ପୁରୁଣା ରୀତିନୀତି ଛାଡ଼ି ବିବାହ ସମୟରେ ନିଅନ୍ତୁ ଏହି ୭ଟି ନୂଆ ବଚନ

ବିବାହରେ ସାତ୍‌ ଫେରେ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଫେରେ ନେବା ସମୟରେ ୭ଟି ବଚନ କୁହାଯାଇଥାଏ, ଯାହାକୁ ସମସ୍ତ ଦମ୍ପତି ପାଳନ କରିଥାଆନ୍ତି। ଏହି ବଚନ ଅଗ୍ନି ଏବଂ ଧ୍ରୁବ ତାରାକୁ ସାକ୍ଷୀ ମାନି ନେବାକୁ ପଡ଼ିଥାଏ। କିନ୍ତୁ ଯୁଗ ପରିବର୍ତ୍ତନ ହେବା ସହ ବିବାହ ଟ୍ରେଣ୍ଡରେ ମଧ୍ୟ ବହୁତ ପରିବର୍ତ୍ତନ ଆସିଛି। ଆଜିକାଲି ବରକନ୍ୟା ପୁରୁଣା ରୀତିନୀତି ଛାଡ଼ି ବିବାହ ସମୟରେ ନେଉଛନ୍ତି ଏହି ୭ଟି ନୂଆ ବଚନ। ଆସନ୍ତୁ ଜାଣିବା।

୧. ଘରକାମ ବାଣ୍ଟିକି କରିବା

ଆଜିକା ସମୟରେ ସବୁ ଦମ୍ପତି ପ୍ରାୟତଃ କର୍ମଜୀବୀ ଏବଂ ଏକା ରହିଥାଆନ୍ତି। ଏଭଳି ସ୍ଥିତିରେ ଘରର ସବୁ କାମ ସେମାନଙ୍କୁ ହିଁ ସମ୍ଭାଳିବାକୁ ପଡ଼ିଥାଏ। କିନ୍ତୁ ଘରର ସମସ୍ତ କାମର ଦାୟିତ୍ୱ କେବଳ ଜଣେ ନୁହେଁ, ବରଂ ଦୁଇଜଣ ମିଶିକି ନେବା ଉଚିତ।

ଏହାସହ ପଢ଼ନ୍ତୁ: ଭୁଲ୍‌ରେ ବି ଗାର୍ଲଫ୍ରେଣ୍ଡଙ୍କୁ ଦିଅନ୍ତୁ ନାହିଁ ଏହି ୫ଟି ଗିଫ୍ଟ

୨. ଉଭୟ ଉଭୟଙ୍କ ସାଙ୍ଗକୁ ସମ୍ମାନ ଦେବା

ବିବାହ ପରେ ସବୁକିଛି ବଦଳିଯାଏ। କିନ୍ତୁ ସାଙ୍ଗ ସହ ସମ୍ପର୍କ ପୂର୍ବଭଳି ରହିଥାଏ। ବିବାହ ପରେ ଯେବେ ସାଙ୍ଗମାନେ ଦେଖା କରିବାକୁ ଆସନ୍ତି କିମ୍ବା ବାହାରକୁ ବୁଲିବା ପାଇଁ ଡାକନ୍ତି, ସେ ସମୟରେ ଦମ୍ପତିଙ୍କ ମଧ୍ୟରେ କଥା କଟାକଟି ହୋଇଥାଏ। ସମସ୍ତଙ୍କୁ ନିଜ ସାଙ୍ଗଙ୍କ ସହ ସମୟ ବିତାଇବାର ହକ୍‌ ରହିଛି। ତେଣୁ ଆପଣ ନିଜ ପାର୍ଟନରଙ୍କ ସାଙ୍ଗକୁ ମଧ୍ୟ ସମ୍ମାନ ଦେବା ଉଚିତ।

୩. ଜଣେ ଜଣଙ୍କ ମନକଥା ବୁଝନ୍ତୁ

ବିବାହ ପରେ ପରେ କପଲ୍ସଙ୍କ ଦୁନିଆ ସବୁଠାରୁ ଅଲଗା ହୋଇଥାଏ। ଲଭିଙ୍ଗ୍‌, କେୟାରିଙ୍ଗ୍‌, ଶେୟାରିଙ୍ଗରେ ସେମାନଙ୍କ ପୂରା ସମୟ ବିତିଯାଇଥାଏ। କିନ୍ତୁ ଯେତେବେଳେ ସେମାନେ କାମକୁ ଫେରନ୍ତି, ସେତେବେଳେ ଅସଲ ପରୀକ୍ଷା ଆରମ୍ଭ ହୋଇଯାଏ। ବିବାହ ପୂର୍ବରୁ ଯେଉଁଠି ମା’ବାପା ସବୁକିଛି ସମ୍ଭାଳୁଥିଲେ, ବିବାହ ପରେ ଏତେସବୁ କରିବା ସହଜ ହୋଇ ନ ଥାଏ। ତେଣୁ ଏଭଳିସ୍ଥିତିରେ ଜଣେ ଜଣଙ୍କ ମନକଥା ବୁଝିବା ଉଚିତ।

