ବ୍ଲାକହେଡସ ଦୂର କରିବ ଡାଳଚିନି ପାଉଡର, ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

ତ୍ବଚାରେ ହୋଇଥିବା ଛିତ୍ରରେ ଯେତେବେଳେ ମଇଳା ଏବଂ ତେଲ ଜମା ହୋଇଯାଏ, ସେତେବେଳେ ବ୍ଲାକ ହେଡସ୍ ସମସ୍ଯା ଦେଖିବାକୁ ମିଳିଥାଏ। ବ୍ଲାକହେଡସ ତ୍ବଚାର ସୁନ୍ଦରତାକୁ କମ୍ କରିଦେଇଥାଏ। ବ୍ଯୁଟି ପ୍ରଡକ୍ଟର ବ୍ଯବହାର କରି ନ୍ଯାଚୁରାଲ ଉପାୟରେ ଏହାକୁ ହଟାଇପାରିବେ। ତେବେ ଆସନ୍ତୁ ଜାଣିବା ବ୍ଲାକହେଡସର ସହଜ ଉପାୟ।

ବେକିଂ ସୋଡା: ବେକିଂ ସୋଡା ବ୍ରଣ ସହିତ ବ୍ଲାକହେଡସ ଦୂର କରିବାରେ ସହାୟକ ହୋଇଥାଏ। ଏଥିପାଇଁ ୨ ଚାମଚ ପାଣିରେ ଏକ ଚାମଚ ବେକିଂ ସୋଡା ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହି ପେଷ୍ଟକୁ ମୁହଁରେ ୧୫ରୁ ୨୦ ମିନିଟ୍ ଲଗାଇ ମୁହଁରେ ଲଗାନ୍ତୁ ଏବଂ ହାଲକା ଗରମ ପାଣିରେ ଧୋଇଦିଅନ୍ତୁ।

balck heads

ଟମାଟର: ଟମାଟରରେ ଆଣ୍ଟିବ୍ଯାକ୍ଟେରିଆଲ ଗୁଣ ରହିଥାଏ, ଯାହା ସ୍କିନରୁ ବ୍ଲାକହେଡସ ସଫା କରିଥାଏ। ଶୋଇବା ପୂର୍ବରୁ ଟମାଟରକୁ ମୁହଁରେ ଘଷନ୍ତୁ। ସକାଳୁ ଏହାକୁ ଧୋଇଦିଅନ୍ତୁ। ମୁହଁରେ ସୁନ୍ଦରତା ଆସିବ।

ଗ୍ରୀନ ଟି: ଗ୍ରୀନ ଟିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଡେଡ ସ୍କିନ୍ ସେଲ୍କୁ ହଟାଇବାରେ ସହାୟକ ହୋଇଥାଏ। ତେବେ ଶୁଖିଲା ଗ୍ରୀନ ଟିରେ କିଛି ପତ୍ର ପକାଇ ପେଷ୍ଟ ତିଆରି କରିଦିଅନ୍ତୁ ଆଉ ଏହାକୁ ବ୍ଲାକହେଡସ ଉପରେ ଲଗାନ୍ତୁ। ୧୫ ମିନିଟ ପରେ ଧୋଇଦିଅନ୍ତୁ।

ଅଣ୍ଡା: ଅଣ୍ଡାର ଧଳା ଭାଗ ବ୍ଲାକହେଡସ ଦୂର କରିବା ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ। ଏଥିରେ ଏକ ଚାମଚ ମହୁ ମିଶାଇ ମୁହଁରେ ଲଗାନ୍ତୁ, କିଛି ସମୟ ପରେ ମୁହଁ ଧୋଇଦିଅନ୍ତୁ।

egg

ଡାଳଚିନି ପାଉଡର: ୧ ଚାମଚ ଡାଳଚିନି ପାଉଡରରେ ଲେମ୍ବୁ ରସ ମିଶାଇ ଏଥିରେ ଅଳ୍ପ ହଳଦୀ ପାଉଡର ମିଶାଇ ଦିଅନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇବା ପରେ ୧୫ ମିନିଟ ପରେ ମୁହଁ ଧୋଇଦିଅନ୍ତୁ। ତା’ ପରେ କମାଲ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.