତରେ ପଶନ୍ତୁ ନାହିଁ

ନିଜ ପିଲା ଏବଂ ଶାଶୁଙ୍କ ମଧ୍ୟରେ ପଡ଼ନ୍ତୁ ନାହିଁ। କାହିଁକି ନା, ଜେଜେ ମା’ ଏବଂ ନାତି-ନାତୁଣୀଙ୍କ ମଧ୍ୟରେ କିଛି ଖାସ୍‌ ସମ୍ପର୍କ ରହିଥାଏ। ଯଦି ସେ ଆପଣଙ୍କଠାରୁ ଆପଣଙ୍କ ପିଲାକୁ ବେଶି ଭଲ ପାଉଛନ୍ତି, ତା’ହେଲେ ଏହି କଥାରେ ଆପଣ ଖୁସି ହେବା ଦରକାର। ପିଲାମାନେ ନିଜ ଜେଜେ ମା’, ଜେଜେ ବାପାଙ୍କଠାରୁ ବହୁତ କିଛି ଶିଖିବାକୁ ପାଆନ୍ତି। ସେମାନେ ତାଙ୍କୁ ଭୁଲ୍‌, ଠିକ୍‌ ବିଷୟରେ ଅନେକ କିଛି ଶିକ୍ଷା ଦେଇଥାଆନ୍ତି।

କାମକୁ ନେଇ କରନ୍ତୁନି ଝଗଡ଼ା

ଆପଣ ଘରର ବୋହୂ ଅଟନ୍ତି, କୌଣସି ମେଶିନ୍‌ ନୁହେଁ ସବୁ କାମ ଏକ ସାଥୀରେ କରିଦେବେ। ଗୋଟିଏ ଥର ସେତିକି କାମ ହାତକୁ ନିଅନ୍ତୁ, ଯେତିକି ଆପଣ କରିପାରିବେ। ଆବଶ୍ୟକତାଠାରୁ ଅଧିକ କାମ କରିବାରେ ଥକ୍କାପଣ, ଚିଡ଼ାଚିଡ଼ା ଲାଗିଥାଏ। ତେଣୁ ସାହସ ବାନ୍ଧି ଶାଶୁଙ୍କୁ ଏ ବିଷୟରେ ବୁଝାନ୍ତୁ, ଯେପରି କାମକୁ ନେଇ ଆପଣଙ୍କ ମଧ୍ୟରେ କୌଣସି ଝଗଡ଼ା ନ ହେବ।

Roshni

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

11 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

13 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

19 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

28 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

28 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

46 mins ago