ଏହାସହ ପଢ଼ନ୍ତୁ: ରାତିରେ ଶୋଇବାକୁ ଯିବା ପୂର୍ବରୁ ପାଳନ କରନ୍ତୁ ଏହି ୫ଟି ନିୟମ, ସୁଖ ହେବ ଦାମ୍ପତ୍ୟ ଜୀବନ

୪. ସୁସ୍ଥ ଜୀବନ ବିତାଇବା ପାଇଁ ଜଣେ ଜଣଙ୍କୁ ସାହାଯ୍ୟ କରିବା

ଆଜିକାଲି ଆମ ଜୀବନଶୈଳୀରେ ହେଲ୍‌ଥ ଏବଂ ଫିଟ୍‌ନେସ ବହୁତ ଜରୁରୀ। ତେଣୁ ଡାଏଟ୍‌ରୁ ନେଇ ବ୍ୟାୟାମ ପଯ୍ୟର୍ନ୍ତ, ସବୁଥିରେ ଦୁହେଁ ଦୁହିଁଙ୍କୁ ସାହାଯ୍ୟ କରିବା ଉଚିତ। ଏଠାରେ ଦୁଇଜଣଙ୍କୁ ସନ୍ତୁଳିତ ରହିବାକୁ ପଡ଼ିବ।

୫. ନିଜ ଇଚ୍ଛାରେ ସବୁକିଛି ନ କରିବା

ବୈବାହିକ ଜୀବନରେ ସ୍ୱାମୀସ୍ତ୍ରୀ ଉଭୟଙ୍କ ଉପରେ ବହୁତ ଦାୟିତ୍ୱ ରହିଥାଏ। ଜଣେ ଜଣଙ୍କ କେୟାର ନେଇଥାଏ। କିନ୍ତୁ ଯଦି ଆପଣ ଛୋଟ ଛୋଟ କଥାରେ ବି ତାଙ୍କର ପରାମର୍ଶ ନେବେ, ତା’ହେଲେ ଦାମ୍ପତ୍ୟ ଜୀବନ ଆହୁରି ସୁଖମୟ ହେବ।

ଏହାସହ ପଢ଼ନ୍ତୁ: ଇଣ୍ଟରନେଟ୍‌ ସାହାଯ୍ୟରେ ନିଜ ପାର୍ଟନରଙ୍କୁ କରନ୍ତୁ ଗଭୀର ପ୍ରେମ, କେବେ ବି ଆସିବନି ଦୂରତା

୬. ସବୁ ଖର୍ଚ୍ଚ ପାଇଁ ଉଭୟଙ୍କ ଦାୟିତ୍ୱବୋଧ ବରାବର ରହିବ

ସୁଖି ବୈବାହିକ ଜୀବନରେ ଫାଇନାନ୍ସର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତେଣୁ ସ୍ୱାମୀସ୍ତ୍ରୀ ଉଭୟ ମିଶି ଘର ଖର୍ଚ୍ଚ ଉଠାଇବା ଉଚିତ।

୭. ହାପି ସେକ୍ସୁଆଲ ଲାଇଫ୍‌

କୁହାଯାଏ ହାପି ମ୍ୟାରେଡ୍‌ ଲାଇଫ୍‌ରେ ମୂଳଦୁଆ ସେକ୍ସ ଲାଇଫ୍‌ ଉପରେ ନିର୍ଭର କରିଥାଏ। ଏଥିପାଇଁ ଦୁଇଜଣଙ୍କୁ ହିଁ ସେକ୍ସୁଆଲ ହେଲ୍‌ଥର ଖାସ୍‌ ଯତ୍ନ ନେବା ଉଚିତ। ଯେପରି ଶୋଇବା ପୂର୍ବରୁ ବ୍ରଶ କରିବା ଏବଂ ବଡି ପାର୍ଟସ୍‌କୁ କ୍ଲିନ୍‌ କରିବା ଆଦି ଦୁଇଜଣଙ୍କର ଦାୟିତ୍ୱ ଅଟେ।

Roshni

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

10 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

12 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

25 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

26 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago