ରୁମ୍‌ ହିଟର ଛାଡ଼ନ୍ତୁ, ଶୀତଦିନେ ଏହି ୫ଟି ଉପାୟରେ ଘର ଭିତର ରଖନ୍ତୁ ଉଷୁମ

ଶୀତଦିନେ ଥଣ୍ଡା ଘରେ ରହିବା ଆପଣଙ୍କ ପାଇଁ ଆଦୌ ହିତକର ନୁହେଁ। ତେଣୁ ଯେତେ ସମ୍ଭବ ଆପଣ ଘର ଭିତରେ ଗରମ ବଜାୟ ରଖନ୍ତୁ। ଅନେକ ଲୋକ ରୁମ୍‌ ହିଟର ଦ୍ୱାରା ନିଜ ବେଡ୍‌ରୁମ କିମ୍ବା ପୂରା ଘରକୁ ଗରମ ରଖିଥାଆନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ରୁମ୍‌ ହିଟର ବ୍ୟତୀତ ଅଲଗା କିଛି ଉପାୟ କହିବାକୁ ଯାଉଛୁ, ଯଦ୍ଦ୍ଵାରା ଆପଣ ଘରକୁ ଉଷୁମ ରଖିପାରିବେ।

୧. ଭାରି ପରଦା

ସବୁ ଡୋର୍‌ ଏବଂ ଓ୍ଵିଣ୍ଡୋରେ ଆପଣ ଭାରି ପରଦା ଲଗାନ୍ତୁ। ଏହା ଆପଣଙ୍କ ଘରକୁ ଆରାମଦାୟକ କରିବାରେ ସାହାଯ୍ୟ କରିବ। ଆପଣ ଚାହିଁଲେ, ଗାଢ଼ ରଙ୍ଗର ବିକଳ୍ପ ବାଛିପାରିବେ।

୨. ଅବ୍ୟବହୃତ ରୁମ୍‌କୁ ବନ୍ଦ କରି ଦିଅନ୍ତୁ

ଆପଣଙ୍କ ଘରେ ଯଦି ଅତିଥି କକ୍ଷ କିମ୍ବା ଭଣ୍ଡାର ଘର ଖାଲି ଅଛି, କେହି ଏହାକୁ ବ୍ୟବହାର କରୁନାହାନ୍ତି, ତା’ହେଲେ ଏହାର କବାଟକୁ ବନ୍ଦ କରି draftstopperରେ ସିଲ୍‌ କରିଦିଅନ୍ତୁ। ଆପଣଙ୍କ ଘରର ଯେଉଁ ବଖରା ବ୍ୟବହାର ହେଉନି, ତାହାକୁ ଗରମ ରଖିବାରେ ଅଯଥା ପଇସା ଉପଯୋଗ କରନ୍ତୁ ନାହିଁ।

୩. ଗାଲିଚା ପକାନ୍ତୁ

ଶୀତଦିନେ ଚଟାଣରେ ନିଶ୍ଚିତ ଭାବେ ମୋଟା ଗାଲିଚା ପକାନ୍ତୁ। ଏହା ଅପେକ୍ଷାକୃତ କାଠ ଏବଂ ପଥର ତୁଳନାରେ ଅଧିକ ଗରମ ଲାଗିଥାଏ। ଆଉ ଏହା ଉପରେ ଚାଲିଲେ ପାଦକୁ ବହୁତ ଆରାମ ମିଳିଥାଏ।

୪. ଠିକ୍‌ ଆଲୋକ

ଗରମ ଅନୁଭୂତ ହେଉଥିବା ଲାଇଟ୍‌ ଆଣି ଘରେ ଲଗାନ୍ତୁ। ନଚେତ୍‌ ଘର ଭିତରକୁ ଯେପରି ସୂଯ୍ୟର୍ାଲୋକ ପଡ଼ିବ, ସେ ଦିଗରେ ଦୃଷ୍ଟି ଦିଅନ୍ତୁ।

୫. ବାଥ୍‌ରୁମ ପଙ୍ଖା

ଆପଣଙ୍କ ବାଥ୍‌ରୁମ ପଙ୍ଖା କିମ୍ବା ରୋଷେଇ ଘରେ ଲାଗିଥିବା ପଙ୍ଖା ମଧ୍ୟରୁ ଗୋଟିଏକୁ ବନ୍ଦ କରିଦିଅନ୍ତୁ। କାରଣ, ଏହି ପଙ୍ଖା ଗରମ ପବନକୁ ଟାଣିନେଇଥାଏ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago